-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ସ୍କୁଲ ପରିସରରେ ବର୍ଷା ଓ କେନାଲ ପାଣି*- *ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ରାସ୍ତା ରୋକ* : *ସ୍ପଟ୍ କୁ ପହଞ୍ଚି ସମସ୍ୟା ସମାଧାନ କଲେ ଓ ଭିତ୍ତି ଭୂମି ସ୍ଥିତି ଦେଖି ବିସ୍ମିତ ହେଲେ ଜିଲ୍ଲାପାଳ*

01-Aug-2025



ସୋନପୁର - (ମନୋରଞ୍ଜନ ତ୍ରିପାଠୀ)
ବିନିକା ବ୍ଳକ ମହାଦେବ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଓ କେନାଲ ପାଣି ପଶି ସ୍କୁଲ ପରିସରରେ ଆଣ୍ଠୁଏ ପାଣି ଜମା ହୋଇ ଥିଲା l ସାମାନ୍ୟ ବର୍ଷା ହେଲେ ପୂର୍ବରୁ ବିଦ୍ୟାଳୟରେ ଏଭଳି ପାଣି ଜମି ରହୁଥିବାରୁ ବାରମ୍ବାର  ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ପୁଣି ସ୍କୁଲ୍ ରେ ପାଣି ରେ  ସାପ ଦେଖି ଭୟ ରେ ଛାତ୍ର ଆଜି ଛାତ୍ରୀ ପ୍ରତିକ୍ରିୟା ଶିଳ ହେବା ସହ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଥିଲା l ରାଜ ରାସ୍ତାକୁ ଆସି  ବିନିକା - ସୋନପୁର  ମୁଖ୍ୟ ରାସ୍ତା କୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଅଭିଭାବକ  ରାସ୍ତା ରୋକ କରିଥିଲେ । ରାସ୍ତା ରୋକ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ସମାଧାନ ପାଇଁ  ପ୍ରତିଶୃତି ଦେବା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇ ସ୍ଥିତି ସ୍ବାଭାବିକ ହୋଇଥିଲା । ସୂଚନା ଯୋଗ୍ୟ ଯେ ୧୯୫୮ ମସିହାରେ ସ୍ଥାପିତ ମହାଦେବପାଲି ବିଦ୍ୟାଳୟ ପ୍ରାଥମିକ  ଉଚ୍ଚ ପ୍ରାଥମିକରେ ପରି ବର୍ଦ୍ଧିତ ହୋଇ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏବଂ ବାଳ ବାଟିକା ମିଶାଇ ୯ଟି ଶ୍ରେଣୀର ୧୧୦ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଜଣ ସ୍ଥାୟୀ ଶିକ୍ଷକ ଓ ଜଣେ ଡେପୁଟେସନ ଶିକ୍ଷକ ନିଯୁକ୍ତ ହୋଇଛନ୍ତି l , ରହିଛି କେବଳ ଦୁଇଟି ଛାତ ଘର । ବର୍ତ୍ତମାନ ମଧ୍ୟ ୧୯୫୮ ମସିହାର ମାଟିକାନ୍ଥ ଆଜବେଷ୍ଟର ଛାଉଣି ଫଟା ଚଟାଣ ସହ କାନ୍ଥରେ ଫାଟ ଅଛି l ଅନେକ ସମୟରେ ବିଷଧର ସାପ ବାହାରିବା ଭଳି ବିପଦ ସଂକୁଳ କୋଠରୀରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଉକ୍ତ ବିଦ୍ୟାଳୟ ପରିସରରେ ରହିଛି ଅଙ୍ଗନବାଡି କେନ୍ଦ୍ର ଯେଉଁଠି ୧୦ ଜଣ କୋମଳମତି ଶିଶୁ ଅଛନ୍ତି । ଅଙ୍ଗନବାଡି କେନ୍ଦ୍ରର ଛାତରୁ ସିମେଣ୍ଟ ଅତଡା ଖସି ଛଡ ବାହାରି ଗଲାଣି ,ବର୍ଷା ହେଲେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ  ହୋଇ ପଡ଼େ  ।  ଯାହାକି ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନିକ ଇଚ୍ଛାଶକ୍ତି ର ଅଭାବ ଓ ଉଦାସୀନତା ଯୋଗୁଁ ଆଜି ଛୋଟ ଛୋଟ ପିଲା ମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେଲେ l ବିନିକା ବ୍ଲକ ର ସମସ୍ତ ଅଧିକାରୀ ଙ୍କୁ ସ୍ପଟ୍ କୁ ଡ଼କାଇ ସମାଧାନ ପରେ ଆଜି ଦିନକ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଛୁଟି କରାଯାଇଥିଲା ଏବଂ ରଘୁନାଥ  ଯୁବକ ସଂଘର ସଦସ୍ୟଙ୍କ ପ୍ରସ୍ତାବ ଗ୍ରହଣ କରି ଯୁବକ ସଂଘ ସଭା ଗୃହରେ ଶିକ୍ଷାଦାନ କରିବାକୁ ଶିକ୍ଷକମାନଙ୍କୁ ନିର୍ଦେଶ କରିଥିଲେ ଜିଲ୍ଲାପାଳ l  ପରେ ଛାତ୍ରଛାତ୍ରୀ ଅଭିଭାବକ ଜିଲ୍ଲାପାଳ ଙ୍କ ସହିତ ଖୁସି ରେ  ଫଟୋ ଉଠାଇ ବିଦ୍ଯା ଅଧ୍ଯୟନ ନେଇ ଉତ୍ସାହିତ ହୋଇ ଥିଲେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ବିନିକା ଥାନା ଓ ମହାଦେବପାଲି ଫାଣ୍ଡି ର  ପୁଲିସ ଷ୍ଟାଫ ମୃତୟନ କରା ଯାଇଥିଲା l ଜିଲ୍ଲାପାଳ ଙ୍କ ଏ ତ୍ଵରିତ ପଦକ୍ଷେପ ପାଇଁ ଏ ଅଞ୍ଚଳ ତଥା ଜିଲ୍ଲା ର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ଓ ବାଟେ ଘାଟେ ସବୁଠି ଚର୍ଚ୍ଚା ଯେ ଜିଲ୍ଲାପାଳ ହେବ ତ ଏମିତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like