-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ରାଜ୍ୟ

“ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଳ ହେଲେ ନାରୀନିର୍ଯ୍ୟାତନା କମିବ”

24-Aug-2025



ବଲାଙ୍ଗୀର(ପ୍ରେରଣା ଖବର): ଯୁଗେ ଯୁଗେ ପୁରୁଷକେନ୍ଦ୍ରୀକ ସମାଜରେ ନାରୀମାନଙ୍କୁ ଦୁର୍ବଳା,ଅବଳା ଇତ୍ୟାଦି କହି ଅବହେଳା କରାଯାଇ ଆସିଛି । ନାରୀ ସମାଜ ସୃଷ୍ଟିର ମୂଳ ଆଧାର ଓ ପରିବାର ଗଠନରେ ସଂପୂର୍ଣ୍ଣ ସମର୍ପିର୍ତ କିନ୍ତୁ ତାକୁ ନିର୍ଯ୍ୟାତନା ସହିବାକୁ ପଡେ । ଆଜି ନାରୀମାନେ ଶିକ୍ଷିତ ଓ ସ୍ୱାବଲମ୍ବୀ ହେଲେଣି ତଥାପି ନିର୍ଯ୍ୟାତନାର କାହାଣୀ ସରୁନାହିଁ । ଦିନକୁ ଦିନ ସମାଜରେ କଳୁଷିତ ନାରୀ ଦୁଷ୍କର୍ମ,ନିର୍ଯ୍ୟାତନା ହତ୍ୟା ଭଳି ଘଟଣା ଘଟୁଛି । ତେଣୁୁ କେବଳ ଶିକ୍ଷିତ ହେଲେ ନୁହେଁ ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଲ ହେଲେ ନାରୀନିର୍ଯ୍ୟାତନା କମିବ ବୋଲି ଆଜି ସ୍ୱର୍ଗତ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ୮୬ତମ ଜୟନ୍ତୀ ପାଳନ ଅବସରରେ ସତ୍ୟନାରାୟଣ ସ୍ମୃତିକମିଟି ପକ୍ଷରୁ 'ନାରୀ ନିର୍ଯ୍ୟାତନା ଓ ସଶକ୍ତିକରଣ' ଶୀର୍ଷକ ଆଲୋଚନାଚକ୍ରରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି l

ସ୍ମୃତି କମିଟିର ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ସଂପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ସାହିତ୍ୟିକ,କବି ତଥା ଦକ୍ଷପ୍ରଶାସକ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ, ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷଅ ଲିକା ସାହୁ,ଅତିଥି ବକ୍ତା ଭାବରେ ଓଟିଭି ଚେନାଲର ନ୍ୟୁଜଏଙ୍କର ସାମ୍ବାଦିକା ରାଜଶ୍ରୀ ସାହୁ ଓ ଅର୍ଗସ ନିଉଜ୍ 

