-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
18-Aug-2025
ସିନାପାଲି ବ୍ଲକ ଗଣ୍ଡାବାହାଲି ଗ୍ରାମରେ ପୋଲିସ ଜଣେ ଗଂଜେଇ ବେପାରୀକୁ କାବୁ କରିବା ସହିତ ଗଂଜେଇ ଜବତ କରିଛି । ଖବର ମୁତାବକ ସିନାପାଲି ପୋଲିସ ପେଟ୍ରୋଲିଙ୍ଗ ସମୟରେ ଗୁପ୍ତ ସୂଚନା ଅନୁଯାୟୀ ସିନାପାଲି ଠାରୁ ଗଣ୍ଡାବାହାଲି ପୋଲ ପର୍ଯ୍ୟନ୍ତ ପିଛା କରି ସେଠାରେ କାବୁ କରିବାରେ ସଫଳ ହୋଇଥିଲା । ସେଠାରୁ ଗଂଜେଇ ସହ ଜଣେ ଗଂଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଗଂଜେଇ ର ପରିମାଣ ଓ ଗଂଜେଇ ଚୋରାଚାଲାଣକାରୀଙ୍କ ପରିଚୟ ମିଳି ପାରିନାହିଁ କାରଣ ଏ ବିଷୟରେ ସିନାପାଲି ଆଇ•ଆଇ•ସି• ପଚାରିବାରୁ ଉତ୍ତର ରଖିଥିଲେ ଯେ ଏହାର ତଦନ୍ତ ଚାଲିଛି ଏବଂ ଆସନ୍ତା କାଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି ।