-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
ବୀରମହାରାଜପୁର,(ବିନୋଦ ପାଣ୍ଡେ ):
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଞ୍ଚାୟତ ରେ ଶନିବାର ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ମୀତାଞ୍ଜଳି ରଥ ସ୍ବାଗତ କରିଥିବା ବେଳେ ଦ୍ଵିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ। ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏବଂ ଯୋଜନାକୁ ସାଧାରଣ ଜନତା ଙ୍କ ନିକଟରେ ପହଞ୍ଚାଇ ସଚେତନତା ସୃଷ୍ଟି କରିବା ଏହି ବିକାଶ ବାହନ ଯାତ୍ରା ର ଲକ୍ଷ।
ଏଥିରେ ବିଧାୟକଙ୍କ ଦ୍ବାରା ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ମଧୁବାବୁ ପେନ୍ସନ୍ ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ, ପ୍ରଧାନମନ୍ତ୍ରୀ ବୟୋ ବନ୍ଦନାର କାର୍ଡ ବଣ୍ଟନ କରା ଯାଇଥିଲା।
ପାଣ୍ଡିଆ ପାଲି ଅମୃତ ସରୋବର ଠାରେ ସକାଳ ସମୟରେ ପଞ୍ଚାୟତ ସ୍ତରୀୟ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଜଗଦୀଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।