-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ରାଜ୍ୟ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

27-Jun-2025



ନଭି ମୁମ୍ବାଇ(ପ୍ରେରଣା ଖବର): ନଭି ମୁମ୍ବାଇର ଖାରଘର ଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି । ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ଯ ଓ ଦିବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକାର ଗଗନ ପବନ ଜଗନ୍ନାଥମୟ ହୋଇ ଉଠିଥିବା ଦେଖାଯାଇଥିଲା। ଜୟ ଜଗନ୍ନାଥ ଧ୍ୱନିରେ ପୁରା ପରିବେଶ ମୁଖରିତ ହେବା ସାଙ୍ଗକୁ ମନ୍ତ୍ରର ମଧୁର ଉଚ୍ଚାରଣର ଗହଗହ ନାଦରେ ଗଗନ ପବନ ଗୁଞ୍ଜରିତ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା। ବଢି ଭୋରରୁ ମନ୍ଦିର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ମଙ୍ଗଳ ଆଳତି ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।

 ଦ୍ୱିପହରରେ ଚାରି ଠାକୁରଙ୍କୁ ଧାଡି ପହଣ୍ଡି କରାଯାଇ ସୁନ୍ଦର, ସୁସଜ୍ଜିତ ଓ ପିପିଲି ଚାନ୍ଦୁଆରେ ସୁଶୋଭିତ ରଥ ଉପରକୁ ଅଣାଯାଇଥିଲା। ସେଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସାରର ଆବାଳ ବୃଦ୍ଧ ବନିତାଙ୍କ ସହ ତାଙ୍କର ଦିବ୍ୟ ଲୀଳା ପରିପ୍ରକାଶ କରିବା ପାଇଁ ଶ୍ରୀମନ୍ଦିର ଛାଡ଼ି ରାଜ ରାସ୍ତାକୁ ବିଜେ କରିଥିଲେ । ରାଜକୀୟ ଠାଣିର କୋଟି ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ ,ତାଙ୍କର ଜ୍ୟେଷ୍ଠ ଭ୍ରାତା ବଳଭଦ୍ର, କନିଷ୍ଠ ଭଗ୍ନୀ ମା' ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ରଥାରୁଢ଼ ହେବାର ବେଶ ହୃଦୟସ୍ପର୍ଶୀ ଥିଲା। ଏହା ଭକ୍ତ ଓ ଭଗବାନଙ୍କର ମିଳନର ଅନନ୍ୟ ଓ ଅପୂର୍ବ ଅବସର ଥିଲା।

 ମହାରାଷ୍ଟ୍ର ଓଡ଼ିଆ କଲ୍ଯାଣ ସଙ୍ଘର 
ସଭାପତି ଓ ଟ୍ରଷ୍ଟି ଡ଼ଃ. ଭଗବାନ ପଣ୍ଡା ରଥ ଉପରେ ସୁବର୍ଣ୍ଣ ଝାଡ଼ୁରେ ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ। ଏହାପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ଯେଉଁ ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ରଥଟିକୁ ଟାଣି ନେଉଥିଲେ ତାହା ସୌହାର୍ଦ୍ଦ୍ୟ ଓ ସଦଭାବନାର  ନିଆରା ଉଦାହରଣ ଥିଲା। 

ସନ୍ଧ୍ୟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ରଙ୍ଗାରଙ୍ଗ ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚି ଥିଲା। ଏଠାରେ ରୋଷଣୀ କରାଯାଇ ଚାରିଠାକୁରଙ୍କୁ ରଥ ଉପରୁ ମନ୍ଦିର  ମଧ୍ୟକୁ ନିଆଯାଇ, ସେଠାକାର ଆଡ଼ପ ମଣ୍ଡପରେ ଆସୀନ କରାଯାଇଥିଲା ।

ରଥଯାତ୍ରା ଉତ୍ସବର ଅନ୍ୟତମ  ଆକର୍ଷଣ ଭାବରେ ଗୁଣ୍ଡିଚା ମନ୍ଦିର ଠାରେ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୀର୍ତ୍ତନର ସୁମଧୁର ସ୍ୱର ସାଙ୍ଗକୁ ମହାପ୍ରସାଦର ମହମହ ସୁଗନ୍ଧ ଶ୍ରଦ୍ଧାଳୁମାନଙ୍କୁ ନିବିଡ଼ ସୂତ୍ରରେ ବାନ୍ଧି ରଖିବାର ଅନୁଭୂତି ଅଲୌକିକ ଓ ଅଦ୍ଭୂତପୂର୍ବ ଥିଲା। ମୋୱା ତରଫରୁ ମହାପ୍ରଭୁଙ୍କର ଭଜନ କାର୍ଯ୍ୟକ୍ରମ ପରେ ମହାପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। 
ଜୁଲାଇ ୮ ତାରିଖ ନୀଳାଦ୍ରି ବିଜେ ପାଳନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।

ସମଗ୍ର ରଥଯାତ୍ରା ଉତ୍ସବକୁ ସୂଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ଟ୍ରଷ୍ଟିବୃନ୍ଦ ଯଥା:- ଡଃ ଭଗବାନ ପଣ୍ଡା, ବଳରାମ ପାତ୍ର, ଡଃ ମନୋଜ କୁମାର ନାୟକ, ଡଃ କେତନ ଗୋଖଲେ,ବି.ସି. ଖଟୁଆ, କ୍ୟାପଟେନ ଏସ୍. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ ଏବଂ ଉପ-ସଭାପତି ପି.ଏମ୍. ମହାପାତ୍ର ତଥା ଡଃ ରବି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like