-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
24-Jan-2021
ଢେଙ୍କାନାଳ: (ପ୍ରେରଣା ଖବର) - ହାତପୁରା ପକ୍କା ଘର। ଗରିବଙ୍କୁ ମିଳୁନି ଘର ହେଲେ କାର, କୋଠା ଥାଇ ବି ବିଧାୟକଙ୍କ ଭିଣେଇଙ୍କୁ ମିଳିଛି ଘର। ପରଜଙ୍ଗ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଧାୟକ ନୃସିଂହ ଚରଣଙ୍କ ଭିଣେଇଙ୍କୁ ହାତପୁରା ପକ୍କା ଘର ମିଳିଛି । ତିନିଟି କିସ୍ତିରେ ସେ 90 ହଜାର ଟଙ୍କା ହାତେଇଛନ୍ତି।
ପଡ଼ୋଶୀ ହିତାଧିକାରୀଙ୍କ ଘର ଦେଖାଇ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ହେଲେ ଘର ନଥିବା ଗରିବଙ୍କୁ କିନ୍ତୁ ଘର ମିଳୁନାହିଁ । ସରପଞ୍ଚଙ୍କ ଜାଣତରେ ଏସବୁ ଘଟଣା ଘଟିଛି। ଅଡିଓରେ ଏକଥାକୁ ନିଜେ ବିଧାୟକଙ୍କ ଭଣଜା ମାନିଛନ୍ତି।