-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ବିଡିସିସି ବ୍ୟାଙ୍କରେ ପଦୋନ୍ନତିରେ ବ୍ୟାପକ ଅନୀୟମିତତା.. ବୋର୍ଡବୈଠକରେ ହୋହଲ୍ଲା,୬ଜଣ ନିର୍ଦ୍ଦେଶକଙ୍କ ୱାକଆଉଟ

05-Jul-2025



ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କର ଜୀବନରେଖା କୁହାଯାଉଥିବା ବଲାଙ୍ଗୀର କେନ୍ଦ୍ରସମବାୟ ବ୍ୟାଙ୍କରେ ବ୍ୟାପକ ମାତ୍ରାରେ ଅନୀୟମିତତା କରାଯାଉଥିବା ଅଭିଯୋଗ ଉଠିଛି । ବ୍ୟାଙ୍କ ପରିଚାଳନାରେ ତୃଟିଯୋଗୁଁ ବ୍ୟାଙ୍କରେ ବହୁତ ପରିମାଣରେ କ୍ଷତିହେଉଛି। ବ୍ୟାଙ୍କର ଏନପିଏ ୧୦% ଉପରକୁ ଯାଇସାରିଥିବା ବେଳେ ବ୍ୟାଙ୍କ ସି ଗ୍ରେଡକୁ ଖସିଯାଇ ସାରିଛି । ଏପରିକି ବିଡିସିସି ବ୍ୟାଙ୍କର ୱାର୍କିଂ କ୍ୟାପିଟାଲ ୨୫୦୦ କୋଟିରୁ ୬୨୩ କୋଟି ଟଙ୍କାର ଇମବାଲାନ୍ସ ବାହାରୁଛି । ଏହାର କୌଣସି ହିସାବ ମିଳୁନାହିଁ । ତଥାପି ବ୍ୟାଙ୍କ ପକ୍ଷରୁ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇ ଦରମା ବଢାଯାଇଛି । ଏପରିକି ବ୍ୟାଙ୍କରେ ହୋଇଥିବା ପଦୋନ୍ନତିରେ ବ୍ୟାପକ ଅନୀୟମିତତା କରାଯାଇଥିବା ଅଭିଯୋଗ ଉଠିଛି । ଖୋଦ ଏପଣ୍ଟମେଣ୍ଟ କମିଟିରେ ଥିବା ଜଣେ ନିର୍ଦ୍ଦେଶକ ନୀହାର ସ୍ୱାଇଁ ବୋର୍ଡ ବୈଠକରେ ପଦୋନ୍ନତିରେ ଅନୀୟମିତତା କରାଯାଇଥିବା ଅଭିଯୋଗ ଉଠାଇଥିଲେ ଓ ଏହାକୁ ନେଇ ଶୁକ୍ରବାର ଦିନ ହୋଇଥିବା ବୋର୍ଡବୈଠକରେ ହୋହଲ୍ଲା ହୋଇ ୬ଜଣ ନିର୍ଦ୍ଦେଶକ ବୈଠକରୁ ଉଠିଚାଲିଯାଇଥିବା ସୂଚନା ମିଳିଛି । ଖବର ନେବାରୁ ଜଣାଯାଇଛି ଯେ,ବିଡିସିସି ବ୍ୟାଙ୍କରେ ଗତ କିଛିଦିନ ତଳେ ୪୪ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଛି । ସେଥିପାଇଁ ବ୍ୟାଙ୍କର ଏପଣ୍ଟମେଣ୍ଟ କମିଟିର ବୈଠକ ବସି ଥିଲା । ସେଥିରେ ଯିଏ ପଦୋନ୍ନତି ପାଉଥିଲେ ସେ ନିଜେ ସ୍କୃଟିନି କମିଟିରେ ରହିଥିଲେ । ଯାହାକୁ ନେଇ ସେହି କମିଟିର ସଭ୍ୟ ନୀହାର ସ୍ୱାଇଁ ଆପତ୍ତି ଉଠାଇଥିଲେ । କିନ୍ତୁ ସଂପାଦକ ଖାତିର କରିନଥିଲେ । ପଦୋନ୍ନତି ଦେଲା ବେଳେ ସବୁ ନୀୟମକାନୁନକୁ ଉଲଂଘନ କରାଯାଇଛି  ଓ ସେ ନିଜେ କମିଟରେ ଥାଇ ସୁଦ୍ଧା କିଏ କିଏ କିଭଳି ପଦୋନ୍ନତି ପାଇଲେ ଜାଣିପାରିଲେ ନାହିଁ ବୋଲି ଅଭିଯୋଗ କରି ନିର୍ଦ୍ଦେଶକ ନୀହାର ସ୍ୱାଇଁ ଅଭିଯୋଗ ଉଠାଇଥିଲେ । କମିଟିର ବୈଠକ ଦିନ କେବଳ ଉପସ୍ଥାନ ଖାତାରେ ଦସ୍ତଖତ ନେଇ ପଦୋନ୍ନତି ତାଲିକା ଅନୁମୋଦନରେ ତାଙ୍କର ଦସ୍ତଖତ ନିଆଯାଇ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ତେବେ ନୀୟମ ଅନୁଯାୟୀ ଯେଉଁ କର୍ମଚାରୀମାନଙ୍କର ୫ବର୍ଷରୁ ଅଧିକ ସମୟ ଚାକିରି ହୋଇଥିବ ଓ ତାଙ୍କର ୱାର୍କପରଫର୍ମମାନ୍ସକୁ ନେଇ ପଦୋନ୍ନତି ଦିଆଯାଇ ଥାଏ । ଗ୍ରେଡେସନ,ସିନିଅରିଟି ଓ ଓଆରଭି ଏକ୍ଟ ଅନୁଯାୟୀ ପଦୋନ୍ନତିର ବିଚାର କରାଯାଇଥାଏ । କିନ୍ତୁ କେତେକ କର୍ମଚାରୀଙ୍କ ଚାକିରି ୫ବର୍ଷ ପୂରଣ କରିନଥିଲେ ହେଁ ସେମାନଙ୍କୁ ପଦୋନ୍ନତି ଦିଆଯାଇଛି । ଠିକ ସେହିପରି ୬ଜଣ ସବ-ଷ୍ଟାଫ ଇଲିଜିବୁଲ ଥିବା ବେଳେ ୧୨ଜଣଙ୍କୁ ବେଆଇନ ଭାବରେ ପଦୋନ୍ନତି ଦିଆଯାଇଥିବା ତଥା ଓଆରଭି ଏକ୍ଟକୁ ଖୋଲାଖୋଲି ଉଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲାର ବିନିକା, ଡୁଙ୍ଗୁରିପାଲି, ରାମପୁର ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସୁପରଭାଇଜର ନିଯୁକ୍ତି ଦିଆଯାଇନାହିଁ । ବ୍ୟାଙ୍କର ବ୍ରାଞ୍ଚମାନଙ୍କରେ ଠିକ ହିସାବରେ ନଗତରାଶି ରହିନଥିବାରୁ ଚାଷୀମାନେ ବ୍ୟାଙ୍କରୁ ଟଙ୍କା ଉଠାଣ ରେ ଅସୁବିଧା ହେଉଛି । ଗତ ଏକମାସ ତଳେ ବୋର୍ଡର ନିର୍ଦ୍ଦେଶକ ମାନେ ବିଭିନ୍ନ ବ୍ରାଞ୍ଚକୁ ଯାଇ ସେଠିକାର ସମସ୍ୟାଗୁଡିକୁ ସମାଧାନ ପାଇଁ ନିର୍ଦ୍ଦେଶ କରିଥିଲେ । କିନ୍ତୁ ବ୍ୟାଙ୍କର ସଂପାଦକ ସେହି ନିର୍ଦ୍ଦେଶକୁ ପାଳନ କରିନାହାଁନ୍ତି । ସେଥିପାଇଁ ବ୍ୟାଙ୍କର ଅବସ୍ଥା ଅହୁରି ବିଗୁଡୁଛି । ବ୍ୟାଙ୍କ ମୁଖ୍ୟାଳୟରେ ଅନେକ ସିନିୟର ମ୍ୟାନେଜର ରହିଥିବା ବେଳେ ଅନେକଗୁଡିଏ ବ୍ରାଞ୍ଚରେ ଇନଚାର୍ଜ ବ୍ରାଞ୍ଚମ୍ୟାନେଜର ରଖାଯାଇଛି କାହିଁକିଁ ବୋଲି ନିର୍ଦ୍ଦେଶକମାନେ ପ୍ରଶ୍ନ କରିଥିଲେ । କିନ୍ତୁ ସଂପାଦକଙ୍କଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ବ୍ୟାଙ୍କର ଅନୀୟମିତତାକୁ ନେଇ ହୋହଲ୍ଲା ହୋଇଥିଲା ଓ ୬ଜଣ ନିର୍ଦ୍ଦେଶକ ବୈଠକଛାଡି ଉଠିଯାଇଥିଲେ ବୋଲି ଜଣାପଡିଛି । ଏନେଇ ବ୍ୟାଙ୍କ ନିର୍ଦ୍ଦେଶକ ନୀହାର ସ୍ୱାଇଁଙ୍କୁ ପଚାରିବାରୁ ସେ ବୋର୍ଡବୈଠକରେ ପଦୋନ୍ନତି ଅନୀୟମିତତା ନେଇ କଥା ଉଠିଥିଲା ଓ ସନ୍ତୋଷଜନକ ଉତ୍ତର ନମିଳିବାରି ଆମେ ୱାକଆଉଟ କରି ବୈଠକଛାଡି ଚାଲିଆସିଥିଲୁ ବୋଲି କହିଛନ୍ତି । ଠିକ ସେହିପରି ଅନ୍ୟତମ ନିର୍ଦ୍ଦେଶକ ସୁଶିଳ ଚାନ୍ଦଙ୍କୁ ମଧ୍ୟ ପଚରାଯିବାରୁ ବୈଠକଛାଡି ଚାଲିଆସିଥିବା କଥାକୁ ସ୍ୱୀକାର କରିଥିଲେ । ବୈଠକରେ ନିର୍ଦ୍ଦେଶକ ଲକ୍ଷ୍ମଣକୁୁମାର ମେହେର,ରାଜକିଶୋର ଡାଙ୍ଗ,ନୀହାର ସ୍ୱାଇଁ,ଶୁଶିଳ ଚାନ୍ଦ,ବନମାଳି ମେହେର ଓ କୃତ୍ତିବାସ ବାଘ ପ୍ରମୁଖ ବୈଠକ ଛାଡି ଚାଲିଯାଇଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଅଭିଯୋଗ ବିଷୟରେ ବଲାଙ୍ଗୀର କେନ୍ଦ୍ରସମବାୟ ବ୍ୟାଙ୍କର ମୁଖ୍ୟନିର୍ବାହୀଅଧିକାରୀ(ସିଇଓ) ହରିଶ୍ଚନ୍ଦ୍ର ଦାସଙ୍କୁ ପଚାରିବାରୁ ବୈଠକରେ ପଦୋନ୍ନତିନେଇ ଆଲୋଚନା ହୋଇଥିଲା ବୋଲି କହିଛନ୍ତି । କିନ୍ତୁ ଅନୀୟମିତତାକୁ ଅସ୍ୱୀକାର କରି କମିଟି ବୈଠକରେ ଡିଆରସିଏସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେହି କମିଟି ବୈଠକ ହୋଇଥିଲା ଓ ପଦୋନ୍ନତିର ତାଲିକା ଫାଇନାଲ ହୋଇଥିଲା ବୋଲି କହିଛନ୍ତି । ବ୍ୟାଙ୍କର ଅବସ୍ଥା ବିଷୟରେ ପଚାରିବାରୁ ରାଜ୍ୟର ସବୁ ବ୍ୟାଙ୍କରେ ସେହି ସମାନ ସମସ୍ୟା ରହିଛି ବୋଲି ଶ୍ରୀ ଦାସ କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like