-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
26-Jun-2025
ମାଲକାନଗିରି(କେଶବ ଚନ୍ଦ୍ର ନାୟକ):ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କାଲିମେଳା ଅଞ୍ଚଳରୁ ୨୪ ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି ବନ କର୍ମଚାରୀ ମାନେ। ବେଆଇନ କଇଁଛ ଚୋରା ଚାଲାଣ ସଂପର୍କରେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ ବନକର୍ମଚାରୀମାନେ ମାଙ୍ଗିପାଲି ଗ୍ରାମରେ ଚଢ଼ାଉ କରିଥିଲେ। କଇଁଛ ଚୋରା ଚାଲାଣକାରୀ ଭାବେ ଏମପିଭି-୬୩ ଗାଁର ସୁବାସ ଦେଏ ନାମକ ଜନୈକ ବ୍ୟକ୍ତିକୁ ଗିରଫ କରିଥିଲେ। ସେ ୨୪ ଟି ଜୀବନ୍ତ କଇଁଛକୁ ମଟର ସାଇକେଲରେ ବିକ୍ରି କରୁଥିବାର ଦେଖିବାକୁ ପାଇଥିଲେ। ସେହି ବ୍ୟକ୍ତି ଙ୍କ ଠାରୁ ୨୪ ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଥିଲା । ତଦନ୍ତ ପରେ ଅଭିଯୁକ୍କୁ କୋର୍ଟ ଚାଲାଣ କରାଯାଇଥିଲା। କଇଁଛ ଚୋରା ଚାଲାଣ ପାଇଁ ବ୍ୟବହୃତ ଗାଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଏସିଏଫ ମନସୁନ ଖେମୁଣ୍ଡୁ ଏକ ପ୍ରସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।