-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||     

HOME   ରାଜ୍ୟ

କୃଷକମାନଙ୍କ ପାଇଁ ସାରର ଉପଲବ୍ଧତା ନେଇ ରହୁଥିବା ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା; ଆବଶ୍ୟକତାକୁ ଦୃଷ୍ଟିରେ ରଖି ଠିକ୍ ଭାବରେ ସାର ଯୋଗାଇବାକୁ ନିର୍ଦ୍ଦେଶ

06-Sep-2025



■କୃଷି ଓ ସମବାୟ ବିଭାଗ ସମନ୍ୱୟରେ ନିୟମିତ ତଦାରଖ ସୂଚନା
■ଜିଲ୍ଲାପାଳମାନଙ୍କୁ କ୍ଷେତ୍ରସ୍ତରରେ ନିୟମିତ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ

ଭୁବନେଶ୍ୱର(ପ୍ରେରଣା ଖବର): କୃଷକମାନଙ୍କ ପାଖରେ ସେମାନଙ୍କର ଆବଶ୍ୟକତା ଅନୁସାରେ ସାର ଠିକ୍‌ ଭାବରେ ପହଞ୍ଚୁଛୁକି ନାହିଁ, ସେଥିପାଇଁ କି କି ସମସ୍ୟା ରହୁଛି, ସେ ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ମାନଙ୍କ ସହିତ ଏକ ବୈଠକରେ ସଦ୍ୟତମ ସ୍ଥିତି ସମୀକ୍ଷା କରିଥିଲେ । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ । ଆଜିର ଅନୁଷ୍ଠିତ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍‌ ସକ୍ସେନାଙ୍କ ସମେତ  ସମବାୟ ଏବଂ କୃଷି ବିଭାଗର ବରିଷ୍ଠ ପଦାଧିକାରୀ  ଉପସ୍ଥିତ ଥିଲେ । ଏ ସଂପର୍କରେ ଗତ ୧ ତାରିଖରେ ମଧ୍ୟ  ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । 
 ଆଜିର ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏ ବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏ ସମୟରେ ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିତା ରହିଛି । ସାରର ଉପଲବ୍ଧତା ଅନୁସାରେ ତାହା ଯେପରି ଚାଷୀମାନଙ୍କ ନିକଟରେ ଠିକ୍ ଭାବରେ ପହଞ୍ଚେ, ସେଥିପ୍ରତି ରାଜ୍ୟ ଓ ଜିଲ୍ଲାସ୍ତରରେ ସ୍ତରରେ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
 ବୈଠକରେ ଆଲୋଚିତ ସୂଚନା ଅନୁସାରେ ଜଣାଯାଇଛି ଯେ, ଚଳିତ ସେପ୍ଟେମ୍ବର ମାସ ୫ ତାରିଖ ସୁଦ୍ଧା ଓଡ଼ିଶାକୁ                 ଖରିଫ ୨୦୨୫ ବର୍ଷ ପାଇଁ ୟୁରିଆ  ସମେତ ୧୦ ଲକ୍ଷ ମେଟ୍ରିକ ଟନ୍‌ ବିଭିନ୍ନ ପ୍ରକାର ସାର ଉପଲବ୍ଧତା ନେଇ  ଭାରତ ସରକାରଙ୍କୁ ପୂର୍ବରୁ  ପ୍ରସ୍ତାବ ଦିଆଯାଇଥିବା ବେଳେ ଏହି ତାରିଖ ସୁଦ୍ଧା ମୋଟ ୧୧ ଲକ୍ଷ ୩୩ ହଜାର ୭୭୬ ମେଟ୍ରିକ ଟନ ସାର ମିଳିଛି ।