-+91-9937148622 |

prerana_bgr@rediffmail.com |

  Tuesday 21st April 2026 |

| | | |

R.N.I. Regd No. ODIODI/2010/46693

Breaking News

ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||      ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ    (20-Apr-2026)       ||      ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||      ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   (20-Apr-2026)       ||      ବାଗଡିଆରେ ନାମଯଜ୍ଞ ନେଇ କଳସ ଶୋଭାଯାତ୍ରା   (20-Apr-2026)       ||     

HOME   ରାଜ୍ୟ

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା "ଏକତା", ବିଶିଷ୍ଟ ଅତିଥି ଭାବେ ଯୋଗଦେଲେ ପ୍ରସିଦ୍ଧ ସିନେ ତାରକା ମାଧୁରୀ ଦୀକ୍ଷିତ

07-Aug-2025



■ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 

■ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ

 

■ହସ୍ତତନ୍ତ ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ସହାୟତା ଦିଗରେ ଆମ ସରକାର ତତ୍ପର

■ଆମ ହସ୍ତତନ୍ତ ଏକ ଜୀବନ୍ତ କଳା ଯାହା ରାଷ୍ଟ୍ରୀୟ ଓ ଅନ୍ତର୍ଜାତୀୟ ମାର୍କେଟରେ ଓଡ଼ିଶାକୁ ଗୌରବାନ୍ୱିତ କରାଉଛି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ପ୍ରେରଣା ଖବର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା "ଏକତା" କୁ ଉଦଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର 'ହସ୍ତତନ୍ତ କ୍ଷେତ୍ର' କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗାରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ,

ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ ଅନୁବନ୍ଧିତ କରାଯାଇଛି ବୋଲି ଘୋଷଣା କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ସକ୍ରିୟ ସହଯୋଗରେ ଓଡିଶା ହସ୍ତତନ୍ତରୁ ପ୍ରସ୍ତୁତ ପୋଷାକ ଦେଶ ବିଦେଶର ଫେସନ ଜଗତରେ ପ୍ରତିଷ୍ଠା ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ୩୦ଟି ଜିଲ୍ଲାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ବୁଣାକାର ଓ ସହାୟକ ଶ୍ରମିକ ହସ୍ତତନ୍ତ

କ୍ଷେତ୍ରରେ ସିଧାସଳଖ ନିୟୋଜିତ ଅଛନ୍ତି । ପ୍ରାଥମିକ ବୁଣାକାର ସମବାୟ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଜରିଆରେ ଆମର ବୁଣାକାର ବନ୍ଧୁମାନେ ସଂଗଠିତ ହୋଇ ବୟନ ଐତିହ୍ୟକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ଭାରତର ସର୍ବବୃହତ ଓଡିଶା ଟେକ୍ସଟାଇଲ କନକ୍ଲେଭରେ ରାଜ୍ୟରେ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ପାଇଁ ୭ ହଜାର ୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ସହ  ୩୩ଟି MOU ସ୍ୱାକ୍ଷରିତ ହୋଇଛି ଏବଂ ଏହା ମାଧ୍ୟମରେ ଟେକ୍ସଟାଇଲ କ୍ଷେତ୍ରରେ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ। ସେ ପୁଣି କହିଥିଲେ ଯେ ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ସହାୟତା ଦିଗରେ ଆମ ସରକାର ତତ୍ପର ଅଛନ୍ତି । ଆମେ ବରଗଡ଼, କଟକରେ  ଡାଇ ହାଉସ୍, ଗୋଦାମ, ଡିଜାଇନ୍ ଷ୍ଟୁଡିଓ, ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭଳି ସାଧାରଣ ସୁବିଧା ସହିତ ହସ୍ତତନ୍ତ ପାର୍କ ବିକଶିତ କରୁଛୁ। ଉତ୍କର୍ଷତା ଏବଂ ନବସୃଜନ ପାଇଁ ଓଡ଼ିଶାର ୪୦ରୁ ଅଧିକ ମାଷ୍ଟର ବୁଣାକାରଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ୧୨୦ ବର୍ଷ ପୂର୍ବେ ଯେଉଁ ସ୍ଵଦେଶୀ ଆନ୍ଦୋଳନକୁ ଚରିତାର୍ଥ କରିବା ପାଇଁ ଏହା ଆରମ୍ଭ ହୋଇଥିଲା, ଆଜି ମଧ୍ୟ ସମୟ ଆସିଛି ଆମେ ଆମ ବୁଣାକାରଙ୍କୁ ସମ୍ମାନ ଦେବା ଏବଂ ତାଙ୍କ ପ୍ରସ୍ତୁତ ବସ୍ତ୍ର ବ୍ୟବହାର କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଦିବସର ମାସ୍କଟ *"ରେଶା"* ଏବଂ ହସ୍ତତନ୍ତ ଶିଳ୍ପ ଉପରେ ଆଧାରିତ *ଏକ କ୍ଷୁଦ୍ର ଚଳଚ୍ଚିତ୍ର* ଉନ୍ମୋଚନ କରିଥିଲେ। ତତ୍‌ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟର ହସ୍ତତନ୍ତ ବୁଣାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ହସ୍ତତନ୍ତ ମେଳା ଆଜିଠାରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜନତା ମୈଦାନ ଠାରେ ଚାଲିବ।

