-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Sep-2025
ସୋନପୁର , ତା. ୦୪/୦୯ (ପ୍ରେରଣା ଖବର ). ରାଜ୍ୟ ରେଡ଼କ୍ରସ ଓଡିଶା ଶାଖାଙ୍କ ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ପ୍ରାଙ୍ଗଣରେ ପଶ୍ଚିମ ଓଡିଶାର ଆଠଗୋଟି ଜିଲ୍ଲାର ସମସ୍ତ ୭୮ ଟି ବ୍ଳକର ବ୍ଲକ ସଂଯୋଜକଙ୍କ ତିନିଦିନିଆ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି l ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ରେଡ଼କ୍ରସ ସମ୍ପାଦକ ସଂଗ୍ରାମ କେଶରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନେ ନିଜସ୍ୱ ଦକ୍ଷତା ବୃଦ୍ଧି କରିବା ସହିତ ଆଗାମୀ ଦିନରେ ରେଡ଼କ୍ରସର ମାନବୀୟ ସେବାକୁ ସମାଜର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ରାଜ୍ୟ ଜୁନିଅର ରେଡ଼କ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ରାଜ୍ୟ ଜୁନିଅର ରେଡ଼କ୍ରସର ମାନବବାଦ ସେବାକାର୍ଯ୍ୟ ମାଧ୍ୟମରେ ଗୋଷ୍ଠୀର ମୂଲ୍ୟବାନ ଜୀବନର ସୁରକ୍ଷା ଓ ଗତିଶୀଳତା ଉପରେ ବକ୍ତବ୍ୟରେ ଗୁରୁତ୍ୱ ଦେଇଥିଲେ l ଜିଲ୍ଲା ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସ୍ୱାଗତ ଅଭିଭାଷଣ ଦେବା ସହିତ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ତିନିଦିନ ବ୍ୟାପି ଶିବିରରେ ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକ ସଂଯୋଜକମାନଙ୍କୁ ଦକ୍ଷତା ବୃଦ୍ଧି, ପ୍ରାଥମିକ ଚିକିତ୍ସା, ସ୍ବେଛାକୃତ ରକ୍ତଦାନ ଅଭିଯାନ, ସାଇବର ସୁରକ୍ଷା,ସଡ଼କ ସୁରକ୍ଷା, ବିଦ୍ୟାଳୟରେ ରେଡ଼କ୍ରସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ତାଲିମ ଦିଆଯିବ l ସାନ୍ଧ୍ୟ ଅଧିବେଶନରେ ସୋନପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ପତାକା ଅବତରଣ କରି ଶିବି୍ରାର୍ଥୀମାନଙ୍କୁ ଉଦବୋଧନ ଦେଇଥିଲେ l ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣୀ ବାଘ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସାଧନକର୍ମୀ ଚନ୍ଦ୍ରଶେଖର ମହାପାତ୍ର ଜଗଦୀଶ ଦାଶ, ହେମନ୍ତ ମେହେର, ରାଜ୍ୟ ଜୁନିଅର ରେଡ଼କ୍ରସ କୋଷାଧକ୍ଷ ସୁରେନ୍ଦ୍ରନାଥ ସାମଲ ପରିଚାଳନା କରିଥିଲେ l ପରିଶେଷରେ ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ଜୁନିଅର ରେଡ଼କ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l