ଏ ପର୍ଯ୍ୟନ୍ତ ୯.୧୬ ଲକ୍ଷ ମେଟ୍ରିକ ଟନ ସାର ବିକ୍ରୟ ହୋଇସାରିଛି । ଏବେ ସୁଦ୍ଧା ଆହୁରି ୨ ଲକ୍ଷ ୭ ହଜାର ୨୨୦ ମେଟ୍ରିକ ଟନ୍‌ ସାର ରାଜ୍ୟ ପାଇଁ ଉପଲବ୍ଧ ଅଛି । ବିଗତ ୩ ବର୍ଷରେ ଦେଖିବାକୁ ଗଲେ ୩୦ ସେପ୍ଟେମ୍ବର ସୁଦ୍ଧା, ହାରାହାରି ୮ଲକ୍ଷ ୮୧ ହଜାର ୨୫୦ ମେଟ୍ରିକ ଟନ ସାର ଯୋଗାଣ ହୋଇଥିବା ବେଳେ ଗତ ବର୍ଷ  ୭ ଲକ୍ଷ ୭୭ ହଜାର ୦୦୨ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ ହୋଇଥିଲା ଏବଂ ଏ ବର୍ଷ  ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ୯ ଲକ୍ଷ ୧୬ ହଜାର ୯୪୯ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ ହୋଇଛି ।  ଏଣୁ ଗତ ବର୍ଷ ତୁଳନାରେ ଏହା  ପ୍ରାୟ ୨୦ ପ୍ରତିଶତ ଅଧିକ ସାର  ବିକ୍ରୟ ହୋଇଥିବା ବୈଠକରୁ ଜଣାଯାଇଛି । 
 କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ କହିଛନ୍ତି ଯେ, ଏ ବର୍ଷ ଭଲ ମୌସୁମୀ ବର୍ଷା ହୋଇଥିବାରୁ ଏବଂ ଧାନ ଚାଷ ପ୍ରତି ଚାଷୀମାନେ  ଅଧିକ ଆଗ୍ରହ ପ୍ରକାଶ କରିଥିବାରୁ ସାରର ଆବଶ୍ୟକତା ବୃଦ୍ଧି ପାଇଛି । ଚାଷୀମାନଙ୍କୁ ସାରର ଉପଲବ୍ଧତା ଓ ଆବଶ୍ୟକତା ଅନୁସାରେ ଠିକ୍ ଭାବରେ ବଣ୍ଟନ ସଂକ୍ରାନ୍ତରେ  କୃଷି ବିଭାଗ ନିର୍ଦ୍ଦେଶକ, ସମବାୟ ବିଭାଗ ନିର୍ଦ୍ଦେଶକ ଓ ଟିମ୍‌ ନିୟମିତ ଭାବେ ତଦାରଖ କରୁଛନ୍ତି । ଯେଉଁ​‌ଠାରେ ସାର ମିଳିବାରେ ବିଶେଷ ଅସୁବିଧା ହେଉଛି, ସେଠାରେ ଜିଲ୍ଲାପାଳମାନେ ନିଜେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ବ୍ୟବସ୍ଥା କରୁଛନ୍ତି । ସାର ପହଞ୍ଚିବା ମାତ୍ରେ ତାହା  ଚାଷୀମାନଙ୍କୁ ଆବଶ୍ୟକତା ଅନୁସାରେ ଦେବାକୁ ନର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସାର କମ୍ପାନୀରୁ ଜିଲ୍ଲାକୁ ଆସୁଥିବା ସାର, ପାକ୍ସ ଏବଂ ଲାମ୍ପସ୍ ନିକଟରେ  ଅଧିକ ମହଜୁଦ  ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବିଭିନ୍ନ  ଡିଲରମାନଙ୍କ ପାଖରେ ସାର ଯେପରି ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ବିକ୍ରି ନହୁଏ,  ସେଥିପ୍ରତି ଯାଂଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  
 ବିଭିନ୍ନ ଜିଲ୍ଲା ପାଇଁ  ସାର କେତେ ଉପଲବ୍ଧ ଅଛି, କେତେ ପହଞ୍ଚିବାର ଅଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।  ଜିଲ୍ଲାପାଳମାନଙ୍କୁ ନିୟମିତ ସମୀକ୍ଷା ଓ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ସାର ଚୋରା ଚାଲାଣ କରାଯାଉଥିବା  ଧରା ପଡ଼ିଲେ, ସେ  କ୍ଷେତ୍ରରେ ଏହାକୁ କେବଳ ଜବତ କରି ସିଲ କଲେ ହେବ ନାହିଁ, ଏହାକୁ ସୁବ୍ୟବସ୍ଥିତ କରି ଯେପରି ସାର ଉଦ୍ଦିଷ୍ଟ ଚାଷୀମାନେ ପାଇବେ, ତାହାକୁ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ଏବଂ ବେଆଇନ୍ ସାର ମହଜୁଦକାରୀ ଏବଂ ଚୋରା ଚାଲାଣକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାର କମ୍ପାନୀମାନଙ୍କରୁ  ଓଡ଼ିଶାର ବିଭିନ୍ନ ରେକ୍‌ ପଏଣ୍ଟ (ରେଳ ପରିବହନ) ପଏଣ୍ଟରେ  ପହଞ୍ଚିବାକୁ ଥିବା ସାରର  ସ୍ଥିତି ଏବଂ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଏହାର ଉପଲବ୍ଧତା  ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । 
 ମାର୍କଫେଡ୍‌, ପାକ୍ସ,ଲ୍ୟାମ୍ପସଗୁଡ଼ିକୁ ସାର ରଖିବା ପାଇଁ ଗୋଦାମରେ ଯଥେଷ୍ଟ ସ୍ଥାନ  ଉପଲବ୍ଧ ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ମାର୍କଫେଡ୍‌ ଏବଂ  ପାକ୍ସ  ଓ ଲାମ୍ପସରେ କେଉଁ କେଉଁ ସମୟରେ ସାର ପହଞ୍ଚୁଛି,  ତାହାର  ବାସ୍ତବ ସ୍ଥିତି  ଅନୁଧ୍ୟାନ କରି ଉପଲବ୍ଧତା ଅନୁସାରେ କୃଷକମାନଙ୍କ ନିକଟରେ ସାର ପହଁଚିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ  ଦିଆଯାଇଛି । ସାରର ଉପଲବ୍ଧତାକୁ ଦୃଷ୍ଟିରେ ରଖି ତଥା ପଂଜୀକୃତ ଚାଷୀଙ୍କ ସଂଖ୍ୟା ଅନୁସାରେ  ପାକ୍ସ ଓ ଲାମ୍ପସମାନଙ୍କୁ ୟୁରିଆ ସାର  ଯୋଗାଣ ଏବଂ  କୃଷକମାନଙ୍କ  ଜମି ସୂଚନା  ଅନୁସାରେ  ସାର ଆବଶ୍ୟକତା ଅନୁସାରେ ପ୍ରଦାନ କରାଯିବାକୁ  ଗୁରୁତ୍ୱ ଦିଆଯାଇଛି । ସାର କମ୍ପାନୀ ଓ ମାର୍କଫେଡ୍‌  ପାଖରେ  ଯଥେଷ୍ଟ  ସଂଖ୍ୟକ ସାର ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି, ଯଦ୍ୱାରା ଅଗ୍ରାଧିକାର ଭିତ୍ତିରେ ଜରୁରୀ ଆବଶ୍ୟକତା ପୂରଣ କରାଯାଇ ପାରିବ ।  ଅନ୍ୟ ପକ୍ଷରେ  ଆଗାମୀ ଖରିଫ ପାଇଁ ୟୁରିଆ ସାରର  ଆବଶ୍ୟକତା କେତେ ରହିବ, ତାହା ଚାଷଋତୁ ପୂର୍ବରୁ ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । 

 


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026

You Might Also Like