-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଅଭିନବ ଢଙ୍ଗରେ ଗୁରୁଦିବସ ପାଳିଲେ ଛାତ୍ରଛାତ୍ରୀ

05-Sep-2025



ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ବଲାଙ୍ଗିର ରେ ଗୁରୁଦିବସ ପାଳିତ

ଗୋଟେ ଦିନ ପାଇଁ ଅଧ୍ୟକ୍ଷ ଆସନରେ ଆସୀନ ହେଲେ ଛାତ୍ରମୁଖ୍ୟ କାହ୍ନା ମିଶ୍ର

ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଏକ  ଭିନ୍ନ ଏବଂ ନିଆରା ଢଙ୍ଗରେ ଗୁରୁଦିବସ ପାଳିତ ହୋଇଯାଇଛି; ଯାହା ସମସ୍ତଙ୍କର ଚର୍ଚାର ବିଷୟ ପାଲଟିଛି I ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଆଜିକାର ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ ପ୍ରୋଫେସର ଡଃ ମଧୁସୂଦନ ପତି ମୁଖ୍ୟ ଅତିଥି, ଗୁରୁଙ୍କ ଗୁରୁ ଅର୍ଥାତ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ଗୁରୁ ଡଃ ଅକ୍ଷୟ ମିଶ୍ର ଓ ପିଜିଟି ମ୍ୟାଥ୍ସ ବିଜୟ ରଞ୍ଜନ କର୍ମୀଙ୍କ ଗୁରୁ ପ୍ରମୋଦ କୁମାର ସାହୁ ବିଶେଷ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଜୀବନରେ ଶ୍ରୁଙ୍ଖଳା, ଚରିତ୍ର, ନୈତିକତା ଓ ଆତ୍ମବିଶ୍ଵାସର ଉପଦେୟତା ଉପରେ ଗୁରୁତ୍ଵ ଦେଇଥିଲେ I ଡଃ ସର୍ବପଲ୍ଲୀ ରାଧାକୃଷ୍ଣାନଙ୍କ ତୈଳଚିତ୍ର ରେ ଦୀପ ପ୍ରଜ୍ଵଳନ କଲାପରେ ଅଧ୍ୟକ୍ଷ ଝାଙ୍କର ଭାରତୀୟ ପରମ୍ପରା ଅନୁସାରେ ଉପସ୍ଥିତ ଗୁରୁମାନଙ୍କ ପାଦଧୋଇ ଗୁରୁପୂଜନ କରିଥିଲେ I ପରେ ଛାତ୍ରଛାତ୍ରୀ ମାନେ ସମସ୍ତ ଶିକ୍ଷକଙ୍କ ପାଦଧୌତ କରି ଗୁରୁପୂଜନ କରିଥିଲେ I ପ୍ରକାଶ ଥାଉ କି ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା, ବଲାଙ୍ଗିର ରେ ଗୁରୁପୂଜନ ପରମ୍ପରା ୨୦୧୭ ମସିହାରୁ ଚାଲିଆସୁଛି I ସୂଚନା ମୁତାବକ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ପଥର୍ଚେପା ଠାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା  ବିଦ୍ୟାଳୟର ଅଧ୍ୟାପନା ଠାରୁ ଆରମ୍ଭକରି ସମସ୍ତ  କାର୍ଯ୍ୟ କରଯାଇଥିଲା I କିଛି ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଚରିତ୍ରରେ  ନିଜକୁ ସଜେଇ ବିଦ୍ୟାଳୟର ପ୍ରାର୍ଥନା ସଭାଠାରୁ ଆରମ୍ଭକରି ଅଧ୍ୟାପନା