-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ର  କାର୍ଯ୍ୟକାରିତା ସମୀକ୍ଷା; ଗୋ-ପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ 

21-Aug-2025



ଚାଷୀମାନଙ୍କର  ଆର୍ଥିକ ସଶକ୍ତିକରଣ ଲକ୍ଷ୍ୟରେ        ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ପ୍ରେରଣା ଖବର):ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା  “ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା”ର ସଫଳ  କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା  ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ଏହି  ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ଓ ଅଗ୍ରଗତି ସଂପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା । ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ ପୂର୍ବକ ଏହି ଯୋଜନାରୁ ଗୋପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ କିପରି ଅଧିକ ଲାଭବାନ ହୋଇପାରିବେ, ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବ, ସେଥିପାଇଁ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।  ବୈଠକରେ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

ଆମ ରାଜ୍ୟରେ  କୃଷି ସହିତ ଗୋପାଳନ କୃଷକମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ  ସର୍ବଦା ଗୁରୁତ୍ୱ ବହନ କରୁଛି  ।  ରାଜ୍ୟରେ ଗୋପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି  ଲକ୍ଷ୍ୟରେ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଆକଳନ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ଗତ ବର୍ଷ ସେପ୍ଟେମ୍ବର ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରିଥିଲେ । ଗତ ୨୦୨୪ ଡିସେମ୍ବର ୪ ତାରିଖରେ ଏହି ଯୋଜନା ଅନ୍ତର୍ଗତ  ଉପ-ଯୋଜନାଗୁଡିକର କାର୍ଯ୍ୟକାରିତା ଆରମ୍ଭ  କରାଯାଇଥିଲା । ଏହି ଯୋଜନାରେ  ଦୈନିକ ଦୁଗ୍ଧ ଉତ୍ପାଦନ ୬୫ ଲକ୍ଷ ଲିଟରରୁ ୫ ବର୍ଷ ମଧ୍ୟରେ ଦୈନିକ ୧୩୦ ଲକ୍ଷ ଲିଟର ଉତ୍ପାଦନ ଲକ୍ଷ୍ୟ ରହିଛି । 

         ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗୋ ବଂଶକୁ କୃଷକମାନଙ୍କ ଦ୍ୱାରା ଆଦୃତ କରାଇବା, ଗାଈ, ମଇଁଷିମାନଙ୍କୁ   ସନ୍ତୁଳିତ ଖାଦ୍ୟ, କୃତ୍ରିମ ବୁଦ୍ଧିମତ୍ତା ଉପଯୋଗରେ ଗୋପାଳନ କରୁଥିବା ସଂସ୍ଥାମାନଙ୍କୁ ସୁଦୃଢ଼ କରାଯିବା, ପ୍ରାଣୀମାନଙ୍କ ପାଇଁ ବୀମା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରି ଆର୍ଥିକ ନିରାପତ୍ତା ସୁବିଧା  କରାଗଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକ ମାନଙ୍କର ଆର୍ଥିକ ବିକାଶ  ହୋଇପାରିବ । ଏହି ଯୋଜନାରେ ୩ଟି ଉପଯୋଜନା  ରହିଛି । ଗୋ-ପାଳନ ଯୋଜନା, ମଇଁଷି ଉଦ୍ୟୋଗୀକରଣ ଉନ୍ନୟନ ଯୋଜନା ଏବଂ ବ୍ୟବସାୟିକ ଗୋପାଳନ(ଡାଏରି) ଫାର୍ମିଂ ନିମନ୍ତେ ଅତିରିକ୍ତ ସବ୍ସିଡି ବ୍ୟବସ୍ଥା । ଏହି ଯୋଜନାରେ ବାହାର ରାଜ୍ୟରୁ ଗାଈ ଏବଂ ମଇଁଷି ଅଣାଯାଉଥିବା କ୍ଷେତ୍ରରେ ଯୋଗ୍ୟ ବିବେଚିତଙ୍କ  ପାଇଁ ସବସିଡି ବ୍ୟବସ୍ଥା ରହିଛି । 

ସମୀକ୍ଷାରୁ ଜଣାଯାଇଛି ଯେ, କାମଧେନୁ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଗୋପାଳନ                        ଉପ- ଯୋଜନାରେ ୨,୫୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ  ୩୫,୪୯୪ ଆବେଦନ ହୋଇଥିଲା ଏବଂ ୨୮୯୨ ମଂଜୁର କରାଯାଇଥିବା ସ୍ଥଳେ  ସେଥିରୁ ୧୭୨୭ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲା । ଏ ବାବଦକୁ ୨୪.୫ କୋଟି                  ଟଙ୍କା ସବ୍ସିଡି ପ୍ରଦାନ କରାଯାଇଥିଲା । ସେହିପରି ୨୦୨୫-୨୬ ବର୍ଷରେ ୧୦,୦୦୦ ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ୨୩,୯୨୯ ଆବେଦନ ହୋଇଛି ଓ ସେଥିରୁ  ଅଦ୍ୟାବଧି ୫,୩୮୫ ମଂଜୁର ହୋଇ  ୫୯୬ ସଂପୂର୍ଣ୍ଣ  ପୂର୍ବକ  ୮.୩୬ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି । ଧାର୍ଯ୍ୟ ଲକ୍ଷ୍ୟ ଏକ ସୂଚକାଙ୍କ ହୋଇଥିବା ବେଳେ ଆବେଦନ ସଂଖ୍ୟା ସୀମୀତ ନୁହେଁ, ଅର୍ଥାତ ସର୍ବାଧିକ ଆବେଦନ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କ ଆବେଦନକୁ ଗ୍ରହଣ କରାଯିବା ନେଇ ବ୍ୟବସ୍ଥା ରହିଛି । 

