-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବର୍ଷୀୟ ବାଳକକୁ ମାରପିଟ କରି ମୋବାଇଲ ଲୁଟ କରିଥିବା ବ୍ୟକ୍ତି ଙ୍କୁ କଲା ପୋଲିସ ଗିରଫ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||      ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   (25-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||      ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||      ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||     

HOME   ଜିଲ୍ଲା

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ:

20-Jun-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ବର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ନୂତନ ଟାଉନ ହଲରେ ଏକ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍‌ଏଫ୍ଏଲ୍‌ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ,ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ଅନ୍ୟା ଦାସ; ଏସଏଲବିସି ଓଡ଼ିଶାର ଆବାହକ ତଥା ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଗୌତମ ପାତ୍ର ଏବଂ ଏସବିଆଇ ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା ପ୍ରମୁଖ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମହାପ୍ରବନ୍ଧକ ଆରବିଆଇ ଶ୍ରୀମତୀ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀମାନଙ୍କୁ ସ୍ବାଗତ କରିବାସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାପର୍ଯ୍ୟ ଉପରେ  ବକ୍ତବ୍ୟ ରଖିଥିଲେ। ଅଭିଭାଷଣରେ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ଗୁରୁତ୍ବାରୋପ କରିବା ସହ ଏହି ଦିଗରେ ରିଜର୍ଭବ୍ୟାଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ଦାୟିତ୍ଵପୂର୍ଣ ଋଣ ନେବା, ଆର୍ଥକ ଶୃଙ୍ଖଳା ଏବଂ ତୃଣମୂଳ ସ୍ତରରେ ଆର୍ଥିକ ସାକ୍ଷରତାର ଆବଶ୍ୟକ‌ତା ଉପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଦାସ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସଚେତନ‌ତାର ଆବଶ୍ୟକତା ବିଷୟରେ ନିଜ ନିଜର ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ଟାର୍ଗେଟ୍ ଗୃପରୁ ପ୍ରାୟ ୨୫୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।ରିଜର୍ଭ ବ୍ୟାଙ୍କର ବିଭିନ୍ନ ବିଭାଗ ଯଥା ଏଫ୍‌ଆଇଡିଡି, ଡିଓଏସ୍ ଆଇବିଡି ଓ ଆରବିଆଇଓର ମିଳିତ ସ‌ହ‌ଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ଵପୂର୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ପାଇଁ ପିଏମ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ । ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ବାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରା ଗୁଡିକର ଲିଗାଲ ଫେଡର ସମ୍ପର୍କରେ ଅବଗତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଫୋନ୍ ମାଧ୍ଯମରେ କୌଣସି ବି ବ୍ୟକ୍ତି ସହିତ ସମ୍ବେଦନଶୀଳ ଆର୍ଥକ ତଥ୍ୟ ସେୟାର ନ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା। ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ
ପ୍ରାସଙ୍ଗିକ ଲିଫ୍ଲେଟ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ, ବୋଧଗମ୍ୟ ତଥା ସରଳ ଅବଗତ ନିମନ୍ତେ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ବ୍ୟବହାର କରାଯାଇଥିଲା । କାର୍ଯ୍ୟକ୍ରମଟି ଇଣ୍ଟରଆକ୍ଟିଭ୍ ଥିଲା ଏବଂ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ସୁବର୍ଣ୍ଣପୁର ଏଲଡିଏମ୍ ଶ୍ରୀ କାର୍ତ୍ତିକେଶ୍ବର ପଣ୍ଡା; ଡିଡିଏମ୍ ଶ୍ରୀ ସତ୍ୟସ୍ବରୂପ ବେଦାନ୍ତି ଓ ଏଫଏଲସି ଶ୍ରୀ ଦିଲ୍ଲୀପ କୁମାର ମିଶ୍ରଙ୍କ ମିଳିତ ସହ‌ଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବର୍ଷୀୟ ବାଳକକୁ ମାରପିଟ କରି ମୋବାଇଲ ଲୁଟ କରିଥିବା ବ୍ୟକ୍ତି ଙ୍କୁ କଲା ପୋଲିସ ଗିରଫ   25-Jun-2026
  ଜିଲ୍ଲା  
ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   25-Jun-2026
  ଜିଲ୍ଲା  
ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   25-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   25-Jun-2026
  ରାଜ୍ୟ  
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   25-Jun-2026
  ଜିଲ୍ଲା  
୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ   25-Jun-2026

You Might Also Like