-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||     

HOME   ଜିଲ୍ଲା

ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି , ପ୍ରତିଶ୍ରୁତି ପାଳନ ନୁହଁ ,ପ୍ରତାରଣା ର ବର୍ଷ -- ବରଗଡ଼ ଜିଲ୍ଲା କଂଗ୍ରେସ କମିଟି

23-Jun-2025



ବରଗଡ଼:- (ନିରଞ୍ଜନ ତ୍ରିପାଠୀ)
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଶୀର୍ବାଦ ରେ ଏକ ବର୍ଷ ପୂର୍ତ୍ତି ପାଳନ କରୁଥିବା ଓଡ଼ିଶା ର ମୋହନ ସରକାର ଙ୍କ ଏକ ବର୍ଷ ପ୍ରତିଶ୍ରୁତି ପାଳନ ନୁହଁ, ପ୍ରତାରଣା ର ବର୍ଷ ବୋଲି ଆଜି ସ୍ଥାନୀୟ ହୋଟେଲ ମହାରାଜା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ର କର୍ମକର୍ତ୍ତା ମାନେ। ସେମାନେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ , "ବର୍ଷ ୧ ପ୍ରତିଶ୍ରୁତି ଅନେକ " କହି ଦଳ ଅଭିଯୋଗ କରିଛି ଯେ 
ନିର୍ବାଚନ ସମୟରେ ୨୩ ଟି ପ୍ରତିଶ୍ରୁତି ଦେଇ ସରକାର କୁ ଆସିଥିବା ଏହି ସରକାର କୌଣସି ପ୍ରତିଶ୍ରୁତି ପାଳନ କରିନାହାନ୍ତି। ଏହି ମୋଦୀ-ମୋହନ ସରକାର ପ୍ରଥମ ପ୍ରତିଶ୍ରୁତି ଥିଲା  ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ।ହେଲେ ଆଜି ରାଜ୍ୟର ବଡ ବଡ ଅଫିସରଙ୍କ ଠାରୁ କୋଟି କୋଟି ଟଙ୍କା ଦୁର୍ନୀତି ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରୁଛି। ୧୮ ମାସ ମଧ୍ୟରେ ସମସ୍ତ ଚିଟ୍‌ଫଣ୍ଟ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ଦେବୁ  ବୋଲି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଅଛି। ମାର୍କେଟ ୟାର୍ଡ ରେ ଧାନ ର 
 କଟଣି – ଛଟଣି ବ୍ୟବସ୍ଥାକୁ ସମାପ୍ତ କରି ସମସ୍ତ ମଣ୍ଡିରେ ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ର ମାଧ୍ୟମରେ ଧାନ କିଣିବୁ ବୋଲି କହିଥିବା ବେଳେ ଆଜି ସବୁ ମାର୍କେଟ ୟାର୍ଡ୍ ରେ ୮ ରୁ ୧୦ କେଜି ଯାଏ ପ୍ରତି କ୍ଵିଣ୍ଟାଲ ଧାନ ରେ କଟା ଯାଉଛି। ସୁଭଦ୍ରା ଯୋଜନା ମାଧ୍ୟମରେ ରାଜ୍ୟ ର ପ୍ରତି ମହିଳା ଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର ପାଇବେ, ଯାହା ଦୁଇବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇପାରିବ । କିନ୍ତୁ ତାର ବିପରୀତ ବର୍ଷ କୁ ଦୁଇଟି କିସ୍ତି ରେ ମାତ୍ର ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି , ତାହା ପୁଣି ବିଭିନ୍ନ ପ୍ରକ୍ରିୟା ରେ ଚିହ୍ନଟ। ହୋଇଥିବା କିଛି ମହିଳା ଙ୍କୁ ଦିଆଯାଉଛି। 
ରାଜ୍ୟରେ ଦୂର୍ନୀତିର ସୀମା ସଂଘନ କରିଛି । ତାର ପ୍ରମାଣ ହେଲା  ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ଜବତ ହୋଇଛି , ବିଜେପିର ପୋଷା ଶୁଆ ପାଲଟିଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ (ଇ.ଡି)ର ଉପନିର୍ଦ୍ଦେଶନ ସିବିଆଇ ଦ୍ୱାରା ବନ୍ଧା ହେଲେ । ସେହିପରି ସରକାର ଙ୍କ ଅନ୍ୟ ଏକ ପ୍ରତିଶ୍ରୁତି ହେଲା ୧୮ ମାସ ମଧ୍ୟରେ  ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ, ହେଲେ ଏକ ବର୍ଷ ମଧ୍ୟରେ ସେମାନଙ୍କ ଖାତା ଖତିୟାନ୍ ମିଳୁନି । 
