-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀ ଜୀଉଙ୍କ ଘୋଷ ଯାତ୍ରା ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ

22-Jun-2025



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ)
ପାତାଳି ଶ୍ରୀକ୍ଷେତ୍ରଠାରେ ଶ୍ରୀଜୀଉଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଚଳିତ ରଥଯାତ୍ରାକୁ ଯେପରି ସରସ ସୁନ୍ଦର ତଥା ବ୍ୟବସ୍ଥିତ ଭାବରେ ଅନୁଷ୍ଠିତ କରାଯାଇପାରିବ ସେଥିପାଇଁ ଉପସ୍ଥିତ ସମସ୍ତ ଟ୍ରଷ୍ଟ କମିଟି ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ , ବୁଦ୍ଧିଜୀବୀ ଙ୍କ ମତାମତ ଆହ୍ୱାନ କରିଥିଲେ। ବୈଠକରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଅଧ୍ୟକ୍ଷତା କରି ଘୋଷଯାତ୍ରାକୁ ସୁଚାରୁ ସମ୍ପାଦନ ପାଇଁ ସମସ୍ତଙ୍କ ସମନ୍ୱୟ ଓ ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରିଥିଲେ। ଜନ ଗହଳିକୁ ଦୃଷ୍ଟିରେ ରଖି ଯାତ୍ରା ସମୟରେ ପିଇବା ପାଣି ର ବିଶୋଧନ ତଥା ଖାଦ୍ୟ ପଦାର୍ଥର ମାନ ପରୀକ୍ଷା ଉପରେ ଆବଶ୍ୟକ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।  ଐତିହାସିକ ତଥା ପୌରାଣିକ ପୃଷ୍ଠଭୂମି ସହ ଜଡିତ ପବିତ୍ର ପାବନ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଘୋଷଯାତ୍ରା ଅବସରରେ. ଚଳିତ ମାସ ୨୬ ତାରିଖରେ ନବଯୌବନ ଦର୍ଶନ, ୨୭ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହେବ lଏହି ପରିପ୍ରେକ୍ଷୀରେ ଭୋର ୫ ଘଟିକାରେ ଦ୍ୱାରଫିଟା , ସକାଳ ୮ ଘଟିକାରେ ଠାକୁରଙ୍କ ମଙ୍ଗଳ ଆଳତୀ ଓ ବେଶ ଲାଗି,  ସକାଳ ୯ ଘଟିକାରେ ଖେଚୁଡ଼ି ଭୋଗ ଓ ପୁଜା ନୀତି, ପୂର୍ବାହ୍ନ ୧୦ ଘଟିକାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୧ ଘଟିକାରେ ଛେରା ପହରା ଏବଂ ଅପରାହ୍ନ ୨ ଘଟିକା ସମୟରେ ରଥ ଟଣା ହେବ। 
ତା ୨୯/୦୬/୨୫ ଠାରୁ 
ତା ୦୪/୦୭/୨୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦଶାବତାର ଦର୍ଶନ, 
ତା ୦୧/୦୭/୨୫ ହେରାପଞ୍ଚମୀ, 
ତା ୦୫/୦୭/୨୫ ବାହୁଡାଯାତ୍ରା ଅନୁଷ୍ଠିତ ହେବ। ସେହିପରି  ଜୁଲାଇ ମାସ ୦୭ ତାରିଖରେ ଅଧରପଣା ଓ ୦୮ତାରିରେ ତିନି ଠାକୁରଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଚଳିତ ବର୍ଷ ଜନସମାଗମକୁ ଦୃଷ୍ଟିରେ ରଖି  ଜୀଉଙ୍କ ଘୋଷଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗରେ ପାଳନ କରିବା ଉପରେ ବିଶେଷ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା l  ଏହି ପରିପ୍ରେକ୍ଷୀରେ ଶ୍ରୀଜୀଉଙ୍କ ରଥର ସ୍ଥିତି ଉପରେ ଆଲୋଚନା ହୋଇଥିବା ବେଳେ ରଥଯାତ୍ରାଠାରୁ ବାହୁଡା଼ ଯାତ୍ରା ତଥା ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ସହ ସମୟ ନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା l ସମୟ ପୂର୍ବରୁ ସମସ୍ତ ରଥର ପ୍ରସ୍ତୁତିକୁ ନିଶ୍ଚିତ କରାଯିବ ଉପରେ ନିଷ୍ପତି ଗ୍ରହଣ କରାଗଲା l ରଥଯାତ୍ରା ଦିନ ସହ ଅନ୍ୟାନ୍ୟ ଦିନଗୁଡ଼ିକରେ ଜନ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକ ଗାଡି ପାର୍କିଙ୍ଗ ପାଇଁ ସ୍ଥାନ ନିରୂପଣ, ଜରୁରୀ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବାକେନ୍ଦ୍ର