-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
30-Jun-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ଠାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ଅଭିଯୋଗ ଶୁଣିଥିଲେ ।ଏହି ଶିବିରରେ ସର୍ବମୋଟ ୨୯ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲ। ସେଥିରୁ ବ୍ୟକ୍ତିଗତ ଦରଖାସ୍ତ ୨୮ଗୋଟି ଥିବା ବେଳେ ଗୋଟିଏ ସାମୁହିକ ଦରଖାସ୍ତ ଥିଲା ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଡିଓ ମଣ୍ଟୁ ଖମାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର,ଉପଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟାରୁପା ରଥ ସମେତ ବିଭିନ୍ନ ଜିଲ୍ଳାସ୍ତରୀୟ ଅଧିକାରୀ,ତହସିଲ ଓ ବ୍ଲକସ୍ତରୀୟ ଅଧିକାରୀ,ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ ।