-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
26-Jun-2025
ବରୀ (ରଞ୍ଜିତ ମହାନ୍ତି): ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ରାମଚନ୍ଦ୍ର ପୁରଠାରେ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନା କୁ ବିରୋଧ କରି ଛାତ୍ରଛାତ୍ରୀମାନେ ରାଜ୍ୟବ୍ୟାପି ଛାତ୍ର ଆନ୍ଦୋଳନ କରିଛନ୍ତି। ଏହି ଅବସରରେ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ମୁଖ୍ୟ ପ୍ରଫେସର ଜପୁର ଜିଲ୍ଲା ବରୀ
ପ୍ରବୋଧ କୁମାର ସାମଲକୁ ଦାବିପତ୍ର ଦେଇଛନ୍ତି। ଏହି ଅବସରରେ ଅନେକ ଛାତ୍ରଛାତ୍ରୀ, ଯୁବ ଛାତ୍ରମାନେ ଉପସ୍ଥିତ ଥିଲେ। ରାଜ୍ୟସରକାରଙ୍କ ବିଫଳତା ବିଷୟରେ ଅନେକ ଉଦାହରଣ ଦେଇଛନ୍ତି। ତତ୍ ମଧ୍ୟରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିପରି ଭାରତର ବିଭିନ୍ନ ରାଜ୍ୟକୁ ରାତ୍ରିଯାପନ କଥା ହେଉ, କିମ୍ବା ଏକାକି କୌଣସି ସ୍ଥାନକୁ ବିନା
ପ୍ରୋଟ୍ରେକ୍ସନରେ ନଯିବା ପାଇଁ ନିଜ ରାଷ୍ଟ୍ରର ଲୋକମାନଙ୍କୁ କହିଛନ୍ତି। ତତ୍ ମଧ୍ୟରୁ ଓଡ଼ିଶାର ନାମ ଥିବାବେଳେ ଭାରତର ୫ ଗୋଟିଏ ରାଜ୍ୟର ନାମ ନେଇଛନ୍ତି l ରାଜ୍ୟ ସରକାରଙ୍କ ବିଫଳଳତା ବିଷୟରେ ଲୋକ ମାନଙ୍କୁ ଚେତାଇଛନ୍ତି। ଏହି ପରି ରାଜ୍ୟରେ ଅନେକ ସ୍ଥାନରେ ଛାତ୍ର ଆନ୍ଦୋଳନ ନ୍ଦାଳନ ଦେଖୁବାକୁ ମିଳିଛି।