ଚେନାଲର ଏଙ୍କର ସାମ୍ବାଦିକା ନିଳିମା ପ୍ରୀୟଦର୍ଶିନୀ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଡ.ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, କେବଳ ଆଇନ ନାରୀ ନିର୍ଯ୍ୟାତନାକୁ ରୋକିପାରିବ ନାହିଁ । ସମାଜର ସବୁବର୍ଗର ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇ ଏଭଳୀ କଳୁଷିତ କାର୍ଯ୍ୟକୁ ପ୍ରତିବାଦ କଲେ ନାରୀ ନିର୍ଯ୍ୟାତନାର ମାତ୍ରା କମିବ। ସମାଜ ନିଷ୍କ୍ରିୟ ହେଲେ କଳଙ୍କିତ ନିର୍ଯ୍ୟାତିତ ସମାସ୍ୟା ବଢେ। ଅନେକଗୁଡିଏ ଜୀବନ୍ତଉଦାହରଣ ଦେଇ ଆମ ସମାଜ କିଭଳି ସବୁ ଅପକର୍ମକୁ ଆଖିବୁଜିଦେଇଛି ତାହାର ଅବତାରଣ କରିଥିଲେ। ତେଣୁ ସଚେତନତା ଓ ପ୍ରତିକ୍ରୀୟାଶୀଳ ହୋଇ ପ୍ରତିବାଦ କଲେ ନାରୀ ନିର୍ଯ୍ୟାତନାକୁ କମାଇ ହେବ ବୋଲି ମୁଖ୍ୟଅତିଥି ଡ.ସାହୁ କହିଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ତାଙ୍କ ବକ୍ତବ୍ୟରେ ଆଜି ନାରୀ ମାନେ ବିଭିନ୍ନ କ୍ଷେତ୍ରରେ କିଭଲି ଶିକ୍ଷିତ ଓ ସଚେତନଶୀଳ ହୋଇ ନିଜର ପରାକାଷ୍ଠା ଦେଖାଉଛନ୍ତି ସେ ଉପରେ ବର୍ଣ୍ଣନା କରିଥିଲେ । ନାରୀଶିକ୍ଷା ବଢୁଛି ଓ ସମାଜରେ ନାରୀମାନଙ୍କ ଭୂମିକା ବଢି ସଶକ୍ତ ହେଉଛନ୍ତି ବୋଲି ସେ ମତବ୍ୟକ୍ତ କରି ଥିଲେ। ଅତିଥିବକ୍ତା ରାଜଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ନାରୀ ମାନେ ଆଉ ବେଚାରୀ ହୋଇ ବଞ୍ଚିବାକୁ ଚାହୁଁନାହିଁନ୍ତି ବରଂ ବିଚାରବ୍ୟକ୍ତ କରୁଛନ୍ତି ବୋଲି କହିଥିଲେ। ମହିଳାମାନେ ନିଜେ ନିଜକୁ ସଶକ୍ତ କରୁଛନ୍ତି ଓ ସମାଜରେ ପ୍ରତିଷ୍ଠିତ ହୋଇ ପାରୁଛନ୍ତି । ସେମାନଙ୍କୁ ପରିବାରର ବିଶ୍ୱାସ ଓ ସାମାଜର କେବଳ ସହାୟତାର ହାତର ଆବଶ୍ୟକତା ରହିଛି ବୋଲି କହିଥିଲେ। ଠିକ ସେହିପରି ନିଳିମା ପ୍ରୀୟଦର୍ଶୀନୀ ତାଙ୍କ ବକ୍ତବ୍ୟରେ ଆତ୍ମବିଶ୍ୱାସ ହିଁ ନାରୀକୁ ସଫଳତା ଦେଇପାରିବ । କାହାର ଚାପ, ବାହାର ଲୋକଙ୍କ ଆଲୋଚନାକୁ ନେଇ ନିଜକୁ ସଙ୍କୁଚିତ କରିବା ନାହିଁ ବରଂ ଏକ ଉଦାର ହୃଦୟରେ ନିଜର କର୍ତ୍ତବ୍ୟ କରିଚାଲିବା। ନିଜେ ନିଜର ସୀମାସରହଦ ଭିତରେ ରହି ସମାଜିକ ବ୍ୟବସ୍ଥାକୁ ମୁକାବିଲା କରିବା ଓ କେବେ ବି ହାର ମାନିବାର ମାନସିକତା ରଖିବା ନାହିଁ ବୋଲି ଆହ୍ୱାନ ଦେଇଥିଲେ । ସ୍ମୃତିକମିଟିର ସଭ୍ୟ ବରିଷ୍ଠ ସାମ୍ବାଦିକ ଓଟିଭିର ପଶ୍ଚିମଓଡିଶା ବ୍ୟୁରୋଚିଫ ମନୋରଂଜନ ଯୋଷୀ ତାଙ୍କ ବକ୍ତବ୍ୟରେ ନାରୀମାନେ ଚରିତ୍ରବାନ ଓ ସଚେତନଶୀଳ ହେଲେ ନାରୀନିର୍ଯ୍ୟାତନାକୁ ରୋକାଯାଇ ପାରିବ ବୋଲି କହିଥିଲେ ।

ରାମାୟଣରେ ସୀତାଙ୍କ ଚରିତ୍ର ଯେଭଳି ମହାପ୍ରତାପୀ ରାବଣକୁ ସମ୍ମୋହିତ କରିବାରୁ ପ୍ରତିରୋଧ କରିପାରିଥିଲା ମହିଳାମାନେ ନିଜକୁ ସେଭଳି ଚରିତ୍ରବାନ କରି ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ କେତେକ ଆଦିବାସୀ ସମାଜରେ ଯେଭଳି ପୁରୁଷମାନେ ତାଙ୍କ ପତ୍ନୀଙ୍କୁ ସୁରକ୍ଷାଦେବାକୁ ଯତ୍ନବାନ ହୋଇଥାନ୍ତି ଆଜିର ସମାଜ ସେଭଳି ହେବାକୁ ମତଦେଇଥିଲେ । ଏହି ଅବସରରେ ଡ.ନୃପରାଜ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ “ସତ୍ୟନାରାୟଣ ବେହେରା ସ୍ମୃତିସମ୍ମାନ” ପ୍ରଦାନ କରାଯାଇଥିଲା। ଶେଷରେ ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର, ଲେଖିକା ଡ.ମଞ୍ଜୁବାଳା ପଣ୍ଡା, ସାମ୍ବାଦିକ ସୁଭାଷଚନ୍ଦ୍ର ପଣ୍ଡା, ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡା, ପୂର୍ବତନ ସଭାପତି ଦିଲିପ ପୁରୋହିତ, ହରିନାରାୟଣ ପୂଝାରୀ, ଶରତ ମିଶ୍ର, ଆନନ୍ଦ ସାହୁ, ସନ୍ଦିପ କୁଅଁର, ତରୁଣ ସାହୁ, ଦୀପକ ପୁରୋହିତ,ଶରତ ମହାକୁର, ସୁନିଳ ମହାନ୍ତି, ଯୁଧିଷ୍ଠୀର ମେହେର, ଗୁପ୍ତେଶ୍ୱର ପୃଷ୍ଟି, କ୍ରୀଡା ସଂସଦର କୃଷ୍ଣଚନ୍ଦ୍ର ପଣ୍ଡା,ସୁଧିର ପଣ୍ଡା, ପଦ୍ମଲୋଚନା ଆଚାର୍ଯ୍ୟ, କବି ଭାଗିରଥି ମିଶ୍ର,ସନାତନ ଠାକୁର,ଶଶିଭୂଷଣ ତ୍ରୀପାଠୀ, ହିମାନୀ ତ୍ରୀପାଠୀ,ରଶ୍ମିତା ପାତ୍ର,ସ୍ୱର୍ଗତ ବେହେରାଙ୍କ ପୁଅ ସୁଧାକର ବେହେରା, ସୁନୀଲ ବେହେରାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like