ସହ ଅମୁଲେନ୍ସର ବ୍ୟବସ୍ଥା, ଅଗ୍ନିସମ ସେବା ଉପଲବ୍ଧ, ପାନୀୟ ଜଳ ବ୍ୟବସ୍ଥା ସହ ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବାକୁ ଅଧ୍ୟକ୍ଷ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l  ଟ୍ରାଫିକ ସମସ୍ୟା ଦିଗରେ ବିଶେଷ ଯତ୍ନବାନ ହେବାକୁ ପୋଲିସ ବିଭାଗକୁ ବୈଠକରେ ଅନୁରୋଧ କରାଯାଇଛି l ଜନସାଧାରଣ ତଥା ଭକ୍ତ, ଶ୍ରଦ୍ଧାଳୁଙ୍କ ସୁବିଧା ଓ ଅବାଧ ଚଳପ୍ରଚଳ ନିମନ୍ତେ ବିଶେଷ ବ୍ୟବସ୍ଥା ସ୍ୱରୂପ ମୁଖ୍ୟ ପ୍ରବେଶ ଦ୍ୱାରରୁ ସମସ୍ତ ଯାନ ବାହନ ନିୟନ୍ତ୍ରଣ କରାଯିବ l ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ସମସ୍ତ ଚାରି ଚକିଆ ଯାନ ଡାକ୍ତରଖାନା ପାଖ ଖେଳ ପଡିଆରେ ରହିବ l ସେହିପରି ଦୁଇ ଚକିଆ ଯାନ ଉଲୁଣ୍ଡା ରାସ୍ତା ବାଏ ପାସ୍ ଦେଇ ନିର୍ଦ୍ଧାରିତ ପାର୍କିଙ୍ଗ ସ୍ଥାନରେ ରହିବ l ପୁନଶ୍ଚ ରାସ୍ତା ସହ ଯାତ୍ରା ପଡିଆ, ମନ୍ଦିର ସଂଲଗ୍ନ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ରଥଯାତ୍ରା ଦିନ ଠାରୁ ବାହୁଡା଼ ଦିନ ପର୍ଯ୍ୟନ୍ତ  ଶ୍ରୀଜୀଉଙ୍କ ଦଶ ଅବତାର ବେଶ ଲାଗି ଅନୁଷ୍ଠିତ ହେବ l ରଥଯାତ୍ରା ନିମନ୍ତେ ବିଶେଷ ନିୟୋଗୀ ବୃନ୍ଦ ନିଜ ନିଜର ଦାୟିତ୍ୱକୁ ସୁସମ୍ପାଦନ କରିବାକୁ ବୈଠକରେ ଅନୁରୋଧ କରାଯାଇଛି l ରଥଯାତ୍ରା ପୂର୍ବରୁ ମନ୍ଦିର ଗୁଡିକରେ ଆବଶ୍ୟକ ରଙ୍ଗ ଲଗାଇବା ସହ ମରାମତି ପ୍ରଭୁତି କାର୍ଯ୍ୟକୁ ନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା l ରଥଯାତ୍ରା ଓ ବାହୁଡା଼ ଦିନ ସହିତ ଅନ୍ୟାନ୍ୟ ନୀତିକାନ୍ତି ଦିନଗୁଡ଼ିକରେ ଶାନ୍ତି ଶୃଙ୍ଖଳା, ଆଲୋକୀକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରୀ ଜିଉଁଙ୍କ ନୀତିକାନ୍ତିକୁ ଵିଧି ମୁତାବକ ସମ୍ପାଦନ କରିବା ଉପରେ ବିଭିନ୍ନ ସମ୍ପୃକ୍ତ ଅଧିକାରୀ, ସେବାୟତ ମୁଖ୍ୟ, ପୂଜକ, ତଥା କମିଟି ସଦସ୍ୟ ସଦସ୍ୟା ପ୍ରଭୁତି ନିଜ ନିଜର ଦାୟିତ୍ୱକୁ ସୁସମ୍ପାଦନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ଏହି ବୈଠକରେ ବୀରମହାରାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ , ସ୍ୱାସ୍ଥ୍ୟ ଅଧିକାରୀ ଉଲୁଣ୍ଡା ସିଏଚସି ,ଏ ସି ଏଫ., ଓ ଆଇ ସି ଉଲୁଣ୍ଡା ଫାୟାର ଷ୍ଟେସନ, ତହସିଲଦାର ଉଲୁଣ୍ଡା, 
ବି ଡି ଓ ଉଲୁଣ୍ଡା , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ବିଭାଗ, ପାତାଳି ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର, ଟ୍ରଷ୍ଟି ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀ,  ଜଗଦୀଶ କର୍ଣ୍ଣ,ଦିଲ୍ଲୀପ ପାତ୍ର, ମହାଦେବ ସାହୁ, ନଳିନୀ କାନ୍ତ ବାଘ, ଜାନକୀ ରାମ ଦେହେରୀ ତଥା ଅନ୍ୟାନ୍ୟ ଟ୍ରଷ୍ଟ ସଦସ୍ୟ ଓ ରଥଯାତ୍ରା କମିଟିର ସଦସ୍ୟ ସଦସ୍ୟା, ଛତିଶ ନିୟୋଗ ସେବାୟତ ମୁଖ୍ୟ, ପୂଜକ ସମାଜ, ବୁଦ୍ଧିଜୀବୀ,ତଥା ସମ୍ପୃକ୍ତ ବିଭିନ୍ନ ଅଧିକାରୀ, ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ବୀରମହାରାଜପୁର ସୁରେନ୍ଦ୍ର ମେହେର ସମସ୍ତଙ୍କ ସହଯୋଗ କାମନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟି ସଦସ୍ୟ ଶ୍ରୀ ପାଢ଼ୀ ବୈଠକରେ ଯାତ୍ରା ସମ୍ପର୍କିତ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like