-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
01-Aug-2025
ତୁଷୁରା,(ପଞ୍ଚାନନ ନାଏକ) ବଲାଙ୍ଗିର ଜିଲ୍ଲା ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଅଧିକାରୀ ଭାବେ ସୂର୍ଯ୍ୟକାନ୍ତ ମହାପାତ୍ର ଯୋଗଦାନ କରିଛନ୍ତି। ସ୍ବାସ୍ଥ୍ୟ ସେବାରୁ କେହି ବଞ୍ଚିତ ନହେବେ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଲୋକେ କିପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ସହ ବିଭିନ୍ନ ସମୟରେ ଗ୍ରାମାଞ୍ଚଳ ମାନଙ୍କୁ ସ୍ବାସ୍ଥ୍ୟ ବିଷୟରେ ସଚେତନ କରିବା ପାଇଁ ଚେଷ୍ଟା କରାଯିବ ବୋଳି ନୂତନ ଭାବେ ଯୋଗଦେଇ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ସ୍ବାଗତ କରିଥିଲେ।