-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

କୃଷକମାନଙ୍କ ପାଇଁ ସାରର ଉପଲବ୍ଧତା ନେଇ ରହୁଥିବା ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା; ଆବଶ୍ୟକତାକୁ ଦୃଷ୍ଟିରେ ରଖି ଠିକ୍ ଭାବରେ ସାର ଯୋଗାଇବାକୁ ନିର୍ଦ୍ଦେଶ

06-Sep-2025



■କୃଷି ଓ ସମବାୟ ବିଭାଗ ସମନ୍ୱୟରେ ନିୟମିତ ତଦାରଖ ସୂଚନା
■ଜିଲ୍ଲାପାଳମାନଙ୍କୁ କ୍ଷେତ୍ରସ୍ତରରେ ନିୟମିତ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ

ଭୁବନେଶ୍ୱର(ପ୍ରେରଣା ଖବର): କୃଷକମାନଙ୍କ ପାଖରେ ସେମାନଙ୍କର ଆବଶ୍ୟକତା ଅନୁସାରେ ସାର ଠିକ୍‌ ଭାବରେ ପହଞ୍ଚୁଛୁକି ନାହିଁ, ସେଥିପାଇଁ କି କି ସମସ୍ୟା ରହୁଛି, ସେ ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ମାନଙ୍କ ସହିତ ଏକ ବୈଠକରେ ସଦ୍ୟତମ ସ୍ଥିତି ସମୀକ୍ଷା କରିଥିଲେ । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ । ଆଜିର ଅନୁଷ୍ଠିତ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍‌ ସକ୍ସେନାଙ୍କ ସମେତ  ସମବାୟ ଏବଂ କୃଷି ବିଭାଗର ବରିଷ୍ଠ ପଦାଧିକାରୀ  ଉପସ୍ଥିତ ଥିଲେ । ଏ ସଂପର୍କରେ ଗତ ୧ ତାରିଖରେ ମଧ୍ୟ  ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । 
 ଆଜିର ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏ ବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏ ସମୟରେ ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିତା ରହିଛି । ସାରର ଉପଲବ୍ଧତା ଅନୁସାରେ ତାହା ଯେପରି ଚାଷୀମାନଙ୍କ ନିକଟରେ ଠିକ୍ ଭାବରେ ପହଞ୍ଚେ, ସେଥିପ୍ରତି ରାଜ୍ୟ ଓ ଜିଲ୍ଲାସ୍ତରରେ ସ୍ତରରେ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
 ବୈଠକରେ ଆଲୋଚିତ ସୂଚନା ଅନୁସାରେ ଜଣାଯାଇଛି ଯେ, ଚଳିତ ସେପ୍ଟେମ୍ବର ମାସ ୫ ତାରିଖ ସୁଦ୍ଧା ଓଡ଼ିଶାକୁ                 ଖରିଫ ୨୦୨୫ ବର୍ଷ ପାଇଁ ୟୁରିଆ  ସମେତ ୧୦ ଲକ୍ଷ ମେଟ୍ରିକ ଟନ୍‌ ବିଭିନ୍ନ ପ୍ରକାର ସାର ଉପଲବ୍ଧତା ନେଇ  ଭାରତ ସରକାରଙ୍କୁ ପୂର୍ବରୁ  ପ୍ରସ୍ତାବ ଦିଆଯାଇଥିବା ବେଳେ ଏହି ତାରିଖ ସୁଦ୍ଧା ମୋଟ ୧୧ ଲକ୍ଷ ୩୩ ହଜାର ୭୭୬ ମେଟ୍ରିକ ଟନ ସାର ମିଳିଛି ।