-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ଭୁବନେଶ୍ୱର (ଶୁଭାଶିଷ ନାୟକ) : ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ରାଜ୍ୟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ସରିଛି । ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବ । ମାନ୍ୟବର ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବେ ।
. ତେବେ କୋଭିଡ କଟକଣା ପାଇଁ ଦର୍ଶକଙ୍କୁ ପରେଡ୍ ସ୍ଥଳକୁ ମନା। ସକାଳ ୬.୩୦ରୁ ଦିନ୯ଟା ପର୍ଯ୍ୟନ୍ତ ଲୋୟର ପିଏମ୍ ଜିରେ ୧୪୪ ଧାରା ଜାରି କରାଯାଇଛି । ସେହିପରି କଟକ ବାରବାଟୀ ଷ୍ଟାଡିଯମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାରବାଟୀ ଷ୍ଟାଡିଯମକୁ ସାଧାରଣଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ପରେଡରେ ସାମିଲ ହେବେନି । ମାତ୍ର ଦୁଇଟି ପୋଲିସ କଣ୍ଟିଜେଣ୍ଟ ପରେଡରେ ଭାଗ ନେବେ । ପୋଲିସ ବ୍ୟାଣ୍ଡ ଜାତୀୟ ସଙ୍ଗୀତ ପରିବେଷଣ କରିବେ।