-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2025
ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ମହୁଲପାଲି ଠାରେ ବେଆଇନ୍ ଭାବେ ରନ୍ଧାମଦ ବିକ୍ରି କରୁଥିବା ବେଳେ ଲୋଇସିଂହା ଅବକାରୀ ପୋଲିସ ଓ ଆଗଲପୁର ପୋଲିସ ମିଳିତ ଭାବେ ଚଢାଉ କରିଥିଲା l ସେଠାରୁ ୪୦ ଲିଟର ରନ୍ଧା ମଦ ଜବତ କରା ଯାଇଥିବା ଜାଣିବାକୁ ମିଳିଛି l ଏହି ମାମଲାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମହୁଲପାଲି ଗ୍ରାମ ର ବୃନ୍ଦାବନ ବରିହା l ଆଗାମୀ ଦିନ ରେ ବେଆଇନ ମଦ ବେପାରୀ ଙ୍କ ଉପରେ ଜୋରଦାର ଚଢ଼ାଉ ଜାରି ରହିବ ବୋଲି ଆଗଲପୁର ଆଇଆଇସି ଶ୍ରୀଯୁକ୍ତ ବାସୁଦେବ ଭୋଇ ସୂଚନା ଦେଇଛନ୍ତି l