-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
17-Jul-2025
କଣ୍ଟାମାଳ(ଜୟ କୁମାର ମହାରଣା): ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦାବି ନେଇ କଣ୍ଟାମାଳ ବିଜୁ ଛାତ୍ର ଜନତା ଦଳ ସଭାପତି ଉଦିତ ପ୍ରତାପ ଭୋଇଙ୍କ ନେତୃତ୍ୱରେ କଣ୍ଟାମାଳ କଲେଜ ସମ୍ମୁଖରେରେ ବିକ୍ଷୋଭ ପ୍ରଦର୍ଶନ କରା ଯିବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତପା ଦାବି କରିଛି କଣ୍ଟାମାଳ ବିଜୁ ଛାତ୍ର ଜନତା ଦଳ l କଲେଜ ଫାଟକ ସମ୍ମୁଖରେ ଶହଶହ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି କରିବା ସହ ଏଇ ସରକାର ନାରୀଙ୍କ ସୁରକ୍ଷା ଦେବାରେ ଫେଲ ମାରିଛି । ଏହା ଏକ ମିଛୁଆ ସରକାର ବୋଲି କହିଥିଲେ ଓ ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତପା ଦାବି କରିଛି ବିଜୁ ଛାତ୍ର ଜନତା ଦଳ l ଏହି ବିକ୍ଷୋଭରେ ବିଜୁ ଛାତ୍ର ଜନତା ଦଳ ସଭ୍ୟ ଘନଶ୍ୟାମ ଦନ୍ତା ସମେତ ଅନ୍ୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।