-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2025
ବଲାଙ୍ଗିର(ପ୍ରେରଣା ଖବର): ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ମେରା ଯୁବା ଭାରତ, ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ମିଳିତ ଉଦ୍ୟମରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ଯୋଗ ଗୁରୁ ସୁଜିତ ସାହୁ ଯୋଗ ଶିକ୍ଷା ଦେଇଥିଲେ । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ର ସଂପାଦକ ତଥା ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ ଯୋଗ ଦେଇଥିବା ବେଳେ ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ ଦିଲିପ ଯୋଷୀ, ମେରା ଯୁବା ଭାରତ ଲେଖପାଳ ବିପିନ ଜେନା, ଗୀତା ସିଂ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଯୋଗ ଦିବସ ର ଆଭିମୁଖ୍ୟ ଆଲୋକପାତ କରିଥିଲେ । ଗତ ନିଟ୍ ପରୀକ୍ଷାରେ ସର୍ବଭାରତୀୟ ର୍ୟାଙ୍କ ୯୭୯୨ ଏବଂ ଓବିସି ର୍ୟାଙ୍କ ୪୦୯୧ ରଖିଥିବା ବର୍ଷାରାଣୀ ପ୍ରଧାନ ଙ୍କୁ ଓ ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ କରିଥିବା ସଦସ୍ୟମାନଙ୍କୁ ଅତିଥିଗଣ ମାନପତ୍ର ସହ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ କୁଲୁତା ସମାଜ ଉପସଭାପତି ଦିନେଶ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ସହ-ସଂପାଦକ ରମେଶ ନାୟକ, ମିଲାପ୍ ଗଡତ୍ୟା, ଓମ୍କାର ପ୍ରଧାନ, ରାଜା ପ୍ରଧାନ ସହଯୋଗ କରିଥିବେ ବେଳେ ବିଘ୍ନ ବିଶ୍ୱାଲ ବିବିଏମ୍ସିଏଚ୍ ହସପିଟାଲ ରକ୍ତଭଣ୍ଡାର କୁ ଯାଇ ପ୍ରଥମ ଥର ରକ୍ତଦାନ କରିଥିଲେ ।