-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
22-Jun-2025
ସୋନପୁର ( ମନୋରଞ୍ଜନ ତ୍ରିପାଠୀ) ସୋନପୁର ମହାବିଦ୍ୟାଳୟର ଆଲୁମନି ସଂଘ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦିନରେ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା କିପରି ମିଳିପାରିବ ଓ ପାଣ୍ଠି ସଂଗ୍ରହ ଉପରେ ବିଶେଷ ଭାବରେ ବିସ୍ତୃତ ଆଲୋଚନା ହୋଇଥିଲା। ଆନୁମନି ସଂଘର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଦେଷ୍ଟା ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ଭାରତ ଭୂଷଣ ଦାଶ ମଞ୍ଚାସିନ ଥିଲେ। ସଂଯୋଜକ ସୁଦାମ ଚରଣ ମିଶ୍ର ସଭାକୁ ପରିଚାଳନା କରିଥିଲେ। ଏଥିରେ ସମସ୍ତ ବ୍ଲକର କାର୍ଯ୍ୟକାରୀ ସଭାପତି ସମେତ କାର୍ଯ୍ୟକାରିଣୀ ସଦସ୍ୟ, ଉପଦେଷ୍ଟା କମିଟି, ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ, ସମ୍ମାନନୀୟ ସଭ୍ୟ, ଅର୍ଥନୈତିକ ପ୍ୟାପାର, ସ୍ୱତନ୍ତ୍ରକାର୍ଯ୍ୟଶକ୍ତି, ମହିଳା, ଆଇନ ପରାମର୍ଶ ଆଦି ସମସ୍ତ କମିଟି ଓ ଉପ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।