-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
26-Jun-2025
ବଲାଙ୍ଗିର(ପ୍ରେରଣା ଖବର):ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧଚଳନ ଦିବସରେ ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗତରଫରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ପୂଜ୍ୟପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟଗଣ ଓ ପିପୁଲସ ଫୋରୋମ ଦ୍ବାରା ପରିଚାଳିତ ବଲାଙ୍ଗିର ନିଶା ନିବାରଣ କେନ୍ଦ୍ରର ପରିଚାଳକ ଓ
ଅନ୍ତେବାସୀ ମାନେ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ସମୟରେ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରସାରଣ କରାଯାଇଥିଲା।ପଦଯାତ୍ରା ଶେଷରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ
ସଚେତନତା ସଭା ଆୟୋଜନ କରାଯାଇଥିଲା। ସଭାରେ ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ନିଶାର ଅପବ୍ୟବହାର ଓ ଚୋରାଚାହାଣି ରୋକାଯିବା ଉପରେ ଆଲୋକପାତ କରିଥିଲେ। ଶେଷରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।