-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
30-Nov--0001
ବଲାଙ୍ଗୀର, (ପ୍ରେରଣା ଖବର): ଆଜି ସନ୍ଧ୍ୟାରେ ସ୍ଥାନୀୟ ରୁଗୁଡିପଡା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ରୁଗୁଡିପଡାଠାରେ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକନେତା ଲଳିତ କୁମାର ନାୟକଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଭାସ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପଡାର ଆବାଳ ବୃଦ୍ଧ ବନିତା ଶତାଧିକ ସଂଖ୍ୟାର ଯୋଗ ଦେଇଥିଲେ । ପ୍ରଥମେ ରାଜୁ ଦାସଙ୍କ ପୌରହିତ୍ୟରେ ଏଗାର ଥର ସମସ୍ତେ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କଲାପରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଗଲା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କର ସ୍ମୃତିଚାରଣ କରିଥିଲେ । ଏମାନଙ୍କ ମଧ୍ୟରେ ପଡାର ବରିଷ୍ଠ ବ୍ୟକ୍ତି ଦାମୋଦର ସେଠୀ , ଲେଖକ ତଥା ସାମ୍ବାଦିକ ମଳୟ ମିଶ୍ର, ଆଇନଜୀବୀ ରତନ ମହାରଣା , ବଣିକସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ , ଯୁବନେତା ସାଗର ସଙ୍ଗମ ଶତପଥୀ ,ଶାନ୍ତନୁ କୁମାର ନାୟକ , ମହେନ୍ଦ୍ର କୁମାର ପାଣ୍ଡିଆ , ତେଜରାଜ ସିଂ , ବିନୋଦ ବିହାରୀ ନାଗ , ନିରଞ୍ଜନ ସେଲମା , ବିଶ୍ବମୟ ପୂଜାରୀ , ଅମୂଲ୍ୟ ସେଠ୍ , ବାବୁଲୁ ବଗର୍ତ୍ତୀ , ବ୍ରହ୍ମା ନାଏକ ସୋମନାଥ ମିଶ୍ର ଭାଜପା ନେତ୍ରୀ ବନଶ୍ରି ଆଚାର୍ଯ୍ୟ ପ୍ରମୁଖ । କମିଟିର କର୍ମକର୍ତ୍ତା ରାଧାରମଣ ବଗର୍ତ୍ତୀ ସଭାର ଆୟୋଜନ କରିଥିଲେ ଓ ପ୍ରମୋଦ ବାଗ୍ ଧନ୍ୟବାଦ ଅର୍ପଣ କରିଥିଲେ।