  କାମଧେନୁ ଯୋଜନାରେ  ଅଦ୍ୟାବଧି  ୪,୫୩୨  ଗାଈ ପ୍ରଦାନ କରାଯାଇଛି, ଯଦ୍ୱାରା ଓଡ଼ିଶାରେ ଦୈନିକ ଦୁଗ୍ଧ ଉତ୍ପାଦନରେ ଅଧିକ  ୪୫,୦୦୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗ  ହୋଇପାରିଛି । ସେହିପରି ୨୦୨୪-୨୫ ବର୍ଷରେ ମଇଁଷି ଔଦ୍ୟୋଗିକ ବିକାଶ ଯୋଜନାରେ ୫୬୮ ଟି ପ୍ରକଳ୍ପ ଶେଷ ହୋଇ ଥିବା ବେଳେ ୮.୧୫ କୋଟି ସବ୍ସିଡି ପ୍ରଦାନ କରାଯାଇଛି ଏବଂ ୨୦୨୫-୨୬ ବର୍ଷରେ ଅଦ୍ୟାବଧି ୭୫ ପ୍ରକଳ୍ପ ମଂଜୁର ହୋଇ ୧.୦୨ କୋଟି ଟଙ୍କା ସବ୍ସିଡି ପ୍ରଦାନ କରାଯାଇଛି । ଏହି ଯୋଜନାରେ ୧୨୬୦ ମଇଁଷି ଦିଆଯାଇଛି ଏବଂ ସେମାନେ  ଦୈନିକ ୧୦,୦୮୦ ଲିଟର ଦୁଗ୍ଧ ଉତ୍ପାଦନ ଯୋଗଦାନ  ଫଳରେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଛି ।  

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କମର୍ସିଆଲ ଡାଏରୀ ଫାର୍ମିଂ ମାଧ୍ୟମରେ  କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ  ୨୦୨୪-୨୫ ବର୍ଷରେ  ୭୧୬ ଆବେଦନ ଗ୍ରହଣ କରାଇବାବେଳେ ୬୨୬ ଆବେଦନକୁ ମଂଜୁର ମିଳିଛି  ଏବଂ ୫,୦୦୮ ପ୍ରାଣୀ ପାଳନ କରାଯିବ ।  ୨୦୨୫-୨୬ ରେ ଆବେଦନ କରିଥିବା  ୨୭୨ରୁ ୧୪୪ ଆବେଦନ ମଂଜୁର ହୋଇ ୧୧୫୨ ପ୍ରାଣୀ ପାଳନକୁ ମଂଜୁର ମିଳିଛି ।  ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ  ଶେଷ କରିବାକୁ  ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି ।  ପ୍ରାଣୀମାନଙ୍କୁ କିପରି ସନ୍ତୁଳିତ  ପୋଷଣ ମିଳିପାରିବ,  ସେଥି ପାଇଁ ଗୋଖାଦ୍ୟ-ଉଦ୍ୟୋଗ ସ୍କିମ୍ କାର୍ଯ୍ୟକାରୀ  ହୋଇଛି । ୮୫ ପ୍ରତିଶତ ହିତାଧିକାରୀ ଗୋ-ଖାଦ୍ୟ ପାଇଁ ଘାସ ଚାଷ କରି ନିଜ ନିଜର ଗୋ-ପାଳନ  ପାଇଁ ବ୍ୟବହାର କରୁଛନ୍ତି ।   ଏଥିରେ  ବ୍ୟକ୍ତିଗତ ବା ଗ୍ରୁପ ପିଛା  ଏକର ପ୍ରତି ୩୫,୦୦୦ ସବସିଡି ରହିଛି  । ଏଥିରେ ଦେୟ ମୁକ୍ତ ମିନି କିଟ୍ ( ମକା ଓ ବରଗୁଡ଼ି ମଞ୍ଜି ) ବଣ୍ଟନ   କରାଯାଉଛି ।   ମାଈ ବାଛୁରୀ ପାଳନ ଯୋଜନାରେ ୫୦% ସବସିଡି  ଗୋଖାଦ୍ୟ ପାଇଁ ଏବଂ  ୧୦୦% ବୀମା ସବସିଡି ବ୍ୟବସ୍ଥା ରହିଛି ।   ଏହି ସ୍କିମରେ  ୨୦୨୪-୨୫ ରେ ୬୨୩ ଘାସ ଚାଷ ଉତ୍ପାଦନ   ଆରମ୍ଭ ହୋଇଥିବା ବେଳେ  ୨୦୨୫-୨୬ ରେ ଅଦ୍ୟାବଧି ୧୮୫ ଘାସ ଉତ୍ପାଦନ ପ୍ରକଳ୍ପ  ଆରମ୍ଭ ହୋଇଛି । 

ଯୋଜନାର କାର୍ଯ୍ୟକାରୀ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ଯୋଜନାରୁ ଚାଷୀମାନେ ଯେପରି ଲାଭ ଉଠାଇ ଅଧିକରୁ ଅଧିକ  ଉପକୃତ  ହୋଇପାରିବେ  ଏବଂ  ସେମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇ ପାରିବ, ସେଥିପ୍ରତି  ଗୁରୁତ୍ୱ ଦେଇଛନ୍ତି ।  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି ) ର ବିଶେଷଜ୍ଞଙ୍କ ଦ୍ୱାରା ଯୋଜନା କାର୍ଯ୍ୟକାରିତାର ମୂଲ୍ୟାୟନ  ଓ ସେମାନଙ୍କ ଠାରୁ ଆବଶ୍ୟକ ପରାମର୍ଶ ଦେବା  ସଂପର୍କରେ ସେ ଗୁରୁତ୍ୱ ଦେଇଥିଲେ  ।


News Comment




Photo in News

Advertisment
Lastest News
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026

You Might Also Like