ମାଲକାନଗିରି/କାଲିମେଳା(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ଜିଲ୍ଲା ଓରକେଲ ଥାନାରେ ପୁଣି ଜଣେ ନାବାଳିକାଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଶନିବାର ଏକ ମାମଲା ରୁଜୁ ହୋଇଛି। ମାଲକାନଗିରି ଜିଲ୍ଲା ଓରକେଲ ଥାନାରେ ଏପରି ସମାନ ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଜଣେ ନାବାଳିକା ଛାତ୍ରୀ ଗତ ବର୍ଷ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ମାମୁଁ ଘର କୁଡୁମୁଲୁଗୁମ୍ମା ଫାଣ୍ଡି ଅଞ୍ଚଳରେ ରହୁଥିଲେ। ତେବେ ନାବାଳିକା ଜଣଙ୍କ ମାମୁଁ ଘର ଠାରୁ ତାଙ୍କ ନିଜ ଘର ୨୫ କିମି ଦୂରତା ହୋଇଥିବା ବେଳେ ସେ ନିଜ ଗ୍ରାମକୁ ଯାଉଥିବା ବାଟରେ ଜଣେ ବାଇକ ଚାଳକକୁ ତାଙ୍କ ମାମୁଁ ଘର ଗ୍ରାମ ଅଞ୍ଚଳର ହୋଇଥିବା ଦେଖି ସେ ତାଙ୍କ ବାଇକରେ ବସିଥିଲେ। ତେବେ ବାଇକ ଚାଳକ ଜଣକ ତାଙ୍କ ମାମୁଁ ଘର ଗ୍ରାମକୁ ନନେଇ ତାଙ୍କୁ ପ୍ରବର୍ତ୍ତାଇ ଚିତ୍ରକୋଣ୍ଡା ଡ୍ୟାମ ବୁଲିବାକୁ ଉକ୍ତ ନାବାଳିକାକୁ ନେଇଥିଲେ। ପରେ ସନ୍ଧ୍ୟା ହେବାରୁ ସେ ଅନ୍ଧାର ର ସୁଯୋଗ ନେଇ ନାବାଳିକାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହାପରେ ବାଇକ ଚାଳକ ଜଣଙ୍କ ଅତି ଚାଲାକ ର ସହ ରାତ୍ର ସମୟରେ ଉକ୍ତ ନାବାଳିକାକୁ ନେଇ ତାଙ୍କ ମାମୁଁ ଘର ଗ୍ରାମର ଶେଷ ମୁଣ୍ଡ ରେ ଛାଡି ଦେଇଥିଲେ। ପରେ ସକାଳେ ନାବାଳିକା ଜଣକ ତାଙ୍କ ସହ ଉକ୍ତ ବାଇକ ଚାଳକ ଲିଫ୍ଟ ଦେବା ବାହାନାରେ ଗତ ୨୦ ତାରିଖରେ ଦୁଷ୍କର୍ମ କରିଥିବା ଘଟଣା ପରିବାର ଲୋକଙ୍କୁ କହିଥିଲା । ଏହାପରେ ନାବାଳିକାଙ୍କ ମାମୁଁ ଘର ଗ୍ରାମର ସବୁ ଭଦ୍ର ଲୋକମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଉକ୍ତ ବୈଠକକୁ ଉକ୍ତ ବାଇକ ଚାଳକ ଜଣକ ଆସିନଥିଲା । ପରେ ପୀଡିତାର ମାମୁଁ ବାଧ୍ୟହୋଇ ଶନିବାର ଓର୍କେଲ ଥାନାର ଏତଲା ଦେଇଥିଲେ । ଦୁଷ୍କର୍ମକାରୀର ନାମ ଦୟା ମାଢ଼ି(୪୫) ବୋଲି ପୋଲିସ ପ୍ରକାଶ କରିଛି। ଅଭିଯୁକ୍ତ ନାମରେ ଓର୍କେଲ ଥାନା କେସ ନମ୍ବର ୨୦୦/୨୬.୭.୨୦୨୫ ୟୁ/ଏସ୍ ୧୩୭(୨)/୬୫(୧)/୩୫୧(୨)/୩୫୧(୩) ବିଏନଏସ ଆର୍ /ଡବ୍ଲ୍ଯୁ ଧାରା ୪(୨)ପୋକସୋ ଅନୁସାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ବର୍ତ୍ତମାନ ପୀଡିତାଙ୍କ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତରୀ ମାଇନା ଚାଲିଥିବା ଜଣାପଡିଛି। "/>
-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
27-Jul-2025