-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2025
ଭୁବନେଶ୍ୱର(ପ୍ରେରଣା ଖବର): ଓଡିଶା ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ଦିଲ୍ଲୀପ ଚନ୍ଦ୍ର ସାମନ୍ତରାୟଙ୍କ ଆଜି ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା l ସେ ବରଗଡ଼, ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାମ କରିଥିଲେ l ପୂର୍ବରୁ ଆଠଗଡ ସମେତ ବିଭିନ୍ନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ l
ତାଙ୍କ ବିୟୋଗରେ ଓଡ଼ିଶା ସୂଚନା ସେବା ସଂଘ ତରଫରୁ ଶୋକ ବ୍ୟକ୍ତ କରିବା ସହିତ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି l