-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||     

HOME   ରାଜ୍ୟ

ଜନ ସାଧାରଣଙ୍କ ମତାମତ ନ ନେଇ କୋସଳାଂଚଳରେ ଖଣି ଖନନର ଉଦ୍ୟମ ହେଲେ ବ୍ୟାପକ ପ୍ରତିବାଦ ହେବ - ପ୍ରମୋଦ କୁମାର ମିଶ୍ର

22-Jun-2025



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରସ୍ତାବିତ ସାଲେପାଲି ଗ୍ରାଫାଇଟ ମାଇନସ୍ ବିରୁଦ୍ଧରେ ବ୍ୟାପକ ଜନ ପ୍ରତିକ୍ରିୟା ଆରମ୍ଭ ହୋଇଛି l ଏହି ମାଇନିଙ୍ଗ ବ୍ଲକ ଅନ୍ତର୍ଗତ ସାଲେପାଲି, ବାଲିପଟା, ବଥଲ୍ଲା, ସୋଲବନ୍ଧ, ଗଂଗାସାଗର, କପାଣି, ମାରୁଆଁ, ଧାତୁକ, ତେନ୍ତୁଳିମୁଣ୍ଡା ପଞ୍ଚାୟତର ସାଲେପାଲି, ରହେନମାଲ, କର୍ଲାମାଲ, ଚକାମାଲ, ତୁର୍ଲାମାଲ, ନିଲଜିବାହା, ଗୁହୁରିଆମୁଣ୍ଡା, କଲଙ୍ଗାପାଲି, ବାଲିପଟା, ତୁହ୍ଲାଦର୍ହା, ବଂଜାରୀ, ବଥର୍ଲା, ସୋଲବନ୍ଧ, ଝୁଲେନବର, କପାଣି, ଡୁଙ୍ଗୁରିଗୁଡା, ମୁଣ୍ଡୋଦର୍ହ, ସାନ ବିଚିଲିବାହାଲ, ବିଲେଇସାଥି, ଫୁଡୁକୁପର, ଖଲିଆ, ଧାଢୁକ, ବଡବାବେୟୁରି, ବନାବିଅଁର, ଗୋଏଲପିଟା ଅଂଚଳର ଲୋକ ଜନମ ମାଏଟ ବଚାଓ ସଂଘର୍ଷ ସମିତି ନାଁରେ ଏକ ସଂଗଠନ କରି ଏହା ବିରୁଦ୍ଧରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ୨୩ ତାରିଖରେ ସେମାନେ ପାଟଣାଗଡ ଠାରେ ଏକ ଜନବିକ୍ଷୋଭର ଆୟୋଜନ କରିଛନ୍ତି। କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏ ଆନ୍ଦୋଳନ ପ୍ରତି ସମର୍ଥନ ବ୍ୟାପକ କରାଯାଉଛି।
 ଏଇ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି ଯେ ବିନା ପଲ୍ଲିସଭା, ବିନା ଗ୍ରାମସଭା ଓ ବିନା ଜନଶୁଣାଣିରେ ସରକାର ଏ ମାଇନିଂଗ ବ୍ଲକକୁ ତାମିଲନାଡୁ ରାଜ୍ୟର ଭିନମିର ରିସୋର୍ସ ପ୍ରାଇଭେଟ ଲିମିଟେଡ କଂପାନିକୁ ନିଲାମ ଦେଇ ସାରିଛନ୍ତି । ଲୋକ ଅଭିଯୋଗ କରୁଛନ୍ତି ଯେ ଏହି ଖଣ୍ଡି ଖନନ ହେଲେ ହଜାରହଜାର ଲୋକ ବିସ୍ଥାପିତ ହେବେ ଓ ଏଇ ଅଂଚଚଳର ପରିବେଶ ସମ୍ପୁନ୍ନ ଧ୍ୱଂସ ହୋଇଯିବା ସହ ଲୋକ ସେମାନଙ୍କ ଜୀବନଜୀବିକା ହରାଇବେ। ବିଗତ ସରକାର ସମୟରେ ବ୍ୟାପକ ଖଣି ଖନନ କରି ବିଭିନ୍ନ ଅଂଚଳକୁ ଧ୍ୱଂସ କରାଯାଇ ଥିବା ବେଳେ ତଥା ହୀରାକୁଦର ବିସ୍ଥାପିତମାନଙ୍କ ଠୁ ଆରମ୍ଭ କରି ଲୋୟର ସୁକତେଲ ଡେମର ଡେମର ବିସ୍ଥାପିତ ଲୋକ ମାନେ ଆଜି ଯାଏଁ କ୍ଷତିପୁରଣ ପାଇ ନ ଥିବା ବେଳେ ପୁନଶ୍ଚ ଏଭଳି ବ୍ୟାପକ ବିସ୍ଥାପନ ଉଦ୍ୟମ କଦାପି ଗ୍ରହଣୀୟ ନୁହେଁ । ଅଧିକନ୍ତୁ ସଂପୃକ୍ତ ଅଂଚଳରେ ବ୍ୟାପକ କପା ଉତ୍ପାଦନ ହୁଏ ତେବେ ପାତଳଘଣ୍ଟା, ତରଭୁଜ ଓ ଆମ୍ବ ମଧ୍ୟ ବହୁମାତ୍ରାରେ ଉତ୍ପାଦନ କରି ଚାଷୀମାନେ ସେମାନଙ୍କ ଜୀବନଜୀବିକା ନିର୍ବାହ କରୁଛନ୍ତି। ଏଭଳି ସ୍ଥଳରେ ଖଣି ଖନନ କରି ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାକୁ ଧ୍ୱଂସ କରିବା ପାଇଁ ଉଦ୍ୟମ କରାଯିବ ଉଚିତ ନୁହେଁ । ଅବାରିତ ଖଣି ଖନନ ଉଦ୍ୟମ ବନ୍ଦ ହେବା ଆବଶ୍ୟକ। ବିନା ଗ୍ରାମସଭା ଓ ପଲ୍ଲୀସଭାର ଅନୁମୋଦନରେ କୌଣସି କଂପାନି ଏଭଳି ଖଣି ଲିଜ୍ ଦିଆଯିବା ସଂପୂର୍ଣ୍ଣ ରୂପେ ସମ୍ବିଧାନ ବିରୋଧୀ ଅଟେ । ତେଣୁ ବୁଦ୍ଧିଜୀବୀ, ଜନସାଧାରଣ, ବିଭିନ୍ନ ଜନସଂଗଠନର ପ୍ରତିନିଧି ଓ ନିର୍ବାଚିତ ପ୍ରତିନିଧିମାନେ ଏଭଳି ଉଦ୍ୟମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ।
 

