-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
16-Jul-2025
ବରୀ(ରଞ୍ଜିତ ମହାନ୍ତି) ସୁନ୍ଦରଗଡ଼ ଜିଲାରେ ଲଗାତର ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳ ପତନ ବୃଦ୍ଧି ପାଇଛି। ସରକାରୀ ସୂଚନାମୁତାବକ ମଙ୍ଗଳବାର ସନ୍ଧ୍ୟା ୬ଟା ସମଯରେ ଜେନାପୁର ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୬୪.୬୦ ମିଟର ରହିଥିଲା।
ଏଠାରେ ବିପଦ ସଂକେତ ୬୭ ମିଟର ରହିଛି। ସେହିପରି ରେଙ୍ଗାଳି ବ୍ୟାରଜେର ୩ଟି ଫାଟକ ଖୋଲା ଯାଇଛି। ଦୁଇଟି ଫାଟକ ପାଣି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବରୀ ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ମଙ୍ଗଳବାର ଦିନ ୧୦୩୦ ସୁଦ୍ଧା ଖୋଲା ଯାଇଥିବା ତୃତୀୟ ୟ ଫାଟକର ପାଣି ବରୀକୁ ଆସିବାକୁ ୩୦ ଘଣ୍ଟା ସମୟ ଲାଗିବ ବୋଲି ଜଳସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ବରୀ ବର୍ତ୍ତମାନ ବିପଦ ମୁକ୍ତ ଅଛି। ମାତ୍ର ଜେନାପୁର ଠାରେ ଜଳପତ୍ତନ ରାତିରେ ବୃଦ୍ଧି ପାଇ ୬୭ ମିଟରରେ ପହଁଞ୍ଚିଲେ ମାଟିଆପଡ଼ ନଦୀବନ୍ଧ ଓ ବନ୍ଧଡିହ ଠାରେ ବିପଦ ସୃଷ୍ଟି ହୋଇପାରେ ବୋଲି ସୂଚନା ଦେଇଛନ୍ତି।
ରାତିରେ ବୃଦ୍ଧି ପାଇବା ଜଳ ପତନ ହେତୁ ବନ୍ଧ ନଥିବା ବାଲିବିଲ ସାଇ ମନ୍ଦିର ଏରଡା ଠାରେ ପାଣି ଗାଆଁ ଭିତରକୁ ପ୍ରବେଶ କରିବ ବୋଲି ଜଣାପଡ଼ିଛି। ତହସିଲଦାର ଦୀପ୍ତିମୟୀ ବେହେରା, ବିଡିଓ ଅସିତ ମହାନ୍ତି, ଥାନା ଅଧିକାରିଣୀ ଜ୍ୟୋତିର୍ମୟୀ ସେଠୀ ପ୍ରମୁଖ ସମସ୍ତ ତଦାରଖ କରୁଛନ୍ତି ।