-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
17-Aug-2025
ଲୋଇସିଂହା (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ସ୍ଥିତ ପ୍ରେମରାଜ ହାଇସ୍କୁଲ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ର ପ୍ରଧାନ ଶିକ୍ଷକ ଗିରିଶ ପଟେଲ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ତଥା ବିଜେପି ଯୁବନେତା ରାମପ୍ରସାଦ ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଗତ ବାର୍ଷିକ ବୋର୍ଡ ପରୀକ୍ଷା ରେ ସର୍ବୋଚ୍ଚ ୪୮୮ ମାର୍କ ରଖି ଏ ଟୁ ଗ୍ରେଡ଼ ରେ ପାସ୍ କରିଥିବା ଛାତ୍ର ସମୀର ଭୁଏ ଙ୍କୁ ମୁଖ୍ୟ ଅତିଥି ରାମପ୍ରସାଦ ସାହୁ ନିଜେ ୫୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରଥିବା ବେଳେ ୪୩୮ ମାର୍କ ରଖି ବି ୱାନ ଗ୍ରେଡ଼ ରେ ପାସ୍ କରିଥିବା ଛାତ୍ରୀ ପୁନମ ମାଝୀ ଙ୍କୁ ଅନ୍ୟତମ ଅତିଥି ନୀଳାଚଳ ପାତ୍ର ନଗଦ ୫୦୦୦ ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ତ୍ପୁରସ୍କୃତ କରାଯାଇଥିଲା । ଖେଳ ଶିକ୍ଷକ ସତ୍ୟନାରାୟଣ ପଟେଲ ମଞ୍ଚପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଉମାକାନ୍ତ ପାଣିଗ୍ରାହୀ,ସଂଜୀବ ସାହୁ,ଅମ୍ବରୀଶ ଭୋଇ,କାଳେଶ୍ଵର ନାଗ,ଯତୀନ୍ଦ୍ର କୁମାର ମାଝୀ,ଉତ୍ତମ କୁମାର ସାହୁ,ଅନ୍ୟାନ୍ୟ କର୍ମଚାରୀ ଓ ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସଫଳ କରିଥିଲେ l