ଏ ପର୍ଯ୍ୟନ୍ତ ୯.୧୬ ଲକ୍ଷ ମେଟ୍ରିକ ଟନ ସାର ବିକ୍ରୟ ହୋଇସାରିଛି । ଏବେ ସୁଦ୍ଧା ଆହୁରି ୨ ଲକ୍ଷ ୭ ହଜାର ୨୨୦ ମେଟ୍ରିକ ଟନ୍‌ ସାର ରାଜ୍ୟ ପାଇଁ ଉପଲବ୍ଧ ଅଛି । ବିଗତ ୩ ବର୍ଷରେ ଦେଖିବାକୁ ଗଲେ ୩୦ ସେପ୍ଟେମ୍ବର ସୁଦ୍ଧା, ହାରାହାରି ୮ଲକ୍ଷ ୮୧ ହଜାର ୨୫୦ ମେଟ୍ରିକ ଟନ ସାର ଯୋଗାଣ ହୋଇଥିବା ବେଳେ ଗତ ବର୍ଷ  ୭ ଲକ୍ଷ ୭୭ ହଜାର ୦୦୨ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ ହୋଇଥିଲା ଏବଂ ଏ ବର୍ଷ  ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ୯ ଲକ୍ଷ ୧୬ ହଜାର ୯୪୯ ମେଟ୍ରିକ୍‌ ଟନ୍‌ ସାର ଯୋଗାଣ ହୋଇଛି ।  ଏଣୁ ଗତ ବର୍ଷ ତୁଳନାରେ ଏହା  ପ୍ରାୟ ୨୦ ପ୍ରତିଶତ ଅଧିକ ସାର  ବିକ୍ରୟ ହୋଇଥିବା ବୈଠକରୁ ଜଣାଯାଇଛି । 
 କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ କହିଛନ୍ତି ଯେ, ଏ ବର୍ଷ ଭଲ ମୌସୁମୀ ବର୍ଷା ହୋଇଥିବାରୁ ଏବଂ ଧାନ ଚାଷ ପ୍ରତି ଚାଷୀମାନେ  ଅଧିକ ଆଗ୍ରହ ପ୍ରକାଶ କରିଥିବାରୁ ସାରର ଆବଶ୍ୟକତା ବୃଦ୍ଧି ପାଇଛି । ଚାଷୀମାନଙ୍କୁ ସାରର ଉପଲବ୍ଧତା ଓ ଆବଶ୍ୟକତା ଅନୁସାରେ ଠିକ୍ ଭାବରେ ବଣ୍ଟନ ସଂକ୍ରାନ୍ତରେ  କୃଷି ବିଭାଗ ନିର୍ଦ୍ଦେଶକ, ସମବାୟ ବିଭାଗ ନିର୍ଦ୍ଦେଶକ ଓ ଟିମ୍‌ ନିୟମିତ ଭାବେ ତଦାରଖ କରୁଛନ୍ତି । ଯେଉଁ​‌ଠାରେ ସାର ମିଳିବାରେ ବିଶେଷ ଅସୁବିଧା ହେଉଛି, ସେଠାରେ ଜିଲ୍ଲାପାଳମାନେ ନିଜେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ବ୍ୟବସ୍ଥା କରୁଛନ୍ତି । ସାର ପହଞ୍ଚିବା ମାତ୍ରେ ତାହା  ଚାଷୀମାନଙ୍କୁ ଆବଶ୍ୟକତା ଅନୁସାରେ ଦେବାକୁ ନର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସାର କମ୍ପାନୀରୁ ଜିଲ୍ଲାକୁ ଆସୁଥିବା ସାର, ପାକ୍ସ ଏବଂ ଲାମ୍ପସ୍ ନିକଟରେ  ଅଧିକ ମହଜୁଦ  ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବିଭିନ୍ନ  ଡିଲରମାନଙ୍କ ପାଖରେ ସାର ଯେପରି ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ବିକ୍ରି ନହୁଏ,  ସେଥିପ୍ରତି ଯାଂଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  
