-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
06-Sep-2025
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଲୋଇସିଂହା ଅଗ୍ରେସନ୍ ଭବନ ଠାରେ କଂଗ୍ରେସ ର ସାଂଗଠାନିକ ଅଭିଯାନ ର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସର୍ବ ଭାରତୀୟ କଂଗ୍ରେସ କମିଟି ର ପ୍ରଭାରୀ ସି ଡି ମେରିୟାପାନ ଯୋଗ ଦେଇ ଥିବା ବେଳେ ମଞ୍ଚ ରେ ଶରତ ରାଉତରାଏ , ନିମାଇ ସାହୁ , ଦିଲ୍ଲୀପ ବେହେରା , ଅନିତା ବିଶ୍ଵାଳ , ସୌମେନ୍ଦ୍ର ମିଶ୍ର , ଓମପ୍ରକାଶ କୁମ୍ଭାର , ଓଡ଼ିଶା ପ୍ରଭାରୀ ଅଜୟ ଲୁଲୁ , ବରିଷ୍ଟ କଂଗେସ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଓଡ଼ିଶା କଂଗ୍ରେସ କମିଟି ମୁଖପାତ୍ର ଅଭିଷେକ ମହାନନ୍ଦ ଉପସ୍ଥିତ ଥିଲେ l ଏହି ସଭାରେ ଜିଲ୍ଲା ସଭାପତି ଚୟନ ପ୍ରତି ଏ ଆଇ ସି ସି ପ୍ରଭାରୀଙ୍କୁ ନିର୍ବାଚନ ମଣ୍ଡଳୀ ର କଂଗେସ କର୍ମୀ ମାନେ ନିଜ ନିଜ ମତ ଏକ ଚିଠା ମଧ୍ୟମ ରେ ଅବଗତ କରିଥିଲେ l ନିର୍ବାଚନ ମଣ୍ଡଳୀ ର ଲୋଇସିଂହା , ଆଗଲପୁର , ପୁଇଁତଲା ବ୍ଲକ କୁ ନେଇ ନିର୍ବାଚନ ମଣ୍ଡଳୀ ଗଠିତ ଓ ଏହି ତିନୋଟି ବ୍ଲକ ର କଂଗେସ କର୍ମୀ ମାନେ ନିଜ ନିଜ ମତ ପ୍ରଭାରୀ ଙ୍କୁ ଦେଇଥିଲେ । କଂଗ୍ରେସ କର୍ମୀ ଙ୍କ ମତ।ମତ ଅନୁଯାୟୀ ଦିଲ୍ଲୀ ରେ କଂଗ୍ରେସ ର ବରିଷ୍ଠ ସଦସ୍ୟ ଙ୍କ ବୈଠକ ବସି ଜିଲ୍ଲା ସଭାପତି ଚୟନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଅଭିଷେକ ମହାନନ୍ଦ ସୂଚନା ଦେଇଛନ୍ତି l ଶେଷରେ ଆଗଲପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ମନମୋହନ ପଟେଲ ସଭା ର ଅତିଥି ଉପସ୍ଥିତ କର୍ମୀ ଙ୍କୁ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ l