-+91-9937148622 |

prerana_bgr@rediffmail.com |

  Wednesday 29th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   (29-Apr-2026)       ||      *ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   (29-Apr-2026)       ||      ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ପିସିସି ସଭାପତି ଭକ୍ତ ଦାସ   (29-Apr-2026)       ||      ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   (29-Apr-2026)       ||      ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   (29-Apr-2026)       ||      ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    (29-Apr-2026)       ||      ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ    (29-Apr-2026)       ||      ଗୋସେବା ଶିବିର   (29-Apr-2026)       ||      ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ    (29-Apr-2026)       ||      କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   (28-Apr-2026)       ||      ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   (28-Apr-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ    (28-Apr-2026)       ||      *ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||     

HOME   ଜିଲ୍ଲା

ପବିତ୍ର ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

20-Jun-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ସଦର ମହକୁମାଠାରେ  ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚଳିତ ବର୍ଷର ପବିତ୍ର ରଥ ଯାତ୍ରା ପାଳନ ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୂର୍ବାହ୍ନରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ  ଦୁର୍ଯ୍ୟୋଧନ ଭୋଇ, ଓ ତହସିଲଦାର ଟିକୁନୁ ପୁତା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ରଥର ମାନ ଠିକ ଅଛି ନା ନାହିଁ ପ୍ରଥମେ ଅନୁଧ୍ୟାନ କରି ସହକାରୀ ଯନ୍ତ୍ରୀ, ରାସ୍ତା ଓଗୃହ ନିର୍ମାଣ ବିଭାଗଙ୍କୁ ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଯାଇଛି ।  ଯାନ ବାହନ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୁଲିସଙ୍କୁ ଦାୟିତ୍ଵ ଦିଆଯାଇଛି । ଆଶୁ ଚିକିତ୍ସା ନିମନ୍ତେ  ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉକ୍ତ ଦିନ ଅଗ୍ନିଶମ ଯାନ ଓ ଟିମ୍ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରଥ ପଛରେ ଥିବା ନିମନ୍ତେ କୁହାଯାଇଛି । ସହରର ପ୍ରମୁଖ ଛକ ଜାଗାରେ ପାଣି ଟ୍ୟାଙ୍କ ଓ  କର୍ମଚାରୀ ନିୟୋଜିତ କରିବା ନିମନ୍ତେ ସହକାରୀ ଯନ୍ତ୍ରୀ ପିଏଚଡିଙ୍କୁ ଅନୁରୋଧ କରାଯାଇଛି । ସେହିପରି ଉକ୍ତ ଦିନ ରଥ ଟଣା ସମୟରେ  ଏମ୍ବୁଲେନ୍ସ ସହ ଜଣେ ଆୟୁଷ ଡାକ୍ତର ରହିବା ସହିତ ଆଗାମୀ ୨୭.୦୬.୨୦୨୫  ତାରିଖ ଠାରୁ ବାହୁଡା ଯାତ୍ରା ଅର୍ଥାତ ୫.୭.୨୦୨୫ ତାରିଖ ପର୍ଯ୍ୟନ୍ତ  ସକାଳ ୮ଟା  ଠାରୁ ରାତି ୧୦ ଘଟିକା ସମୟ ପର୍ଯ୍ୟନ୍ତ ମେଡ଼ିକାଲ ଟିମ୍ ଉପସ୍ଥିତ ରହିବେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ମାଲକାନଗିରି ଜିଲ୍ଲାପାଳ ଛେରା ପହଁରା କରିବେ ।  ଜଗନ୍ନାଥଙ୍କ ଧାରା ବିବରଣୀ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମାଲକାନଗିରିଙ୍କୁ ଦାୟିତ୍ଵ ପ୍ରଦାନ କରାଯାଉଛି। ଏନଏସଏସ  ଓ ଏନସିସି  ଛାତ୍ର ଛାତ୍ରୀମାନଙ୍କୁ  ସ୍ବେଚ୍ଛାକୃତ ଭାବେ ନିୟୋଜିତ କରିବା ପାଇଁ କୁହାଯାଇଛି ।    
 ଆଜିର ପ୍ରସ୍ତୁତି ବୈଠକରେ ଟାଉନ୍ ଥାନା ଅଧିକାରୀ,ଅଗ୍ନିଶମ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ସହକାରୀ ଯନ୍ତ୍ରୀ, ପିଏଚଡି, ଟିପିଏସଓଡିଏଲର କର୍ମକର୍ତ୍ତା,  ଜଗନ୍ନାଥ ମନ୍ଦିରର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତହସିଲଦାର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ........ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ*   29-Apr-2026
  ଜିଲ୍ଲା  
*ସୋନପୁର ମହାରାଜା ବିରମିତ୍ରୋଦୟ ସିଂହ ଦେଓ ଙ୍କ ୮୯ ତମ ଶ୍ରାଦ୍ଧ ଦିବସ ପାଳିତ*   29-Apr-2026
  ରାଜନୀତି  
ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ପିସିସି ସଭାପତି ଭକ୍ତ ଦାସ   29-Apr-2026
  ରାଜ୍ୟ  
ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ ♦️ ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡର ହେବ ନିଯୁକ୍ତି   29-Apr-2026
  ରାଜ୍ୟ  
ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ   29-Apr-2026
  ଜିଲ୍ଲା  
ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ    29-Apr-2026
  ରାଜ୍ୟ  
ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସଂଚାଳନ ପାଇଁ ପ୍ରୟୋଗାତ୍ମକ ପ୍ରଶିକ୍ଷଣ   29-Apr-2026
  ଜିଲ୍ଲା  
ଗୋସେବା ଶିବିର   29-Apr-2026
  ଜିଲ୍ଲା  
ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ   29-Apr-2026
  ରାଜ୍ୟ  
କାର-ବସ ମୁହାଁମୁହିଁ ଧକ୍କା ଜଣେ,ମୃତ ୪ ଗୁରୁତର   28-Apr-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଖୋଲିଲା ବିଶାଳ ର ମେଗା ମାର୍ଟ   28-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଲୟର୍ସ ଡେ ପାଳିତ   28-Apr-2026

You Might Also Like

           
  ଜିଲ୍ଲା  

ଗୋସେବା ଶିବିର