କରିବା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବା, ବିଦ୍ୟାଳୟ ପରିଚାଳନା କରିବା ଆଦି ଅନେକ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଥିଲା I କାର୍ଯ୍ୟଦିବସ ପ୍ରାରମ୍ଭରେ ସମସ୍ତ ଛାତ୍ରଛାତ୍ରୀ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ରୋଲ୍ ପ୍ଲେ କରି ସମସ୍ତଙ୍କ ଚର୍ଚାର ବିଷୟ ପାଲଟିଛନ୍ତି  | ପିଲାଙ୍କ ଭିତରେ ପରିଚଳନାଗତା ଦକ୍ଷତାର ବିକାଶ କରେଇବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ବିଦ୍ୟାଳୟ ସ୍ଟୁଡେନ୍ଟସ କାଉନ୍ସିଲ ର ମୁଖ୍ୟ ତଥା ବିଦ୍ୟାଳୟ କ୍ୟାପ୍ଟେନ କାହ୍ନା ମିଶ୍ର ଙ୍କୁ ଗୁରୁଡିବାସ ପାଳନ ଅବସରରେ ଗୋଟେ ଦିନ ପାଇଁ ତାଙ୍କ ଆସନ ଛାଡି ଦେଇଥିଲେ I  ଅଧ୍ୟକ୍ଷ ଙ୍କ ଆସନରେ ଆସୀନ ହୋଇ ବିଦ୍ୟାଳୟ କ୍ୟାପଟେନ ଶ୍ରୀ ମିଶ୍ର ପୁରାପୂରି ଭାବରେ ଅଧ୍ୟକ୍ଷଙ୍କ ଭଳି ବିଦ୍ୟାଳୟର ପରିଚାଳନା କରିଥିଲେ | ସେ  ଅନେକ ଅଭିଭାବକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରୁଥିବାର ବି  ଦେଖିବାକୁ ମିଳିଥିଲା | ସେଭଳି ଆହୁରି ଅନେକ ଛାତ୍ରଛାତ୍ରୀ ବିଭିନ୍ନ ଶିକ୍ଷକ ଭୂମିକା ନିଭାଉଥିବାର  ଦେଖିବାକୁ ମିଳିଥିଲା | ପିଜିଟି ଇଂରାଜୀ ଗଜମଣୀ ବାଗ ଭୂମିକାରେ କ୍ରିଷ୍ଣା ନାଏକ, ପିଜିଟି ଆକାଉଣ୍ଟ୍ସ  ମୁକ୍ତେଶ୍ଵର କୁମ୍ଭାର ଭୂମିକାରେ ରାହୁଲ ଶବର,  ପିଜିଟି ବିଏସ୍ପି ନୀଳଞ୍ଜନା ବକ୍ସଲା  ଭୁମିକାରେ ବିଜୟ ଲକ୍ଷ୍ମୀ ମିର୍ଦ୍ଧା, ପିଜିଟି  ଫିଜିକ୍ସ ସ୍ମିତା ଲକ୍ରା ଭୂମିକରେ ପ୍ରତିଭା ଦାଶ, ପିଜିଟି ଏକୋନୋମିକ୍ସ ଶୁଭସ୍ମିତାଶତପଥି ଭୂମିକରେ ସଞ୍ଜନା ନାଏକ, ପିଜିଟି କେମିଷ୍ଟ୍ରୀ ସ୍ବାଗତିକା ବେହେରା ଭୂମିକରେ ଅନ୍ଵେଷା ହୋତା, ପିଜିଟି ଆଇଟି ସିମାଞ୍ଚଳ ସାହୁ ଭୂମିକରେ ତୁଷାରକାନ୍ତ ସ୍ଵାଇଁ, ଟିଜିଟି ମ୍ୟାଥ୍ସ ଶୁଭମ ସାହୁ ଭୂମିକରେ ସୋନାକ୍ଷୀ ପାଢୀ , ପିଜିଟି ମ୍ୟାଥ୍ସ ବିଜୟରଞ୍ଜନ କର୍ମୀ ଭୂମିକାରେ ପ୍ରତୀକ  କୁମାର ବେହେରା, ଟିଜିଟି ସୋସିଏଲ ଷ୍ଟଡି ବିକ୍ରମ ଭୁଏ ଭୂମିକରେ ଶର୍ବଣୀ ସମୃଦ୍ଧି ରଥ, ଟିଜିଟି କମ୍ପୁଟର ଶିକ୍ଷକ ଚିତ୍ତ ରଞ୍ଜନ ମିଶ୍ର ଭୂମିକରେ ବେଦାନ୍ସ ନାଏକ, ଟିଜିଟି ସାଇନ୍ସ ଯୋଗେଶ୍ଵର ସା ଭୂମିକାରେ ଅନିକେତ ଅଗସ୍ତି, ପିଇଟି ଶିକ୍ଷକ ନରୋତ୍ତମ ପଟେଲ ଭୂମିକାରେ ଅନିକେତ ମୂଗ୍ରୀ, ଟିଜିଟି ଓଡିଆ ନବନୀତା ନାଏକ ଭୂମିକାରେ ଲିଜା ଶର୍ମା, ଟିଜିଟି ହିନ୍ଦୀ ଅନ୍ନପୂର୍ଣା ପୁରୋହିତ ଭୂମିକାରେ ଶ୍ରାବଣୀ ଦଣ୍ଡସେନା, ଟିଜିଟି ମେଥ୍ସ ଶୁଭଶ୍ରୀ ସାହୁ ଭୂମିକାରେ  ଅଞ୍ଜଳୀ ମହାପାତ୍ର, ଟିଜିଟି ଇଂରାଜୀ ଶିପ୍ଲିଷା ଦାଶ ଭୂମିକାରେ ଅଭୀପ୍ସା ଦାଶ, ଟିଜିଟି ଇଂରାଜୀ ସୁଚରିତା ତ୍ରିପାଠୀ ଭୂମିକାରେ ଅଭୀପ୍ସା ମିଶ୍ର, ଆକାଉଣ୍ଟେଟ ଅଙ୍କିତା ପାଣିଗ୍ରାହୀ ଭୂମିକାରେ ଶ୍ରୀମାଶ୍ରାବଣି ଭୋଇ, ପିଅନ ରାମାନନ୍ଦ ସା ଭୂମିକାରେ ଶୁଭେନ୍ଦୁ ପଟେଲ, ଲ୍ୟାବ ସହାୟକ ଅନିଲ ସେଠ ଭୂମିକାରେ ଅବିନାଶ ମେହେର, ମ୍ୟୁଜିକ ଟିଚର ଗୀତାଞ୍ଜଳି ମେହେର ଭୂମିକାରେ ଶ୍ରଦ୍ଧାରାଣୀ ମଲ୍ଲିକ, ଟିଜିଟି ସଂସ୍କୃତ ଶେଷଦେବ ମିଶ୍ର ଭୂମିକାରେ ପ୍ରୟାଗ ନାଏକ ପ୍ରମୁଖ ବିଦ୍ୟାଳୟ କାର୍ଯ୍ୟ ତୋଳାଇଥିଲେ I ରୋଲ ପ୍ଳେ ରେ ଶିଖା ବାଗ ପ୍ରଥମ, କାହ୍ନା ମିଶ୍ର ଦ୍ଵିତୀୟ ଏବଂ ପ୍ରୟାଗ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ I କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା I ଅଣଶିକ୍ଷାଦାନ କର୍ମଚାରୀ ରାମାନନ୍ଦ ସା, ଅନିଲ ସେଠ, ପ୍ରସନ୍ନ ପୁଟେଲ, ନିକେଶ ସୁନା ଙ୍କ ସମେତ ସମସ୍ତ ମଧ୍ୟାହ୍ନ ଭୋଜନ ପାଚିକା, ଛାତ୍ରୀନିବାସ କର୍ମଚାରୀ ଙ୍କୁ ଅଧ୍ୟକ୍ଷ ଶ୍ରୀ ଝାଙ୍କର  ଉପଢୌକନ ଦେଇ ସମାନୀତ କରିଥିଲେ I ପରେ ନବମ ଶ୍ରେଣୀ ଛାତ୍ରୀମାନେ  ଗୁରୁଙ୍କ ଉପରେ ଆଧାରିତ ଏକ ନୃତ୍ୟ ପରିବେଷଣ କରିଥିଲେ I ଛାତ୍ର ସଂକେତ ସ୍ୱରୂପ ପାଢୀ , ଛାତ୍ରୀ ପି ଏସ ପ୍ରଜ୍ଞା ଏବଂ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମେହେର ନିଜ ନିଜ ଅଭିଭାଷଣ ରଖିଥିଲେ I ବିଶେଷକରି ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ ମାଧ୍ୟମରେ  କ୍ୟାକ କାଟି ଆଜିର କାର୍ଯ୍ୟକ୍ରମ ଆହୁରି ସୌନ୍ଦର୍ଯ ମଣ୍ଡନ କରିଥିଲେ Iଛାତ୍ରୀ ମାମାଳୀ ପଧାନ ଓ ଗୁଞ୍ଜନ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ଦ୍ଵାଦଶ ଶ୍ରେଣୀ ଛାତ୍ରୀ ପ୍ରେରଣା ଦଲବେହେରା ଧନ୍ୟବାଦ ଅର୍ପଣ କରିଥିଲେ I


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like