-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ନିଜର ଅସ୍ତିତ୍ଵ ହରାଇଛି ମାଲକାନାଗିରିର ଦୈନିକ ହାଟ, ଦୁରାବସ୍ଥା ନେଇ ପ୍ରଶାସନର ନଜର ନାହିଁ

01-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ପୌରାଞ୍ଚଳରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଲୋକ ବସବାସ କରୁଥିବା ବେଳେ ନିତିଦିନ ପନିପରିବା କ୍ରୟ ଲାଗି ସୁଭାଷ ବୋଷ ଛକ ନିକଟରେ ଅବସ୍ଥିତ ଦୈନିକ ହାଟ ଉପରେ ସମସ୍ତେ ନିର୍ଭରଶୀଳ। ୨୦୦୨-୦୩ ଆର୍ଥିକ ବର୍ଷରେ ଏଠାରେ ୮ଗୋଟି ପିଣ୍ଡି ପରିବା ବ୍ୟବସାୟୀ ମାନେ ବସି ବିକ୍ରୟ ଲାଗି ନିର୍ମାଣ କରାଯାଇଥିଲା। ଆଜକୁ ଦୀର୍ଘ ୨୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ମରାମତି ଅଭାରୁ ଛାତ ଫାଟି ବର୍ଷା ଋତୁରେ ପାଣି ନିର୍ଗତ ହେଉଛି l ଏଣୁ କିଛି ପନିପରିବା ବ୍ଯବସାୟୀ ଜରି ଟାଣି ବସିବାକୁ ବାଧ୍ୟ ହେଉଛନ୍ତି। କେତୋଟି 
ପିଣ୍ଡିର ଛାତର ବାହ୍ଯ ଅଂଶ ଭାଙ୍ଗି ତଳେ ପଡ଼ିବା ଯୋଗୁଁ ଏହାର ସ୍ଥାୟୀତ୍ବ ଦୁର୍ବଳ ହେବାରେ ଲାଗିଛି। ଯେଉଁ ମାନେ ପନିପରିବା କ୍ରୟ ଲାଗି ଯାଉଛନ୍ତି,ଅତି ସତର୍କତାରେ ପିଣ୍ଡି ନିକଟସ୍ଥ ହେଲା ବେଳେ ମନରେ ଭୟ ସଞ୍ଚାର ହେଉଛି। କସ୍ମିନି କାଳେ ଦୁର୍ବଳ କଙ୍କ୍ରିଟ ଖଣ୍ଡ ମୁଣ୍ଡ ଉପରେ ପଡ଼ି ପ୍ରାଣ ହାନି ଘଟି ପାରେ। ଅନେକ ପିଣ୍ଡିର ଛାତ ଫାଟି ଲୁହା ରଡ୍ ଦୃଶ୍ୟମାନ ହେଉଛି।ତଥାପି ବିପଦସଂକୁଳ ଅବସ୍ଥାରେ ପରିବା ବ୍ୟବସାୟୀ ମାନେ ବସିବାକୁ ବାଧ୍ୟହେଉଛନ୍ତି। କିଛି ପନିପରିବା ବ୍ୟବସାୟୀଙ୍କୁ ସ୍ଥାନ ଅଭାବରୁ ଅଧିକାଂଶ ତଳେ ବସିବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥାଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନେଇ ନାହିଁ। ମାଲକାନଗିରି RMC ଦ୍ଵାରା ପ୍ରତ୍ୟେକ ପରିବା ବେପାରୀଙ୍କ ଠାରୁ ଦୈନିକ ୨୦ଟଙ୍କା ଟିକସ ଆଦାୟ କରୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ ତଥା ମରାମତି ସଂପୁର୍ଣ୍ଣ ଶୂନ୍ୟ କହିଲେ ଚଳେ। ଦୈନିକ ବଜାର ସଫାସୁତୁରା ପାଇଁ ପ୍ରତି ମାସରେ ପରିବାର ବ୍ୟବସାୟୀଙ୍କ ଠାରୁ ୫୦ ଟଙ୍କା ଲେଖାଏଁ ଟେକ୍ସ ମାଲକାନଗିରି ପୌରପରିଷଦ କର୍ମଚାରୀମାନେ ସଂଗ୍ରହ କରୁଛନ୍ତି। ଏହି ହାଟଟି ମାସିକ ୧୮ ହଜାର ଟଙ୍କାରେ ଆରଏମସି ଲିଜ୍ ସୂତାରେ ଅନ୍ୟ ଏକ ବେସରକାରୀ ବ୍ୟକ୍ତିଙ୍କୁ ପ୍ରଦାନ କରିଥିବା ଜଣା ପଡ଼ିଛି। ବାର୍ଷିକ ମୋଟ ଅର୍ଥ ଆଦାୟର ୨୦ ଅଂଶଧନ ଆରଏମସି ଠାରୁ ମାଲ୍ ପୌରପରିଷଦ ସଂଗ୍ରହ କରୁଛି। ନିୟମ ଦୃଷ୍ଟିରୁ ଆଦାୟ କରା ଯାଉଥିବା ଟିକସରେ ସେହି ହାଟର ବିକାଶ କରିବା କଥା। ମାତ୍ର ୨୩ ବର୍ଷ ହେଲା ଦୈନିକ ହାଟଟି ମାଲକାନଗିରି

ସଦର ମହକୁମାରେ ଥାଇ ମଧ୍ୟ ଅବହେଳିତ। ଆରଏମସିର
ଚେୟାରମେନ ଭାବେ ଉପଜିଲ୍ଲାପାଳ ଦାୟିତ୍ଵ ନିର୍ବାହ କରି ଥିଲେ ମଧ୍ୟ ଏଥି ପ୍ରତି ଗୁରୁତ୍ବ ଦେଉନଥିବା ଜଣା ପଡ଼ିଛି।
ମାଛ ମାଂସ ବିକ୍ରୟ ଲାଗି ଦରଦାମ ତାଲିକା କୌଣସି ଫଳକ 
ରେ ଲେଖି ଖାଉଟିମାନଙ୍କ ଗୋଚରାର୍ଥେ ଟଙ୍ଗା ଯାଇ ନଥିବାରୁ
ମନଇଚ୍ଛା ମାଛ ମାଂସ ଦର ବୃଦ୍ଧି ପାଉଛି। ଦୈନିକ ହାଟରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଉନ୍ନୟନମୂଳକ ଭାବଧାରର ଘୋର ଅଭାବ ଯୋଗୁଁ ସମସ୍ୟା 
ଦିନକୁ ଦିନ ଜଟିଳ ହେବାରେ ଲାଗିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like