-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ) : ଭାରତ ବର୍ଷ ଆଜି ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ଦିଲ୍ଲୀର ରାଜପଥରେ ପରେଡ୍ ଅନୁଷ୍ଠିତ ହେଉଛି । ଏଠାରେ ଭାରତ ସାରା ବିଶ୍ୱ ଆଗରେ ନିଜର ଶକ୍ତି ପ୍ରଦର୍ଶନ କରିବ । ଏହାସହ ଭିନ୍ନ ଭିନ୍ନ ସାଂସ୍କୃତିକ ଝଲକ ମଧ୍ୟ ପ୍ରଦର୍ଶିତ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦେଶର ବଡ ବଡ ନେତା ଓ ମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବେ ।
ରାଜପଥରେ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଛନ୍ତି । ଏବେ କିଛି ସମୟ ପରେ ପରେଡ୍ ଆରମ୍ଭ ହେବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାଶନାଲ ଓ୍ୱାର ମେମୋରିଆଲରେ ପହଁଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ସମୟରେ ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ପ୍ରତିବର୍ଷ ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଅବସରରେ ଶୁଭେଚ୍ଛା ଜମାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା । ଜୟ ହିନ୍ଦ ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ, ଗଣତନ୍ତ୍ର ଦିବସ ଭାରତର ବହୁରଙ୍ଗୀ ବିବିଦ୍ଧତା ଓ ସମୃଦ୍ଧ ସାଂସ୍କୃତିକ ସଦବାବନାର ପ୍ରତୀକ ଅଟେ । ଯେଉଁମାନଙ୍କ ବଳିଦାନରେ ୧୯୫୦ ଆଜିର ଦିନରେ ସମ୍ବିଧାନ ଲାଗୁ ହୋଇଛି ସେମାନଙ୍କୁ ପ୍ରଣାମ ।