-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
16-Jul-2025
ଅତାବିରା(ଆକାଶ ମିଶ୍ର): ବୁଡାଇ ଦେଇଛି ଲଘୁଚାପ ବର୍ଷା। କେଉଁଠି ଘର ଭିତରେ ପାଣି ପଶି ଯାଇଛି ତ ଆଉ କେଉଁଠି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି। କେତେକ ସ୍ଥାନରେ ରାସ୍ତା ଉପରେ ପ୍ରଖର ସ୍ରୋତରେ ପାଣି ଚାଲୁଛି, ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଗାଁଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି, ଘର ଭିତରେ ବି ଲହଡି ମାରୁଛି ପାଣି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା
ଅତାବିରା ଏନ୍ ଏ ସି, ୱାର୍ଡ ନଂ ୧୧ ରେଙ୍ଗାଲିକ୍ୟାମ୍ପ ର କୁଡ଼ାପଡ଼ାରେ। ପ୍ରବଳ ଲଘୁଚାପ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହି ଘର ଭିତରକୁ ପାଣି ପଶିଛି। ଛକ ରୁ ଏହି ପଡ଼ାକୁ ଆସିଥିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ରାସ୍ତାର ପାଣି ଖଲାସ ହୋଇ ପାରୁନାହିଁ । ତେଣୁ ରାସ୍ତାରେ ପାଣି ଜମି ରହି ଘର ଭିତରକୁ ପାଣି ପ୍ରବେଶ କରୁଛି । ଯିବାଆସିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ପରିସ୍ଥିତିରେ ଅଞ୍ଚଳରେ ଡାଇରିଆ ଆତଙ୍କ ଖେଳିଥିବା ନେଇ ପଡ଼ାବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ମାସମାଛିଙ୍କ ପ୍ରାଦୁର୍ଭାବ ବଢୁଛି ।ମ୍ୟାଲେରିଆର ସମ୍ଭାବନାକୁ ମଧ୍ୟ ଆଡେ଼ଇ ଦିଆଯାଇପାରିବ ନାହିଁ ।ଏଣୁ ଏଥିପ୍ରତି ଏନ୍ ଏ ସି ସ୍ଵତନ୍ତ୍ର ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାପାଇଁ ଦାବୀ ହେଉଛି ।