-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
25-Aug-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ନୂଆଖାଇ ଭେଟଘାଟ କମିଟି ପକ୍ଷରୁ ଷ୍ଟାର ଗୋଲ୍ଡ ବୀମା କମ୍ପାନୀ ସୋନପୁର ଅଫିସ ସଭା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ଅଭିମନ୍ୟୁ କୁଶଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ନୂଆଖାଇ ପାଇଁ ରୀତି ନୀତି ରେ ଲାଗି ହେବାକୁ ଥିବା ମା ଅଷ୍ଟଚଣ୍ଡି ଙ୍କ ଠାରେ ନବାର୍ଣ୍ଣ ଭୋଗ, ପୂଜା ବିଧି, ପାହୁର ଶୋଭା ଯାତ୍ରା କିପରି ସୁଚାରୁ ରୂପେ ଓ ଆଡମ୍ବର ରେ ପାଳନ କରାଯିବ ତା ଉପରେ ଆଲୋକ ପାତ କରିଥିଲେ l. ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟ ନାରାୟଣ ତ୍ରିପାଠୀ, (ମୁନା ) , ମନୋରଞ୍ଜନ ତ୍ରିପାଠୀ, ଚୌଧୁରୀ ବିଭାର, ଲଡ଼ୁକିଶୋର ମଲ୍ଲିକ, ପ୍ରଫୁଲ୍ଲ ନାଏକ, ଶେଷ ଦେବ ମେହେର, ସନ୍ତୋଷ ମିଶ୍ର, ପ୍ରମୋଦ କୁମାର ସାହୁ, ଗୋପାଳ ନେଗୀ, ଆନନ୍ଦ ପାତ୍ର ପ୍ରମୁଖ ସଭ୍ୟ ସବୁ ଉପସ୍ଥିତ ରହି ବୈଠକ ରେ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜ ର ମତ ରଖିଥିଲେ l