-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
27-Aug-2025
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ରେ ପବିତ୍ର ଗଣେଷ ଚତୁର୍ଥୀ ଦିନ ପଶ୍ଚିମ ଓଡିଶାର ଶିଘା ତିହାର ନୂଆଁଖାଇ ଉପଲକ୍ଷେ ମନ୍ଦିର ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ନୂତନ ଘଣ୍ଟି ଅର୍ପଣ କରାଯାଇଛି । ଗୁରୁବାର ଦିନ ନୂଆଁଖାଇ ତିହାର ଥିବାରୁ ଏହା ପୂର୍ବରୁ ନୂତନ ୧୬ କେଜି ଓଜନର ଏକ ଘଣ୍ଟି ପୌରାଧ୍ୟକ୍ଷା ଲିକା ସାହୁ ଓ ଦେବୋତ୍ତର ବିଭାଗର ମ୍ୟାନେଜର ସୁଧିର ଦାଶ ଙ୍କୁ ହସ୍ତାନ୍ତର କରିଥିଲେ ଦେବାଳୟ ସୁରକ୍ଷା କମିଟି । ସକାଳୁ ଦେବୋତ୍ତର ବିଭାଗ କଲ୍ୟାଣ ମଣ୍ଡପରୁ ଶୋଭାଯାତ୍ରା ବାହାରି ମନ୍ଦିର ପହଂଚି ଥିଲେ । ନୂତନ ଧାନ ସହ ବିଭିନ୍ନ ପୂଜା ସାମଗ୍ରୀ ମାଁ ଙ୍କୁ ଅର୍ପଣ କରାଯାଇଥିଲା | ମନ୍ଦିରର ୧୫୦ ବର୍ଷ ପୁର୍ତ୍ତି ଅବସରେ ଆଗାମୀ ଦଶହରା ରେ ଏକ ସ୍ମରଣିକା ପ୍ରକାଶ ପାଇବ ତେଣୁ ଆଜି ଲୋଗୋ ଉନ୍ମୋଚିତ କରାଯାଇଥିଲା । ମୁଖ୍ୟ ପୂଜକ ମଳୟ ଦିଶ୍ରୀ ଓ ମଧୁ ଦିଶ୍ରୀ ପୂଜା କାର୍ଯ୍ୟ ତୁଳାଇଥିଲେ । ବଲାଙ୍ଗିର ଗାନ୍ଧୀନଗରପଡାର ଡା. ରୁଦ୍ର ନାରାୟଣ ପଟେଲ
ଏହି ଘଣ୍ଟିକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଦେବାଳୟ ସୁରକ୍ଷା କମିଟିକୁ ଅର୍ପଣ କରିଥିଲେ । କମିଟି ସଦସ୍ୟ ସଭାପତି ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର, ଉପଦେଷ୍ଟା ମନ ପୁରୋହିତ, ସୁରେନ୍ଦ୍ର ନେଗୀ, ସଂସ୍କୃତ ଗବେଷକ ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ, ବରିଷ୍ଠ ଓକିଲ ଜୟରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ମିଶ୍ର, ବୁଲୁ ବେହେରା, ବିଶିଷ୍ଟ କଣ୍ଠ ଶିଳ୍ପୀ ବ୍ୟାସଦେବ ପୁରୋହିତ, ରିଣ୍ଟୁ ସାହୁ, ଭବାନି ଶଙ୍କର ଭୋଇ, ଗୁଣ୍ଡୁ ଗୋପାଳ ମିଶ୍ର, ଶମ୍ଭୁ ଶତପଥି, ଜଗଦିଶ କୁମାର ନାଥ, ଶୁଶାନ୍ତ ପଟ୍ଟନାୟକ, ଜଗବନ୍ଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।