-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Sep-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଦୁଇ ନମ୍ବର ରେଂଜର ନୂତନ ଡ୍ରଗ୍ସ ଇନିସପେକ୍ଟର ଭାବରେ ଗତକାଲି ଅଙ୍କୁଶ କୁମାର ଅଗ୍ରୱାଲ ନିଯୁକ୍ତ ହୋଇଛନ୍ତି । ତମାଖୁଜାତୀୟ ସାମଗ୍ରୀ ସେବନ ଓ ଏହାର ହାନୀକାରତା ସଂପର୍କରେ ଲୋକଙ୍କୁ ସଚେତନ କରିବା ତଥା ସିଗାରେଟ୍, ଗୁଟକା, ଚଇନି ଓ ନିଶାଜାତୀୟ ସାମଗ୍ରୀ ବିକ୍ରୀ କରୁଥିବା ଲୋକଙ୍କୁ ସାବାଡ କରିବା ଦିଗରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଯୁବ ଅଫିସର ଶ୍ରୀ ଅଗ୍ରୱାଲ ନିଷ୍ଠା ଓ ଦକ୍ଷତାର ସହ କାମ କରିବା ବୋଲି ଆଶା କରାଯାଇଛି । ଶ୍ରୀ ଅଗ୍ରୱାଲ ବଲାଙ୍ଗୀର ସଦର ଥାନା ସମେତ ଲୋଇସିଂହା, ପୁଇଁନ୍ତଳା, ଦେଓଗାଁ, ତୁଷୁରା, ସଇଁନ୍ତଳା ପାଟଣାଗଡ଼, ଲରମ୍ଭା, ବେଲପଡା,ଖପ୍ରାଖୋଲ ଓ ଲାଠୋର ଥାନା ଅଧୀନରେ ଥିବା ଅଂଚଳ ଗୁଡିକରେ ନିଶାଦ୍ରବ୍ୟ ଚାଲାଣ ଓ ବିକ୍ରୀ ଉପରେ କଡା ନଜର ରଖି ଦୋଷୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଠିକ ସେହି ପରି ବଲାଙ୍ଗୀର ରେଂଜ ୱାନ୍ ର ଡ୍ରଗ୍ସ ଇନିସପେକ୍ଟର ଭାବରେ ଉମାଶଙ୍କର ମେହେର ବଲାଙ୍ଗୀର ଟାଉନ ଥାନା ସମେତ ଟିଟିଲାଗଡ଼, ସିନ୍ଧେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, କଂଟାବାଞ୍ଜି ଓ ତୁରେକେଲା ଅଂଚଳ ପାଇଁ କାର୍ଯ୍ୟକରୁଛନ୍ତି ।