-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
02-Aug-2025
ବିନିକା(ହିମାଂଶୁ ଶେଖର ପୁଟେଲ) ପେଶା ତାଙ୍କର ଶିଳ୍ପ ପତି ହେଲେ ନିଶା ହେଉଛି ଗୋ ସେବା ।କାରଣ ହିନ୍ଦୁ ଧର୍ମରେ ଗାଈ କୁ ଗୋ ମାତା ଭାବେ ପାଳନ କରାଯାଉଥିବାରୁ ଗୋ ସେବା କଲେ ପୁଣ୍ୟ ପ୍ରାପ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଥିବାରୁ ଜଣେ ଶିଳ୍ପ ପତି ନିଜର ପେଶା ରୁ କିଛି ସମୟ ବାହାର କରି ଗୋ ସେବା କରି ଆସୁଛନ୍ତି। ସେ ହେଉଛନ୍ତି ବିନିକା ନିବାସୀ ସର୍ଜନ ଅଗ୍ରୱାଲ। ବୟସ ୬୨ ଛୁଇଁବା ସତ୍ତ୍ବେ ମଧ୍ୟ ଗୋରୁ ସେବାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ବିନିକା ନିକଟ ଗଜବନ୍ଧ ପିତେଇପାଲି ଠାରେ ଥିବା କାମଧେନୁ ଗୋ ସେବା ପରିଚାଳନା କେନ୍ଦ୍ରର ସଭାପତି ଦାୟିତ୍ୱରେ ରହିଥିବା ସ୍ଵେଚ୍ଛାସେବୀ ସର୍ଜନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ସହିତ ନିଜର ମୂଲ୍ୟବାନ ସମୟକୁ ଗୋ ସେବାରେ ସମର୍ପି ଦେଇଥାନ୍ତି। ଏହା ବ୍ୟତୀତ ନିଜ ରାଇସ ମିଲରେ ଥିବା ଗୋରୁ ମାନଙ୍କ ସେବା ମଧ୍ୟ ଜାରି ରଖିଛନ୍ତି ।ସେହିପରି ବ୍ଲକ ତଥା ଜିଲ୍ଲାର କୋଣ ଅନୁକୋଣରୁ ଗୋ ପାଳନ ଚାଷୀ ମାନଙ୍କୁ ଡାକି ଗୋ ପାଳନର ମହତ୍ତ୍ୱ ଉପରେ ଶ୍ରୀ ସର୍ଜନ ବୁଝାଇଥାନ୍ତି । ପେଶା ଶିଳ୍ପପତି ହେଲେ ମଧ୍ୟ ସର୍ଜନ ଆତ୍ମଗର୍ଭି ନହୋଇ ସମସ୍ତ ଙ୍କ ସହିତ ମିଶି ସେବା ମନୋବୃତି କୁ ଜାରି ରଖିଥିବାରୁ ଅଞ୍ଚଳର ଚାଷୀ ମହଲରେ ପ୍ରଶଂସା କରାଯାଉଛି ।