-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Sep-2025
ବୀରମହାରାଜପୁର,(, ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଳାପଥର ସ୍ଥିତ
ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବୁଧବାର
ପର୍ଯ୍ୟାବରଣ ସ°ରକ୍ଷଣ ଓ ପ୍ରକୃତି ବନ୍ଦନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନଙ୍କ ସଭାପତିତ୍ଵରେ ଆଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟାବରଣ ଗତିବିଧି ବଲାଙ୍ଗୀର ବିଭାଗ ପ୍ରମୁଖ ଧର୍ମ ନିରଞ୍ଜନ ପଣ୍ଡା ଯୋଗଦେଇ ମତ ରଖିଥିଲେ। ବର୍ତ୍ତମାନ୍ ସମୟରେ ପରିବେଶ ସୁରକ୍ଷା କରିବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ ଅଛି ବୋଲି କହିବା ସହ ସମସ୍ତ ଛାତ୍ରଛାତ୍ରୀ ନିଜେ ସଚେତନ ହେବା ସହିତ ନିଜ ପରିବାର, ପୋଡ଼ଶି ,ସାଙ୍ଗସାଥି ସଚେତନ କଲେ ଆମେ ସମସ୍ତେ ସୁସ୍ଥ ସମାଜ ଗଠନ କରି ପାରିବା।ସମ୍ମାନୀତ ଅତିଥି ଭାବରେ ପ୍ରକୃତି ବନ୍ଧୁ ଶମ୍ଭୁରାଜ କର୍ଣ୍ଣ ଓ ଡ. ହୃଷୀକେଶ ଦେହେରୀ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ଅଧ୍ୟାପିକା ଦେବଜାନୀ ମେସୁଆ ମଞ୍ଚ ସଞ୍ଚାଳନ କରିଥିଲେ । ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟାପିକା ସଂପୂର୍ଣ୍ଣ ରୁପେ ସହଯୋକ କରିଥିଲେ। ଶେଷରେ ଅଧ୍ୟାପକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।