-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
22-Jun-2025
ବିନିକା(ହିମାଂଶୁ ଶେଖର ପୁଟେଲ)
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସଭାପତି ବିଶ୍ୱରଂଜନ ଦାସଙ୍କ ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଛକ ଠାରେ ଖଣ୍ଡ ସଂଯୋଜକ ବିଶ୍ୱନାଥ ମିଶ୍ରଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ପଥ ପ୍ରାନ୍ତସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର ଜିଲ୍ଲା ସଂଯୋଜକ ଉଦ୍ଧବ ପଧାନ ଯୋଗଦେଇ କହିଥିଲେ ଯେପର୍ଯ୍ୟନ୍ତ ରାଜ୍ୟ ସରକାର ୦୧.୦୬.୨୦୦୮ ରୁ ୦୧.୦୬.୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ନୀତିଗତ ନିଷ୍ପଭି ନେଇନାହାଁନ୍ତି,ସେ ପର୍ଯ୍ୟନ୍ତ ଏ ଅନୁଦାନ ନିମିତ୍ତ ଲଢ଼େଇ ସମଗ୍ର ରାଜ୍ୟରେ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ। ଏଥି ସହିତ ଉକ୍ତ ସଭାରେ ସଙ୍ଘର ସକ୍ରିୟ ସଦସ୍ୟ ମାନସ ରଞ୍ଜନ ମିଶ୍ର, ମାନସ କୁମାର ନାୟକ,ଉଲୁଣ୍ଡା ବ୍ଲକ ଖଣ୍ଡ ସଂଯୋଜକ ସୁଶାନ୍ତ ଦେହୁରୀ,ପୁସ୍ତମ ମେହେର, ଭୁବନେଶ୍ୱର ସାହୁ,ପ୍ରିୟୟରଞ୍ଜନ ହୋତା,ଶରତ କଅଁର,ଆଶିଷ ଭୋଇ,ବାଳମକୁନ୍ଦ ବାରିକ, ସରୋଜ କୁମାର ବିଶି,ସୁଜିତ ଭୋଇ,ସୁମନ୍ତ ସାହୁ,ଟଙ୍କଧର ପଧାନ ପ୍ରମୁଖ ଉପସ୍ଥିତ ଥିଲେ।