-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
08-Sep-2025
ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ କମ୍ପୋଜଟ ରିଜିନାଲ ସେଣ୍ଟର (ସି.ଆର.ସି)ପକ୍ଷରୁ ବିଶ୍ୱ ଭୌତିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏଥିରେ ସିଆରସି ନିଦ୍ଦେଶକ ଗୁରୁ ଜଗୋଟାଙ୍କ ସଭାପତିତ୍ୱରେ ଏହି କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୂଖ୍ୟଅତିଥି ଭାବରେ ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଭାକର ମିଶ୍ର ଯୋଗଦେଇଥିବା ବେଳେ ସମ୍ମନୀତ ଅତିଥି ଭାବରେ ଜୟନ୍ତ ମହାନ୍ତି ଓ ମୂଖ୍ୟ ବକ୍ତା ବାବରେ ସୌମ୍ୟ ରଞ୍ଜନ ପଣ୍ଡା ସଭାଯୋଗ ଦେଇଥିଲେ । ସଭାକୁ ଶତାଦ୍ଧୀ ନେନା ସାମନ୍ତ ପରିଚାଳାନା କରିଥିଲେ । ବୟଷ ଅନୁସାରେ ସୁସ୍ଥ ରହିବା କଲା, କୌଶଳ ଭିର୍ତ୍ତିକ ବ୍ୟାୟାମ, ଉପରେ ଆଲୋଚନା ହୋଇଥିଲା । ଅତିଥର ମାନଙ୍କ ଦ୍ୱାରା ଫିଜୋଥରାଫି ଏପରେ ଅନେକ ଆଲୋଚନା କରିଥିଲେ । ଆଜିର ଏହି କର୍ଯ୍ୟକ୍ରମରେ ଅନୁଷ୍ଠାନର ମମତା ମିଶ୍ର, ସଂଗୀତା ରାଉତରାୟ, ଆତ୍ରତ୍ରାଣ ପଟେଲ, ଗୀତାଞ୍ଜଳୀ ନାୟକ, ବବିତାଜ କର ସହେଯାଗ କରିଥିଲୋ ଶେଷରେ ଅଧ୍ୟାପକ ବିଶ୍ୱଜୀତ କାନୁନଗୋ ଧନ୍ୟବାଦ ଦେଇଥିଲେ ।