ଏ ସମ୍ପର୍କରେ ବ୍ୟାପକ ଯୋଜନା କରିବା ପାଇଁ ଓ ସାଲେପାଲି ସମେତବିଭିନ୍ନ ମାଇନିଂଗ ବ୍ଲକ ଅଂଚଳର ଖଣିଖନନ ସଂପର୍କିତ ସବିଶେଷ ବିବରଣୀ ଆଣିବା ପାଇଁ କୋସଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଖୁବ୍ ଶୀଘ୍ର ଏକ କମିଟି ସଂପୃକ୍ତ ଅଂଚଳକୁ ଯିବେ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରିବେ ।     ସାଲେପାଲି ସମେତ ବଲାଙ୍ଗିର ଜିଲ୍ଲା ଓ କୋସଳାଂଚଳର ପ୍ରସ୍ତାବିତ ଖଣି ଖନନ ଯୋଜନା ସଂପର୍କରେ ସରକାର ତୁରନ୍ତ ଏକ ଶ୍ୱେତପତ୍ର ଜାରି କରିବାକୁ ତଥା ତୁରନ୍ତ ଖଣି ଖନନ ନିଷ୍ପତି ବନ୍ଦ କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନିଷ୍ପତ୍ତିର ପୁନଃସମୀକ୍ଷା କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । 
  ଏଥିରେ ଉଲ୍ଲେଖଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପର ଉଭୟ ପାଶ୍ୱର୍ରେ ଥିବା ପାଟଣାଗଡ ଓ ଲୋଇସିଂହା ନିର୍ବାଚନମଣ୍ଡଳିରେ ୯ଟି ମାଇନିଂଗ ବ୍ଲକ ଠାବ କରାଯିବା ସହ ଏ ଅଂଚଳର ଲୋକଙ୍କୁ ବିସ୍ଥାପିତ କରି ବ୍ୟାପକ ଖଣି ଖନନର କରିବାର ଯୋଜନା ହେଉଥିବାର ସମ୍ବାଦ ଦୃଷ୍ଟିକୁ ଆସିଛି। ଯଦି ଏହା ସତ୍ୟ ତାହେଲେ ସାଂଘାତିକ। ବିକାଶ ନାଁ ରେ ବ୍ୟାପକ ଖଣି ଖନନ କରି ପରିବେଶକୁ ଧ୍ୱଂସ କିମ୍ବା ବ୍ୟାପକ ବିସ୍ଥାପନ କରିବା ଏକ ଜନମଙ୍ଗଳ ରାଷ୍ଟ୍ରର ଉଦ୍ଦେଶ୍ୟ ନୁହେଁ । ତେଣୁ ବିକାଶ ନାଁ ରେ ହେଉଥିବା ବିନାଶ କବଳରୁ ଦେଶକୁ ରକ୍ଷା କରି ଗ୍ରାମ ସଭାମାନଙ୍କୁ ସିଡୁଲଡ୍ ଏରିଆ ରେ୧୯୯୬ ମସିହାରୁ ପାର୍ଲ୍ୟାମେନ୍ଟ ରେ ଆଇନ ପ୍ରଣୟନ କରି ପେଶା ଏକ୍ଟ ୧୯୯୬ ଅନୁମୋଦନ କରାଯାଇଛି । କିନ୍ତୁ ଆଜି ଯାଏଁ ଏହି ଏକ୍ଟ କୁ ସମ୍ପୁର୍ଣ୍ଣ ଭାବରେ ଲାଗୁ କରାଯାଇନଥିବା ବେଳେ ବଲାଙ୍ଗିର ଜିଲ୍ଲା ଓ କୋସଳାଂଚଳରେ ଏଭଳି ଖଣିଖନନ କରା ନ ଯାଉ ବୋଲି ଶ୍ରୀ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟର ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026

You Might Also Like