-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ରାଜ୍ୟରେ ଆଇନର ଶାସନ ଚାଲୁ ନାହିଁ: ନରସିଂହ

06-Jul-2025



ବଲାଙ୍ଗିର- ରାଜ୍ୟରେ ଏକ ବର୍ଷ ଓ କେନ୍ଦ୍ରରେ ୧୧ ବର୍ଷ ଡବଲ ଇଞ୍ଜିନ ସରକାର ଲୋକଙ୍କୁ ବିକାଶ ନାଁ ରେ ମିଛ କହୁଛି । ନିର୍ବାଚନ ଜିତିବା ପାଇଁ ମିଥ୍ୟା ପ୍ରତିଶୃତି ଦେବାରେ ଉଭୟ ସରକାର ବେଶ ପାରଙ୍ଗମ। ଡବଲ ଇଞ୍ଜିନ ଆସିଲେ ଡବଲ ବିକାଶ ହେବ କହୁଥିବା ସରକାର ରାଜ୍ୟକୁ କିନ୍ତୁ କେନ୍ଦ୍ରୀୟ ଅନୁଦାନ କ୍ରମାଗତ ଭାବରେ କମେଇ ଚାଲିଛି ।

ଆହୁରି ମଧ୍ୟ ବର୍ତ୍ତମାନ ତାଙ୍କର ଦଳିୟ ଲୋକମାନେ ଏପରି ଭାବରେ କାର୍ଯ୍ୟପାଳିକା ଉପରେ ଅତ୍ୟାଚାର ଓ ଆକ୍ରମଣ କରୁଛନ୍ତି ଯେ ଆଉ ଲାଗୁନାହି ରାଜ୍ୟରେ ଆଇନର ସରକାର ଅଛି ବୋଲି । ରାଜ୍ୟସାରା କେବଳ ଅରାଜକତା । ଏପରିକି ନିକଟରେ ବିଜେପି ସରକାରକୁ ଆସିଥିବା ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କର ସରକାରଙ୍କ କାର୍ଯ୍ୟଶୈଳିକୁ ଦେଖିଲେ ଜଣାପଡୁଛି ଯେମିତି ସବୁ ସରକାର ଶିଳ୍ପପତି ଆଦାନି ହାତରେ ବନ୍ଧାପଡିଛନ୍ତି ବୋଲି ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ସାମ୍ବାଦିକମାନଙ୍କ ସହିତ ଅନୁଷ୍ଠିତ ଏକ ମତବିନିମୟ କାର୍ଯ୍ୟକ୍ରମରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସାମ୍ବାଦିକ ପ୍ରଶ୍ନର ଉତ୍ତରରେ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ ଲୋକଙ୍କ ଆନ୍ଦୋଳନ ଯୋଗୁଁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମ୍ଭବ ହୋଇ ପାରିଛି । ତାର ମୁଖ୍ୟ ଉଦ୍ଦେଶ୍ୟ ଯାହାକି ଚାଷ ଜମିକୁ ପାଣିଦେବା କଥା ତାହା ନ ଦେଇ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଏଠାରୁ ଖଣି ଖନନ କରିବାକୁ ସ୍ଥିର କରିସାରିଛନ୍ତି । ଯଦି ଖଣି ଖନନ ଦ୍ୱାରା ସୁକତେଲ ପାଣି ଦୂଷିତ ହୁଏ ତେବେ ଏହା ସମ୍ପୁର୍ଣ୍ଣ ବେଆଇନ ବୋଲି ଡବଲ ଇଞ୍ଜିନ ସରକାର ଜାଣି ରଖିବା କଥା । ଖଣି ଖନନ ଦ୍ୱାରା କେବଳ ଶିଳ୍ପପତିଙ୍କ ଉନ୍ନତି ହେବ। ନା ଏଠାରେ ଶିଳ୍ପ ହେବ ନା ଏଠିକାର ଲୋକ ରୋଜଗାର ପାଇବେ ତେଣୁ ଦାଦନ ଅବସ୍ଥା ଯେମିତି କି ସେମିତି ରହିବ । ଯଦିଓ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଛି କିନ୍ତୁ ମେଡିକାଲ କଲେଜ ର ସୁବିଧା ଲୋକ ପାଇବା ପରିବର୍ତ୍ତେ  ଆହୁରି ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି । ନନ୍ଦିଘୋଷ ନ ଗଡିବା ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଥିଲେ ଷଡଯନ୍ତ୍ର କରି ଡବଲ ଇଞ୍ଜିନ ସରକାର ଆଦାନିଙ୍କ ପାଇଁ ନନ୍ଦିଘୋଷ ରଥକୁ ଅଟକାଇ ଓଡିଆ ଅସ୍ମିତା ବିପରୀତ କାମ କରିଛି । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ କରିଛି ବୋଲି ସେ କହିଥିଲେ । କୁଶଳି ଅନୁଭବି ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ରଥ ଚାରିପାଖ ପରିଚାଳନା ଦାୟିତ୍ୱ ଦେବା ପରିବର୍ତ୍ତେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ଦଳୀୟ କର୍ମକର୍ତ୍ତାଙ୍କୁ କଡର୍ଣ୍ଣ ଭିତରେ ପୁରାଇ ଉଦ୍ଦେଶ୍ୟମୂଳକ ଭାବେ ଶ୍ରୀ ନନ୍ଦିଘୋଷ ରଥକୁ ଅଟକାଇ ଦେଲେ । ଏହାର ଜବାବ ନିଶ୍ଚିତ ଜଗନ୍ନାଥପ୍ରେମୀମାନେ ଦେବେ ବୋଲି ସେ କହିଥିଲେ । ଓଡିଶାର ଜମି ଜଙ୍ଗଲ, ଖଣି ଯାହା ଉପରେ କି ଆଦିବାସୀଙ୍କ ଅଧିକାର ଅଛି ସେ ସବୁକୁ ଡବଲ ଇଞ୍ଜିନ ସରକାର ଆଦାନୀଙ୍କୁ ଟେକି ଦେବା ଅତି ନିନ୍ଦନୀୟ । ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଉଚ୍ଚ ପଦସ୍ତ ସରକାରୀ ଅଧିକାରୀ ଆନ୍ଦୋଳନରେ ଯିବା ଏବଂ ସରକାର ନିରବଦ୍ରଷ୍ଟା ରହିବା ସ୍ପଷ୍ଟ କରୁଛି ଯେ ସରକାର ଠିକ ହିସାବରେ ଚାଲୁ ନାହିଁ। ଖୁଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି ଯେ ସରକାରୀ କର୍ମଚାରୀମାନେ ତାଙ୍କ କଥା ଶୁଣୁ ନାହାନ୍ତି । ସରକାର କହୁଛିି ବିଜୟାନନ୍ଦ ଚିନିକଳ ଚାଲିବ କିନ୍ତୁ ଚିନିକଳ ଚଳାଇବା ପାଇଁ ଯେଉଁ ସଂସ୍ଥା ବିଭିନ୍ନ ଚୁକ୍ତି ରଖିଛି ସେଥିରୁ ଲାଗୁଛି ଏହି ଚିନିକଳ ପୁନଃ କାର୍ଯ୍ୟକ୍ଷମ ହେବ ନାହିଁ କାରଣ ଚିନିକଳରେ ଆର୍ଥିକ ଅନିୟମିତତାକୁ ନେଇ ଆଇନଗତ ଲଢେଇ ନ୍ୟାୟାଳୟରେ ପଡିରହିଛି । ବିଜେପି ବିଜେଡି ସଂପର୍କ ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ ବିଜେଡି ସରକାରକୁ ଯିଏ ପରିଚାଳନା କରୁଥିଲେ ବିଜେପି ସରକାର ସରକାରକୁ ମଧ୍ୟ ସିଏହିଁ ପରିଚାଳନା କରୁଛନ୍ତି ବୋଲି ପରୋକ୍ଷରେ ଭି.କାର୍ତ୍ତିକେୟାନ ପାଣ୍ଡିଏନଙ୍କ ଆଡକୁ ଇସାରା କରିଥିଲେ । ଏ ଉଦାହରଣ ଦେଇ ସେ କହିଥିଲେ ଗତ ବିଧାନସଭା ଅଧିବେଶନରେ ବିଜେପି ଦଳ ରୁଲସ୍ ଅଫ୍ ବିଜେନେସକୁ ଅଣଦେଖା କରି ରାତିସାରା ବିଧାନସଭା ଚଳାଇଥିଲା ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଗୃହ ମଧ୍ୟରେ ଥାଇ ମଧ୍ୟ ତାର କାଣିଚାଏ ମଧ୍ୟ ବିରୋଧ ନ କରି ଓଲଟା ସେ ସମୟରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲା ବୋଲି ଉଭୟ ଦଳକୁ ଆକ୍ଷେପ କରିଥିଲେ । ସ୍ଥାନୀୟ ସମସ୍ୟା ମହାରାଣୀ ସାଗର ଦୁର୍ନୀତିର ପ୍ରଶ୍ନରେ ଶ୍ରୀ ମିଶ୍ର ମହାରାଣୀ ସାଗର ଦୁର୍ନିତିକୁ ଏକ ମହାଦୁର୍ନିତି

ବୋଲି ଆଖ୍ୟା ଦେବା ସହ ଏହାର ଭିଜିଲେନ୍ସ ତଦନ୍ତ ଦାବି କରିଥିଲେ । ଆଜିର ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଅଶୋକ ନନ୍ଦ, ମନୀଷ ମିଶ୍ର ମଞ୍ଚାସୀନ ଥିବା ବେଳେ ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ନଗର ସଭାପତି ବୁଲୁ ଦାନି, ଜୁଲୁ ପଟ୍ଟନାୟକ, ବିରେନ୍ଦ୍ର ମିଶ୍ର, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like