-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
02-Aug-2025
(ମିହିର ଶଙ୍କର ପାତ୍ର,)
ଜୁନାପାଣି ଗ୍ରାମର ମସାଣିରେ ମତିଗାଁର ଜଗ ଭତ୍ରା,ମନଧର ଭତ୍ରା, ଧନସିଂ ଭତ୍ରା ଟ୍ରାକ୍ଟର ସାହାଯ୍ୟରେ ହଳ କରିବା ସମୟରେ ଜୁନାପାଣି ଗ୍ରାମର ଭୀମ ହରିଜନ ଏବଂ ଗ୍ରାମବାସି ଏବଂ ମହିଳା ମାନେ ମନା କରିବାରୁ ସେମାନେ ଜୁନାପାଣି ର ଗ୍ରାମବାସୀଙ୍କୁ ଯୁକ୍ତିତର୍କକରିବା ସହ ଜୀବନରେ ମାରିବା ପାଇଁ ଧମକ ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଭୀମ ହରିଜନ ଏବଂ ଜୁନାପାଣି ଗ୍ରାମର ଗ୍ରାମବାସୀ ଥାନାର ଦ୍ୱାରସ୍ତ ହେଇ ଲିଖିତ ଭାବରେ ଥାନାରେଅଭିଯୋଗ କରିଥିଲେ । ଏହି ଘଟଣା ପରେ ମତିଗାଁ ଗ୍ରାମରେ ଶତାଧିକ ମହିଳା ଏବଂ ପୁରୁଷ ଜୁନାପାଣି ଗ୍ରାମର ଗ୍ରାମବାସୀଙ୍କୁ ଗଣ୍ଡ ଗୋଲ କରିବା ଉଦେଶ୍ୟରେ ଥାନାକୁ ଆସିଥିଲେ ଡାବୁଗାଁ ଥାନା ଅଧିକାରି ଏବଂ ପୋଲିସ କର୍ମଚାରୀ ମାନଙ୍କ ହସ୍ତକ୍ଷେପ ପରେ ପରେ ଉଭୟ ପକ୍ଷ ସମାଧାନ ପାଇଁ ରାଜି ହୋଇଥିବା ଜଣା ପଡିଛି।