 ବିଭିନ୍ନ ଜିଲ୍ଲା ପାଇଁ  ସାର କେତେ ଉପଲବ୍ଧ ଅଛି, କେତେ ପହଞ୍ଚିବାର ଅଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।  ଜିଲ୍ଲାପାଳମାନଙ୍କୁ ନିୟମିତ ସମୀକ୍ଷା ଓ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ସାର ଚୋରା ଚାଲାଣ କରାଯାଉଥିବା  ଧରା ପଡ଼ିଲେ, ସେ  କ୍ଷେତ୍ରରେ ଏହାକୁ କେବଳ ଜବତ କରି ସିଲ କଲେ ହେବ ନାହିଁ, ଏହାକୁ ସୁବ୍ୟବସ୍ଥିତ କରି ଯେପରି ସାର ଉଦ୍ଦିଷ୍ଟ ଚାଷୀମାନେ ପାଇବେ, ତାହାକୁ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ଏବଂ ବେଆଇନ୍ ସାର ମହଜୁଦକାରୀ ଏବଂ ଚୋରା ଚାଲାଣକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାର କମ୍ପାନୀମାନଙ୍କରୁ  ଓଡ଼ିଶାର ବିଭିନ୍ନ ରେକ୍‌ ପଏଣ୍ଟ (ରେଳ ପରିବହନ) ପଏଣ୍ଟରେ  ପହଞ୍ଚିବାକୁ ଥିବା ସାରର  ସ୍ଥିତି ଏବଂ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଏହାର ଉପଲବ୍ଧତା  ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । 
 ମାର୍କଫେଡ୍‌, ପାକ୍ସ,ଲ୍ୟାମ୍ପସଗୁଡ଼ିକୁ ସାର ରଖିବା ପାଇଁ ଗୋଦାମରେ ଯଥେଷ୍ଟ ସ୍ଥାନ  ଉପଲବ୍ଧ ହେବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ମାର୍କଫେଡ୍‌ ଏବଂ  ପାକ୍ସ  ଓ ଲାମ୍ପସରେ କେଉଁ କେଉଁ ସମୟରେ ସାର ପହଞ୍ଚୁଛି,  ତାହାର  ବାସ୍ତବ ସ୍ଥିତି  ଅନୁଧ୍ୟାନ କରି ଉପଲବ୍ଧତା ଅନୁସାରେ କୃଷକମାନଙ୍କ ନିକଟରେ ସାର ପହଁଚିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ  ଦିଆଯାଇଛି । ସାରର ଉପଲବ୍ଧତାକୁ ଦୃଷ୍ଟିରେ ରଖି ତଥା ପଂଜୀକୃତ ଚାଷୀଙ୍କ ସଂଖ୍ୟା ଅନୁସାରେ  ପାକ୍ସ ଓ ଲାମ୍ପସମାନଙ୍କୁ ୟୁରିଆ ସାର  ଯୋଗାଣ ଏବଂ  କୃଷକମାନଙ୍କ  ଜମି ସୂଚନା  ଅନୁସାରେ  ସାର ଆବଶ୍ୟକତା ଅନୁସାରେ ପ୍ରଦାନ କରାଯିବାକୁ  ଗୁରୁତ୍ୱ ଦିଆଯାଇଛି । ସାର କମ୍ପାନୀ ଓ ମାର୍କଫେଡ୍‌  ପାଖରେ  ଯଥେଷ୍ଟ  ସଂଖ୍ୟକ ସାର ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି, ଯଦ୍ୱାରା ଅଗ୍ରାଧିକାର ଭିତ୍ତିରେ ଜରୁରୀ ଆବଶ୍ୟକତା ପୂରଣ କରାଯାଇ ପାରିବ ।  ଅନ୍ୟ ପକ୍ଷରେ  ଆଗାମୀ ଖରିଫ ପାଇଁ ୟୁରିଆ ସାରର  ଆବଶ୍ୟକତା କେତେ ରହିବ, ତାହା ଚାଷଋତୁ ପୂର୍ବରୁ ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । 

 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like