-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
19-Jun-2025
ବଲାଙ୍ଗୀର(ପ୍ରେରଣା ଖବର): ଚଳିତ ବର୍ଷ ନିଟ ପରୀକ୍ଷାରେ ବଲାଙ୍ଗିର ଛାତ୍ର ଶିଭାଂଶ ଅଗ୍ରୱାଲ କୃତିତ୍ବ ହାସଲ କରିଛନ୍ତି ବଲାଙ୍ଗିର ପାଇଁ ଗର୍ବ ଆଣିଛନ୍ତି ଶିଭାଂଶ। ଚଳିତ ବର୍ଷ ୨୦୨୫ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ୨୦୨୫ ନିଟ୍ ପରୀକ୍ଷା ଫଳରେ ବଲାଙ୍ଗିର ଜିଲ୍ଲା ସହରର ଶଙ୍କର ଅଗ୍ରୱାଲ ଏବଂ ଅର୍ଚନା ଅଗ୍ରୱାଲଙ୍କ ପୁଅ, ରାଜ୍ୟ ରେ ୫୭୭ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।
ଶିଭାଂଶ ଅଗ୍ରୱାଲ ଅକ୍ଳାନ୍ତ ପରିଶ୍ରମ କରି ଏହି କୃତିତ୍ବ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ଏହି ସଫଳତା ହାସଲ ପଛରେ ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାର ବର୍ଗଙ୍କ ସହଯୋଗ ରେ ଏହି କୃତିତ୍ବ ହାସଲ କରିପାରିଛନ୍ତି ବୋଲି ସେ କହିଛନ୍ତି ।ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଦୁସ୍ଥ ରୋଗୀ ଙ୍କ ସେବା କରିବା ହିଁ ଏକମାତ୍ର ଉଦ୍ଦେଶ୍ୟ ରଖିଛନ୍ତି ଶିଭାଂଶ । ଶିଭାଂଶ ଙ୍କ ଏହି ସଫଳତା ପାଇଁ ପରିବାର ଲୋକେ ବେଶ ଉତ୍ସାହିତ ଓ ଗୌରବାନ୍ବିତ ହୋଇଥିବା ମତବ୍ୟକ୍ତ କରିଛନ୍ତି ।