-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ମିଲର୍ସଙ୍କ ମନମାନୀ,ଦେଉଳପଦର ପେକ୍ସରେ ପଡିରହିଛି ୪ହଜାର ବସ୍ତା ଧାନ

21-Jun-2025



ତରଭା(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଦେଉଳପଦର ପେକ୍ସରେ ଧାନକିଣାରେ ଅବ୍ୟବସ୍ଥା ଦେଖାଦେଇଛି । ମିଲର୍ସଙ୍କ ମନମାନୀ କାରଣରୁ ପେକ୍ସରୁ ଧାନ ଉଠିପାରୁନାହିଁ ଓ ପ୍ରାୟ ୪ହଜାର ବସ୍ତାଧାନ ପଡିରହିଛି । ପେକ୍ସ ପକ୍ଷରୁ ଏହି ପେକ୍ସକୁ ଟେଗ କରାଯାଇଥିବା ଶୀତଲ ଏଗ୍ରୋ ଓ ଲଲିତା ରାଇସମିଲର ମାଲିକଙ୍କୁ ଯେତେ ଫୋନ କଲେ ମଧ୍ୟ ସେ ଧାନ ଉଠାଇବାକୁ ଟ୍ରକ ପଠାଉନଥିବା ଅଭିଯୋଗ ହୋଇଛି । ଏନେଇ ପେକ୍ସର ସଭାପତି ରାଜେନ୍ଦ୍ର ପଣ୍ଡା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଖବର ନେବାରୁ ଜଣାପଡିଛି ଯେ,ଦେଉଳପଦର ପେକ୍ସରେ ଚଳିତ ରବିଋତୁରେ ୩୫୦୦ କ୍ୱିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଥିଲା । ସେଥିରୁ ଆଉ ୧୬୨ କ୍ୱିଣ୍ଟାଲ ବାକି ରହିଛି । କିନ୍ତୁ ସେପଟେ ନିକଟସ୍ଥ ପୁଆ ପେକ୍ସରେ ଭିତ୍ତିଭୂମୀ ନଥିବାରୁ ସେହି ପେକ୍ସର ଚାଷିମାନେ ଦେଉଳପଦର ପେକ୍ସରେ ଧାନ ବିକ୍ରୀ କରିବାକୁ ନିର୍ଦ୍ଦେଶ ହୋଇଛି । ପୁଆ ପେକ୍ସକୁ ଚଳିତ ରବିରେ ୧୧,୦୦୦ କ୍ୱିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି । ପୁଆ ପେକ୍ସର ଚାଷିମାନେ ଦେଉଳପଦର ପେକ୍ସରେ ଆସି ଧାନ ଦେଇଛନ୍ତି । ଏବେ ପ୍ରାୟ ୪୦୦୦ ବସ୍ତା ଧାନ ପେକ୍ସରେ ପଡିରହିଥିବା ଜଣାପଡିଛି । ଗତ ତିନିଦିନ ହେଲା ମିଲର୍ସ ଗାଡି ପଠାଉନାହାଁନ୍ତି । ତେଣୁ ଧାନ ଉଠିପାରୁନାହିଁ କି ଅନ୍ୟ ଚାଷୀ ମାନଙ୍କର ଧାନ ବିକ୍ରୀ ହୋଇପାରୁନାହିଁ । ମିଲର୍ସଙ୍କ ଏଭଳି ମନମାନୀକୁ ନେଇ ଚାଷି ମହଲରେ ଅସନ୍ତୋଷ ଦେଖାଦେଇଛି । ମିଲର୍ସଙ୍କ ଏଭଳି ମନମାନୀକୁ ନେଇ ଦେଉଳପଦର ପେକ୍ସର ସଭାପତି ରାଜେନ୍ଦ୍ର ପଣ୍ଡା ସୋନପୁର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏନେଇ ଲଲୀତା ରାଇସମିଲର ମାଲିକ ମନୀଷ ଅଗ୍ରୱାଲଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ ରିସିଭ କରିନଥିଲେ । ସୋନପୁର ଯୋଗାଣଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ଓ ମିଲର୍ସଙ୍କ ସେକ୍ୟୁରିଟି ଡିପୋଜିଟରେ ସମସ୍ୟା ଥିବାରୁ ସେ ଧାନ ଉଠାଉନଥିବା କହିଛନ୍ତି। ତେବେ ଖୁବ ଶୀଘ୍ର ଧାନ ଉଠାଯିବ ବୋଲି ମୁଖ୍ୟ ଯୋଗାଣଅଧିକାରୀ କହିଛନ୍ତି । ତେବେ ସୋନପୁର ଜିଲ୍ଲାର କେବଳ ଦେଉଳପଦର ପେକ୍ସ ନୁହଁ ବିନିକା ମଣ୍ଡିରେ ମଧ୍ୟ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିରହିଥିବା ଜଣାପଡିଛି । କେତେକ ମିଲର୍ସ ଛତିଶଗଡରୁ ଧାନ କମଦରରେ ଆଣି ମିଲରେ ଭତ୍ତି କରି ରଖିଥିବା କାରଣରୁ ନିଜ ଜିଲ୍ଲାର ଧାନ ଉଠାଇବାରେ ସମସ୍ୟା ଦେଖାଦେଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି । ରାଜ୍ୟସରକାର ତୁରନ୍ତ ଏହି ସମସ୍ୟା ଉପରେ ଧ୍ୟାନ ଦେବାକୁ ଚାଷିମାନେ ଦାବି କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like