-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Jun-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଅଛି। ଏହିଭୋଗ ଦିବସ ରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଚଳିତ ବର୍ଷ ବାର୍ତ୍ତା ଉପରେ ଗୁରୁତ୍ବ ଦେଇଥିଲେ। ଏକ ବିଶ୍ବ ଏକ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟ କରିବାକୁ ହ୍ୱାନ କରିଥିଲେ। "ନିଜ ସ୍ୱାସ୍ଥ୍ୟର ନିଜେ ବିନ୍ଧାଣୀ, ଯୋଗ ଆରୋଗ୍ୟ ମନ୍ତ୍ର ଟି ଜାଣି" ବୋଲି ମତବ୍ୟକ୍ତ କରିଥିଲେ। ଯୋଗ ଦ୍ୱାରା ପରିବାରର ମୁଖ ସମୃଦ୍ଧି ଏବଂ ସୁସ୍ଥ ଜୀବନ ନିର୍ବାହ କରିବା ସହାୟକ ହୋଇଥାଏ। ଆଜି ଦିବସ ଉପଲକ୍ଷେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ସମାଜ ସେବୀ ସୁରେଶ ଅଗ୍ରୱାଲ, ନୂଆପଡ଼ା ନଗର ଅଧ୍ୟକ୍ଷ ଆଦମ୍ ଖାନ, ସଚେତନ ନାଗରିକ, ବୁଦ୍ଧିଜୀବୀ, ସମାଜସେବୀ, ବହୁ ବର୍ଗ ଲୋକ ସାମିଲ ହୋଇ ଯୋଗ ଅଭ୍ୟାସ କରିଥିଲେ।