-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ପୁରୀ, (ଶୁଭାଶିଷ ନାୟକ) : ବାଲୁକା କଳାରେ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ତ୍ରିରଙ୍ଗା ଆଙ୍କି ଦେଶର ଉନ୍ନତି କାମନା କରିଛନ୍ତି ମାନସ । ବାଲୁକା କଳାଟି ୧୫ ଫୁଟ୍ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି । ଏଥିରେ ମେରା ଭାରତ ମହାନର ବାର୍ତ୍ତା ଦେଇଛନ୍ତି ମାନସ ।
ଅନ୍ୟପଟେ ଆଜି କୋଭିଡ୍ କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ ହୋଉଛି । ସବୁଠି ଉଡୁଛି ତ୍ରିରଙ୍ଗା । ଭୁବନେଶ୍ୱର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଅନୁଷ୍ଠିତ ହେଉଛି । ଏଥିପାଇଁ ସଜେଇ ହୋଇଛି ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗ । ସାଢେ ୮ଟାରେ ପରେଡ୍ ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି ।
ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରେଡରେ ଯୋଗ ଦେଇଛନ୍ତି lପରେଡ ଗ୍ରାଉଣ୍ଡରେ ଲାଗିଛି ମହାତ୍ମାଗାନ୍ଧୀ ଓ ବରପୁତ୍ରଙ୍କ ଫଟୋ ଚିତ୍ର । ଚଳିତ ବର୍ଷ ପରେଡରେ୧୪ଟି ଟ୍ରୁପ୍ ଭାଗ ନେଇଛନ୍ତି । କେସିଙ୍ଗା ଏସ୍ଡିପିଓ ଏସ୍. ସୁଶ୍ରୀ ପରେଡ୍ କମାଣ୍ଡର ଭାବରେ ଦାୟିତ୍ୱ ନେଇଛନ୍ତି ।
ସେପେଟ ସାଧାରଣ ଲୋକଙ୍କ ଯାତାୟତ ଉପରେ ଲାଗୁ ହୋଇଛି ଟ୍ରାଫିକ କଟକଣା । ପରେଡ୍ ଗ୍ରାଉଣ୍ଡର ଚାରିପଟୁ ଉତ୍ସବ ସ୍ଥଳ ଯାଏଁ ସିଲ କରାଯାଇଛି । ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ । ଏହା ସହିତ ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୋଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍ଟପ୍ ସିକ୍ୟୁରିଟି, ସାର୍ପ ସୁଟର୍ ସମେତ ୨୫ରୁ ଅଧିକ ଇନ୍ସେସପେକ୍ଟର ପରେଡ୍ସ୍ଥଳ ଚାରିପଟେ ଉପସ୍ଥିତ ରହିଛନ୍ତି ।