୪ ସବୁ ମହିଳା ସୁଭଦ୍ରାରେ ସାମିଲ ହୋଇପାରିବେ ନାହିଁ । ୫୦ ହଜାର ଟଙ୍କାର ରାଉଚର ମିଳିଲା ନାହିଁ । ଭାରତର ସମସ୍ତ ମେଟ୍ରୋ ସହରରେ ଓଡିଆ ସମୁଦାୟ ଭବନ ପ୍ରତିଷ୍ଠା କରିବୁ ବୋଲି କହିଥିଲେ ,ହେଲେ ଏକ ବର୍ଷ ମଧ୍ୟରେ ପ୍ରକ୍ରିୟା ମଧ୍ୟ ହେଲା ନାହିଁ। ପ୍ରତ୍ୟେକ ମତ୍ସଜୀବିଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବୁ  ବୋଲି କହିଥିଲେ ହେଲେ ତାହା ମଧ୍ୟ ଫମ୍ପା ଅଟେ । ସରକାର କୁ ଆସିଲେ  ଓଡିଶାରେ ଆଇନ, ମେଡିକାଲ୍ ଓ ଇଂଜିନିୟରିଙ୍ଗ ପାଠ୍ୟକ୍ରମ ପ୍ରଚଳନ କରିବୁ । ଏକ ବର୍ଷ ମଧ୍ୟରେ ଏହି ପ୍ରସଙ୍ଗ ଉଚ୍ଚାରଣ ହୋଇନି । ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି। ପ୍ରତ୍ୟେକ ଜିଲ୍ଲାରେ ଏକ ନର୍ସିଂ କଲେଜ, ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରିବୁ , ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାରାଣା ବିଜୁଳୀ ପ୍ରଦାନ କରିବୁ କହିଥିଲେ ମାତ୍ର ଏକ ବର୍ଷ ଭିତରେ ସାମାନ୍ୟତମ ପ୍ରଚେଷ୍ଟା ହୋଇନି I  ମାଗଣା ନିଜୁଳି ତ ଦୂରର କଥା ବରଂ ବିଜୁଳି ବିଲ ବଢି ଚାଲିଛି । ୩୦୦୦ କୋଟି ଟଙ୍କାରେ କୃଷି ସଂରକ୍ଷଣ କୋଷ ପ୍ରତିଷ୍ଠା କରି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନି କେନ୍ଦ୍ର ପ୍ରତିଷ୍ଠା କରିବୁ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଏ ଯାବତ୍ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି ।୫୦୦ କୋଟି ଟଙ୍କା ର କର୍ପସ ପାଣ୍ଠି ଗଠନ କରି , ଝୋଟ ଓ ଚିନାବାଦାମ ଭଳି ଅବହେଳିତ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୋସାହିତ କରିବୁ ବୋଲି କହିଥିବା ବେଳେ ତାକୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ସମ୍ବଲପୁରରେ ଏକ କୃଷି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ,  ସରକାର ନବମ ରୁ ଦ୍ବାଦଶ ଶ୍ରେଣୀରେ ପଢୁଥିବା ସମସ୍ତ ୧୮ ଛାତ୍ରଛାତ୍ରୀଙ୍କୁ ମାଗମା ଲାପଟପ, ଟାବଲେଟ ପ୍ରଦାନ କରିବା ପ୍ରତିଶ୍ରୁତି କୁ ପୁରା ଭୁଲି ଗଲେ । ଏ ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତାର ବାହାରେ । ସରକାର ଆସିବା ମାତ୍ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଗଣତି ମଣତି କରିବୁ । ଏକ ବର୍ଷ ଗଲା, ଗଣତି- ମଣତି ନାହିଁ । ସେହିପରି ବୁଣାକାର ଏବଂ" ବୟନଶିଳ୍ପ କୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମ ଓଡିଶାର ୩ଟି ଇଂଟିଗ୍ରେତେକ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧ‌ିକ ଚାକିରି ସୃଷ୍ଟି କରିବୁ ବୋଲି ଦେଇଥିବା ପ୍ରତିଶ୍ରୁତି  ଦିଗରେ କୌଣସି ପଦକ୍ଷେପ ନିଆ ଯାଇନି । “ଉଦ୍ୟମ କ୍ଳାନ୍ତି" ଯୋଜନାରେ ରାଜ୍ୟର ଯୁବ ବର୍ଗଙ୍କୁ ବିନା ସୁଧରେ ଓ ୫୦ ପ୍ରତିଶତ ସବସିଡି ରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବୁ ବୋଲି ଦେଇଥିବା ପ୍ରତିଶ୍ରୁତି ଏକ ବର୍ଷ ବିତିଗଲା , କେବଳ ପ୍ରତିଶ୍ରୁତି ରେ ରହିଗଲା। ସେହିପରି ସରକାରୀ କଲେଜରେ ପଢୁଥିବା ସବୁ ଝିଅମାନଙ୍କୁ ବୈଦ୍ୟୁତିକ ଦୁଇ ଚକିଆ ଯାନ ରେ ସବସିଡି ଦିଆଯିବ  ବୋଲି ଘୋଷଣା କରିଥିଲେ,ହେଲେ ତାହା ମଧ୍ୟ ତାଙ୍କର ଭାବନା ବାହାରେ । ତାଉପରେ କୌଣସି ପଦକ୍ଷେପ ହୋଇନି । ବୁଣାକାର ଓ ହସ୍ତତନ୍ତ୍ର ଶିଳ୍ପ ପାଇଁ ବୁଣାକାର ସମାନ ନିଧି ଆରମ୍ଭ କରିବୁ , ଯାହା ମାଧ୍ୟମରେ ୪୦ ରୁ ୬୦ ବର୍ଷ ମଧ୍ୟରେ ସମସ୍ତ ହିତାଧୁକାରୀ ଙ୍କୁ ମାସିକ ୩ହଜାର ଏବଂ ୬୦ ବର୍ଷରୁ ଅଧିକ ହିତାକାରୀଙ୍କୁ ମାସିକ ୩୫୦୦ ଟଙ୍କା ଆର୍ଥିକ ସହା‌ୟତା ପ୍ରଦାନ କରିବୁ ବୋଲି ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ।ସେହିପରି ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ପ୍ରତି ନାଗରିକଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ କରିବୁ । କିନ୍ତୁ ବର୍ତ୍ତମାନ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଆୟୁଷ୍ମାନ ଭାରତ କାର୍ଡ ଦିଆଯାଇଛି । ବ୍ୟାପକ କଟକଣା ଏବଂ ମାଳମାଳ ଓଟିପି କାରଣରୁ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାଁନ୍ତି । "ଆୟୁଷ୍ମାନ" ଏବେ "ଆୟୁନାଶ" ଯୋଜନାରେ ପରିଣତ ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତୃବୃନ୍ଦ । ସେମାନଙ୍କ ପକ୍ଷରୁ ଆହୁରି ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୨ ହଜାର ଟଙ୍କା ଓ ସହାୟିକାଙ୍କ ମାସିକ ଦରମା ୮ ହଜାର ଟଙ୍କା କରିବୁ ବୋଲି କହିଥିବା କଥା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତୃବୃନ୍ଦ। ଆଶାକର୍ମୀଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ ମିଶନରେ ଅନ୍ତର୍ଗତ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବୁ ବୋଲି କହିଥିବା ବେଳେ ସରକାରକୁ ଆସିବାର ଏକ ବର୍ଷ ମଧ୍ୟରେ ପେସା ନିୟମକୁ କାର୍ଯ୍ୟକାରୀ କରିବୁ ବୋଲି ମଧ୍ୟ କହିଥିଲେ ହେଲେ ଏକ ବର୍ଷ ମଧ୍ୟରେ କିଛି ବି ହେଇନି ଏବଂ ଶିଳ୍ପପତି ଓ ପୁଞ୍ଜିପତି ଙ୍କ ଇସାରା ରେ ପେସା ଆଇନ ଏବେ କଣ ଠୋସା ହୋଇ ପଡ଼ିରହିଛି। ପ୍ରତ୍ୟେକ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟ ମାନଙ୍କୁ ମାସିକ ୩ହଜାର ଟଙ୍କାର ମାସିର ପେନସନ୍ ପ୍ରଦାନ କରିବୁ ବୋଲି କହିଥିବା ବେଳେ  ବୟସ୍କ, ଦିବ୍ୟାଙ୍କ, ବିଧବା ଓ ନିରାଶ୍ରୟଙ୍କ ପ୍ରତି ମସ୍ତବଡ ଧୋକା ହୋଇଛି। ଆଜି ୮୦ ବର୍ଷ ରୁ ଉର୍ଦ୍ଧ୍ବ ନହେଲେ ଭତ୍ତା ଦିଆ ଯାଉନାହିଁ। ତାହେଲେ ଜନ ସାଧାରଣ ଏହି ସରକାର ରୁ ବର୍ଷକ ମଧ୍ୟରେ କଣ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସମସ୍ତ କର୍ମକର୍ତ୍ତା।ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା କଂଗ୍ରେସ ସଭାପତି ହରଦିପ ସିଂ, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ଶୟନ ପାଢ଼ୀ, ନିପନ ଦାଶ, କିଶୋର ଦଫାଦାର, ସରୋଜ ଷଡ଼ଙ୍ଗୀ , ବ୍ରହ୍ମାନନ୍ଦ ମହାକୁଡ, ଟଙ୍କଧର ସାହୁ,ରବି ପଣ୍ଡା , ଶୁଭେନ୍ଦୁ ସାହୁ, ସୁଧୀର ଜେନା, ପ୍ରତାପ ନାୟକ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026

You Might Also Like