-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
15-Jun-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ଦୁଇ ଯାଆଁଳା ଭାଇ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ କମାଲ ଦେଖାଇଛନ୍ତି। ରାକେଶ କୁମାର ଜୈନ ଓ ସୀମା ଜୈନଙ୍କ ଦୁଇ ଯାଆଁଲା ପୁତ୍ର ରିଜୁଲ ଜୈନ ଓ ସୁବ୍ରତ ଜୈନ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ୪୭ ଓ ୧୬୭୫ ସ୍ଥାନ ରଖିଛନ୍ତି। ୨୦୨୩ ମସିହାରେ ବଲାଙ୍ଗୀର ସ୍ଥିତ ଲିଟିଲଫ୍ଳାୱାର ସ୍କୁଲରୁ ମାଟ୍ରିକ ପାସ କରିବା ପରେ ଦିଲ୍ଳୀରେ ଯୁକ୍ତ ଦୁଇ ପଢିବା ସହ ଏଲେନ କୋଚିଙ୍ଗ ସେଣ୍ଟରରେ ପଢି ନିଟ ପାଇଁ ଅଭ୍ୟାସ କରୁଥିଲେ। ପ୍ରଥମ ଥର ପରୀକ୍ଷା ଦେଇ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ ପିତା ବହୁତ ଖୁସି ବୋଳି ମତ ପ୍ରକାଶ କରିଛନ୍ତି। ଦୁଇ ବର୍ଷ ଧରି ମାଁ ସୀମା ପିଲାମାନଙ୍କୁ ଧରି ଦିଲ୍ଲୀରେ ରହି ତାଙ୍କୁ ସାହାର୍ଯ୍ଯ କରିବାର ଫଳ ଏହା ବୋଳି ରିଜୁଲର ଅଜା ସାହିତ୍ୟିକ ତୁଳସୀ ରାମ ଜୈନ ପ୍ରକାଶ କରିଥିଲେ। ଦିନକୁ ପ୍ରାୟ ୧୩ରୁ ୧୪ ଘଣ୍ଟା ପଢା ପଢି କରିବା ସହ ଏହି ସଫଳତା ପାଇଁ ନିଜ ପରିବାର, ଗୁରୁଜନ ଓ ଇଷ୍ଟ ଦେବାଦେବୀଙ୍କ ଆର୍ଶୀବାଦ ବୋଳି କହିଥିଲେ। ରିଜୁଲ ୪୭ ରଂଙ୍କ ରଖି ଓଡିଶା ଟପର ହୋଇ ଯାଇଛନ୍ତି। ସେ ତୁଷୁରା, ବଲାଙ୍ଗୀର, ଓଡିଶାର ଗୌରବ ବୋଳି ରାଜ୍ୟ ସ୍ବେତାମ୍ବର ତେରାପନ୍ଥ ସଭାର ମିଡିଆ ପ୍ରଭାରୀ ମନୋଜ କୁମାର ଜୈନ ପ୍ରକାଶ କରିଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ତୁଷୁରା ସହରରେ ଖୁସିର ଲହର ଖେଳି ଯିବା ସହ ପରିବାର ଲୋକଙ୍କୁ ଶୁଭେଚ୍ଛାର ସୁଅ ଝୁଟୁଛି।