 

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ମାଧୁରୀ ଦୀକ୍ଷିତ କହିଥିଲେ ଯେ ସେ ବୁଣାକାରଙ୍କ ହୃଦୟର ସ୍ପନ୍ଦନକୁ ଅନୁଭବ କରନ୍ତି। ଏହି ଶିଳ୍ପ କେବଳ ବସ୍ତ୍ର ନୁହେଁ ପ୍ରତ୍ୟେକ ଓଡ଼ିଆର ପରିଚୟ ଏବଂ ଏହା ହିଁ ଓଡ଼ିଆ ଅସ୍ମିତା। ହସ୍ତତନ୍ତ କେବଳ ଜୀବିକା ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ  ଆମ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ ବୋଲି ସେ କହିଥିଲେ। ଏହି ଅବସରରେ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ତଥା ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ, ଆମ  ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ, ବୟନ ଶିଳ୍ପର ଗୌରବମୟ ପରମ୍ପରାକୁ ବଜାୟ ରଖି ଏହାକୁ ଏକ ଆଧୁନିକ ବଜାର-ଚାହିଦା ଭିତ୍ତିକ ଉତ୍ପାଦରେ ପରିଣତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଶ୍ରମିକ ସମ୍ମାନ ଯୋଜନା, ହସ୍ତତନ୍ତ ଶିଳ୍ପୀ ସଂପ୍ରସାରଣ ନୀତି ଏବଂ ବିଭିନ୍ନ ଶିଳ୍ପ ମେଳା ଓ ଅନୁଦାନ ଯୋଜନା ମାଧ୍ୟମରେ ହସ୍ତତନ୍ତ ଶିଳ୍ପୀଙ୍କ ଉନ୍ନତି ସୁନିଶ୍ଚିତ କରାଯାଇଛି। ରାଜ୍ୟର ନୂଆ ପିଢିକୁ ଆହ୍ୱାନ ଦେଇ ସେ କହିଥିଲେ ଯେ- ଆମ ଓଡ଼ିଶାର ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ, ଶିଳ୍ପୀଙ୍କୁ ସମ୍ମାନ କରନ୍ତୁ, ସ୍ୱଦେଶୀ ଉତ୍ପାଦନକୁ ଗ୍ରହଣ କରନ୍ତୁ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। ବିଭାଗୀୟ କମିଶନର ତଥା ଶାସନସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   21-Apr-2026
  ଜିଲ୍ଲା  
ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   21-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ   21-Apr-2026
  ଜିଲ୍ଲା  
ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ   21-Apr-2026
  ଜିଲ୍ଲା  
ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ   20-Apr-2026
  ଜିଲ୍ଲା  
ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   20-Apr-2026
  ରାଜ୍ୟ  
ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ   20-Apr-2026
  ଜିଲ୍ଲା  
ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   20-Apr-2026
  ଜିଲ୍ଲା  
"ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   20-Apr-2026
  ଜିଲ୍ଲା  
*ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   20-Apr-2026
  ଜିଲ୍ଲା  
*କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   20-Apr-2026
  ଜିଲ୍ଲା  
ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   20-Apr-2026

You Might Also Like